ସଂଜୁ ସାମସନଙ୍କୁ ଏହି ଦୁଇଟି ବଡ଼ ଦଳଠୁ ମିଳିଥିଲା ଅଫର, ରାଜସ୍ଥାନ କଲା ବଡ଼ ଖୁଲାସା।

ଆଇପିଏଲ ନିଲାମୀ ପୂର୍ବରୁ ସବୁ ଟିମ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ଜାରି କରିଛନ୍ତି। ସବୁଠୁ ବଡ ଘୋଟଲା ରାଜସ୍ଥାନ ରାୟଲସ ଟିମରେ ହେଲା। ରାଜସ୍ଥାନ ଟିମ ଅଷ୍ଟ୍ରେଲିଆ ଦିଗଜ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ରିଲିଜ କଲା।ତାଙ୍କ ଜାଗାରେ ୨୬ ବର୍ଷୀୟ ଯୁବ ଭାରତୀୟ ଖେଳାଳି ସଂଜୁ ସାମସନଙ୍କୁ ଅଧିନାୟକ କଲା। ସଂଜୁ ସାମସନ ବର୍ତ୍ତମାନ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ଟିମର ଅଧିନାୟକ ଅଛନ୍ତି।

Google

ଷ୍ଟିଭ ସ୍ମିଥ ନିକଟରେ ଭାରତ ବିପକ୍ଷରେ ଟେଷ୍ଟରେ ଏକ ଓ ୱାଣ୍ଡେରେ ୨ ଶତକ ଲଗେଇଥିଲେ। କେହି ଭାବି ନ ଥିଲେ ରାଜସ୍ଥାନ ତାଙ୍କୁ ହଟେଇ ସାମସନଙ୍କୁ ଅଧିନାୟକ କରିବେ ବୋଲି। ପୂର୍ଵ ସିଜିନରେ ସେ ବହୁତ ଭଲ ପ୍ରଦର୍ଶନ କରି ପୁରସ୍କାର ପାଇଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ୱାଣ୍ଡେ ଓ ଟି ୨୦ ଟିମରେ ସାମିଲ କରାଯାଇଥିଲା। ତିନି ମ୍ୟାଚ ବିଶିଷ୍ଟ ଟି ୨୦ ଟୁର୍ଣ୍ଣାମେଣ୍ଟ ସେ ଖେଳିଥିଲେ। ସାମସନଙ୍କ ପ୍ରଦର୍ଶନ ଦେଖି ବିରାଟ କୋହଲିଙ୍କ ଟିମ ଆରସିବି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ ସିଏସକେ ତାଙ୍କୁ ନିଜ ଟିମରେ ନବାକୁ ଚାହୁଁଥିଲେ। ଏହି ଦାବି ଭାରତୀୟ ପୂର୍ଵ କ୍ରିକେଟର ଆକାଶ ଚୋପ୍ରା କହିଥିଲେ।

ଆକାଶ ଚୋପ୍ରା ଷ୍ଟାର ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ କହିଛନ୍ତି,”ଆରସିବି ଓ ସିଏସକେ ସାମସନଙ୍କୁ ଲୋଭ ଦେଖାଇବାକୁ ଚାହୁଁଥିଲେ। ଏହି ରାଜସ୍ଥାନ ରୟାଳସ ଠାରୁ ଟ୍ରେଡ଼ କରିବାକୁ ଚାହୁଁଥିଲେ।”ହେଲେ ରାଜସ୍ଥାନ ରାୟଲସ ଏହାକୁ ସମ୍ଭବ ହେବାକୁ ଦେଲେ ନାହିଁ। ସେ ସାମସନଙ୍କୁ ନିଜ ଟିମରେ ସାମିଲ କରି ରଖିଲା। କହିରଖିଛୁ କି ଆଇପିଏଲ ୨୦୨୧ ରେ ରାଜସ୍ଥାନକୁ ଛାଡି କୌଣସି ଟିମ ନିଜର ଅଧିନାୟକ ବଦଳେଇ ନାହାନ୍ତି।

Google

ରିଟେନ ଖେଳାଳି:-ସଂଜୁ ସାମସନ,ଜୋଶ ବଟଲର,ଜୋଫ୍ରା ଆର୍ଚ୍ଚର,ବେନ୍ ଷ୍ଟୋକ,ମହିପାଳ ଲୋମଲୋର,ମନନ ଭୋରା,ମୟଙ୍କ ମାର୍କଣ୍ଡେ,ଶ୍ରେୟାସ ଗୋପାଳ,ଜୟଦେବ ଉନାଦକଟ,ରବି ଉଥାପା,ରିୟାନ ପରାଗ,ରାହୁଲ ତେବଟିଆ,ଯଶସ୍ୱୀ ଜୟସବଲ,କାର୍ତ୍ତିକ ତ୍ୟାଗୀ,ଆଣ୍ଡ୍ରୟୁ ଟାଇ,ଅନୁଜ ରାବତ,ଡେଭିଡ ମିଲର

ରିଲିଜ ଖେଳାଳି:-ଷ୍ଟିଭ ସ୍ମିଥ,ଅଙ୍କିତ ରାଜପୁତ,ଆସୋନେ ଥୋମାସ,ଆକାଶ ସିଂ,ବରୁଣ ଆରୋନ,ଟମ କୁରନ,ଅନିରୁଦ୍ଧ ଜୋଶୀ ଓ ଶଶାଙ୍କ ସିଂ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *