ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବା ପାଇଁ ଏହି ଦୁଇଟି ଟିମ ବଡ଼ ଦାବିଦାରୀ। ଜାଣନ୍ତୁ କିଏ କିଏ?

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ୪ ଟିକିଆ ଟେଷ୍ଟ ମ୍ୟାଚ ସିରିଜ ୱାଲର୍ଡ଼ ଟେଷ୍ଟ ଚ୍ୟାପିୟନସିପ ପାଇଁ ମୁଖ୍ୟ ରହିବ। ଏହି ସିରିଜରେ ଇଂଲଣ୍ଡ ,ଭାରତ ସମେତ ଅଷ୍ଟ୍ରେଲିଆର ଭବିଷ୍ୟତ ନିର୍ଭର କରିବ।

Google

ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ ମୁତାବକ,ଟେଷ୍ଟ ଚ୍ୟାପିୟନସିପ ଫାଇନାଲ୍ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ସାଙ୍ଗରେ କିଏ ଖେଳିବ ଏହାର ଫଳାଫଳ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ହେବ। ଆଇସିସି ତରଫରୁ ବାକାୟଦା ଏକ ବ୍ରେକଡାଉନ ଟ୍ୱିଟ କରାଯାଇଛି,ଯେଉଁଥିରେ କୁହାଯାଇଛି କି କେଉଁ ପରିସ୍ଥିତିରେ ଭାରତ,ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରୁ କେହି ଏକ ଟିମ ଫାଇନାଲ୍ ଖେଳିବ।

ଆଇସିସି ମୁତାବକ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଟିମକୁ ଇଂଲଣ୍ଡ ଠାରୁ ସିରିଜ ୨-୦,୨-୧,୩-୦,୩-୧ବା ୪-୦ ରେ ଜିତିବାର ଅଛି।

ଇଂଲଣ୍ଡ ଟିମକୁ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୩-୦,୩-୧,ବା ୪-୦ ରେ ହରେଇବାକୁ ପଡିବ। ୱାଲର୍ଡ଼ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଇଂଲଣ୍ଡର ଐତିହାସିକ ଲର୍ଡ଼ସରେ ୧୮ ଜୁନରୁ ୨୨ ଜୁନ ମଧ୍ୟରେ ଖେଳାଯିବ।

ସେହିପରି ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଉପରେ ନିର୍ଭର କରିବାକୁ ହେବ। ଅଷ୍ଟ୍ରେଲିଆକୁ ଏହି ଫଳାଫଳ ଉପରେ ନିର୍ଭର କରିବାକୁ ହେବ।

ଯଦି ଭାରତୀୟ ଟିମ ଇଂଲଣ୍ଡ ଠାରୁ ୦-୧ ରେ ହାରିଯାଏ ତେବେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଯିବ।

Google

ଯଦି ଇଂଲଣ୍ଡ ଟିମ ଭାରତ ଠାରୁ ୧-୦,୨-୦,୨-୧ରେ ହାରିବ ତେବେ ଅଷ୍ଟ୍ରେଲିଆ ଫାଇନାଲକୁ ଯିବ।

ସେହିପରି ଯଦି ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ ଫଳାଫଳ ଡ୍ର ରହେ ତେବେ ଅଷ୍ଟ୍ରେଲିଆକୁ ଏହାର ଲାଭ ହେବ। ଯଦି ଏହି ସିରିଜ ୦-୦,୧-୧ ବା ୨-୨ ରେ ଡ୍ର ରହେ ତେବେ ଅଷ୍ଟ୍ରେଲିଆ ଫାଇନାଲକୁ ଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *