ପ୍ରଥମ ଟେଷ୍ଟ ମ୍ୟାଚରେ ପୃଥୀ ସ୍ୱଙ୍କୁ ଶୁଭମନ ଗିଲଙ୍କ ଜାଗାରେ ଖେଳାଯାଇଥିଲା ଓ କାଡେଜା ଟି-୨୦ର ଆଘାତପ୍ରାପ୍ତ ଯୋଗୁଁ ପୂର୍ବ ୩ ଟି ମ୍ୟାଚରେ ଅଂଶ ଗ୍ରହଣ କରିନଥିଲେ।

ଅଷ୍ଟ୍ରେଲିଆ ହାତରେ ପ୍ରଥମ ଟେଷ୍ଟ ମ୍ୟାଚ ହାରିବା ପରେ ଭାରତ ୨୬ ଡିସେମ୍ବରକୁ ସେହି ହାରକୁ ଭୁଲି ଦ୍ୱିତୀୟ ଟେଷ୍ଟ ପାଇଁ ଓହ୍ଲାଇବ ଓ ଏହା ପାଇଁ ଟିମ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ଅଧିନାୟକତ୍ୱ ସମ୍ଭାଳିବେ କାରଣ ନିୟମିତ ଅଧିନାୟକ ବିରାଟ କୋହଲି ପିତା ହେବା ଛୁଟିରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ବକ୍ସିଙ୍ଗ ଡେ ଟେଷ୍ଟରେ ଟିମ ଇଣ୍ଡିଆରେ କିଛି ବଡ଼ ଅଦଳ ବଦଳ ଦେଖିବାକୁ ମିଳିପାରେ। ଏହାର ଝଲକ ବୁଧବାରକୁ ହୋଇଥିବା ଅଭ୍ୟାସ ସମୟରେ ଜଣାପଡିଥିଲା। ଶୁଭମନ ଗିଲ ଓ ରବୀନ୍ଦ୍ର ଜାଡେଜା ନେଟରେ ବହୁତ ସମୟ ଅତିବାହିତ କରିଛନ୍ତି ଓ ମାନା ଯାଇଛି କି ଦ୍ୱିତୀୟ ଟେଷ୍ଟରେ ଦୁହେଁ ଜାଗା ପାଇ ପାରନ୍ତି।
ଗୋଲାପୀ ବଲରେ ଅଭ୍ୟାସ ମ୍ୟାଚରେ ୪୩ ଓ ୬୫ ରନ କରି ମଧ୍ୟ ଶୁଭମନ ଗିଲଙ୍କ ଜାଗାରେ ପୃଥୀ ସ୍ୱଙ୍କୁ ପ୍ରଥମ ଟେଷ୍ଟରେ ମୌକା ମିଳିଥିଲା। ସ୍ୱ ଏହି ମୌକାର ଫାଇଦା ଉଠାଇପାରିନଥିଲେ। ଯାହା ପରେ ଗିଲ ଆଗାମୀ ମ୍ୟାଚ ଖେଳିବା ନେଇ ଅଧିକ ସମ୍ଭାବନା ଦେଖାଯାଇଛି। ସେ ମୟଙ୍କ ଅଗ୍ରୱାଲଙ୍କ ସହିତ ଅଭ୍ୟାସ ମଧ୍ୟ କରିଛନ୍ତି। କେଏଲ ରାହୁଲ ମଧ୍ୟ ନେଟରେ ଲମ୍ବା ସମୟ ଅତିବାହିତ କରିଛନ୍ତି।

ଅଷ୍ଟ୍ରେଲିଆ ସହ ପ୍ରଥମ ଟି-୨୦ ମ୍ୟାଚରେ ବଲ ବାଜିବା ଯୋଗୁ ଆଘାତ ହୋଇ ବାକି ମ୍ୟାଚ ଖେଳିପାରିନଥିବା ରବିନ୍ଦ୍ର ଜାଡେଜା ମଧ୍ୟ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନେଟରେ ନଜର ଆସିଛନ୍ତି। ସେ ପାଖାପାଖି ଏକ ଘଣ୍ଟା ଅଭ୍ୟାସ କରିଛନ୍ତି।ଜାଡେଜା ଚେତେଶ୍ୱର ପୂଜାରାଙ୍କୁ ଵୋଲିଙ୍ଗ ମଧ୍ୟ କରିଛନ୍ତି।ଏହା ପରେ ସେ ଦ୍ୱିତୀୟ ସେସନରେ ଫେରିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।