ରାୟପୁରରେ ଭାରତ ଲିଜେଣ୍ଡସ ଆଉ ଶ୍ରୀଲଙ୍କା ଲିଜେଣ୍ଡସଙ୍କ ଭିତରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମର ପୂର୍ବ ଅଲ ରାଉଣ୍ଡର ଯୁବରାଜ ସିଂ ଧମାକାଦାର ଭାବେ ବ୍ୟାଟିଂ କରି ପୁଣି ଏକ ଅର୍ଦ୍ଧଶତକୀୟ ପାରି ଖେଳିବାର ନଜର ଆସିଛନ୍ତି। ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ସେ ୪୦ଟି ବଲର ସାମ୍ନା କରି ୪ଟି ଚୌକା ଆଉ ୪ଟି ଛକା ସାହାଯ୍ୟରେ ୬୦ରନ କରିଛନ୍ତି। ଯୁବରାଜ ଏହି ସିରିଜରେ ବହୁତ ଭଲ ଫର୍ମରେ ଗତି କରୁଛନ୍ତି।

ପଠାନଙ୍କର ଆସିଲା ଝଡ଼:
ଯୁବରାଜ ସିଂଙ୍କର ସାଥ ଦେବାପାଇଁ ପଞ୍ଚମ ନମ୍ବରରେ ଆସିଲେ ୟୁସୁଫ ପଠାନ ଯିଏ କି ତାଙ୍କର ଭଲ ସାଥ ଦେଲେ। ଦୁଇ ଜଣଙ୍କ ଭିତରେ ୪୭ ବଲରେ ୮୫ରନର ପାରଟନରସିପ ହେଲା ଆଉ ଏହା ଭିତରେ ପଠାନ ୫ଟି ଛକା ସାହାଯ୍ୟରେ ମାତ୍ର ୨୪ ବଲରେ ନିଜର ଅର୍ଦ୍ଧଶତକ ପୁରା କଲେ। ସେ ୩୬ଟି ବଲରେ ୬୨ ରନ କଲେ ଆଉ ସେ ଦୁହିଁଙ୍କ ବ୍ୟାଟିଂ ଦ୍ୱାରା ଭାରତର ସ୍କୋର ୨୦ଓଭରରେ ୪ ୱିକେଟ ବିନିମୟରେ ୧୮୧ ହେଲା।
ଲଗାତାର ତୃତୀୟ ମ୍ୟାଚରେ ବର୍ଷିଲେ ଯୁବରାଜ ସିଂ: ଏହା ଆଗରୁ ଯୁବରାଜ ବହୁତ ଆକର୍ଷକ ବ୍ୟାଟିଂ କରିଥିଲେ। ସେ ୱେଷ୍ଟ ଇଣ୍ଡିଜ ଲିଜେଣ୍ଡସଙ୍କ ବିପକ୍ଷରେ ୨୦ ବଲରେ ୪୯ ରନ କରିଥିଲେ ଯାହା ଭିତରେ ସେ ୬ଟି ଛକା ମାରିଥିଲେ। ତାହା ଭିତରୁ ସେ ଶେଷ ୫ଟି ଛକା ମାତ୍ର ୭ଟି ବଲରେ ହି ମାରିଥିଲେ। ସେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସଙ୍କ ବିପକ୍ଷରେ ୨୨ ବଲରେ ୫୨ ରନ ନଟ ଆଉଟ କରିଥିଲେ ଆଉ ଏହା ଭିତରେ ସେ ଦୁଇଟି ଚୌକା ଆଉ ୬ଟି ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକାର ବୋଲର ଜେଣ୍ଡର ଡି ବ୍ରାଉନଙ୍କୁ ସେ ଗୋଟେ ଓଭରରେ ଚାରିଟି ଛକା ମାରିବାର ନଜର ଆସିଥିଲେ।

ଆପଣଙ୍କୁ କହିରଖୁଛୁ କି ଶ୍ରୀଲଙ୍କା ଲିଜେଣ୍ଡସଙ୍କର ଅଧିନାୟକ ତିଲକରତନେ ଦିଲସାନ ଟସ ଜିତିକି ପ୍ରଥମେ ବୋଲିଂ କରିବା ବାଛିଥିଲେ ଆଉ ଭାରତର ଆରମ୍ବଗ ଏତେ ଭଲ ରହିଲା ନାହିଁ। ବିସ୍ଫୋଟକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ମାତ୍ର ୧୦ ରନ କରି ରଙ୍ଗନା ହେରାଥଙ୍କର ବଲରେ ବୋଲଡ଼ ହେଇଗଲେ ଆଉ ଏହାପରେ ଆସିଥିବା ବଦ୍ରିନାଥ ବି ବେସି ସମୟ କ୍ରୀଜରେ ତିଷ୍ଠି ପାରିଲେ ନାହିଁ।

ଏହାପରେ ସଚିନ ତେନ୍ଦୁଲକର ଆଉ ଯୁବରାଜ ଙ୍କ ଭିତରେ ଭଲ ପାରଟନରସିପ ହେଲା ଆଉ ସେମାନଙ୍କ ଭିତରେ ୪୩ ରନ ଆସିଲା। ତା ପରେ ପୂର୍ବ ଦୁଇ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ତେନ୍ଦୁଲକର ୨୩ ବଲରେ ୪ଟି ଚୌକା ସାହାଯ୍ୟରେ ୩୦ରନ କରି ଆଉଟ ହେଇଗଲେ। ତାଙ୍କର ୱିକେଟ ପରଭେଜ ମେହୃଫ ନେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।