ଆଇପିଏଲରେ ଅନସୋଲଡ଼ ରହିଥିବା ଖେଳାଳୀ ଏହି ଚୌକା-ଛକାରେ ମାରିଲେ ଶତକ,ଚାରିଆଡେ ସମସ୍ତେ ଆଶ୍ଚର୍ଯ୍ୟ।

ଆଇପିଏଲ ୨୦୨୧ର ନିଲାମୀରେ ଅନସୋଲଡ଼ ରହିଥିବା ପ୍ରେରକ ମାର୍କଣ୍ଡ ବିଜୟ ହଜାରେ ଟ୍ରଫିରେ ଶନିବାର(୨୭ ଫେବୃଆରୀ)କୁ ତୁଫାନି ଶତକ ଲଗାଇଲେ। ସୌରାଷ୍ଟ୍ର ତରଫରୁ ଖେଳୁଥିବା ପ୍ରେରକ ଚଣ୍ଡୀଗଡ଼ ବିରୁଦ୍ଧରେ ୧୩୦ଟି ବଲରେ ୧୭୪ରନ କଲେ। ସେ ୧୬ଟି ଚୌକା ଓ ୬ ଲଗାଇଲେ। ନିଜ ଶତକରେ ପ୍ରେରକ କେବଳ ଚୌକା-ଛକାରେ କଲେ। ଦିନର ଅନ୍ୟ ମ୍ୟାଚରେ ବଙ୍ଗାଳର ଦୁଇ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଇଶ୍ଵରନ ଓ ଅଧିନାୟକ ଅନୁସ୍ତୁପ୍ତ ମଜୁମଦାର ନର୍ଭସ ନାଇନଟିଜରେ ଆକ୍ଷେପ ହେଲେ।

Google

ଏଲିଟ ଗ୍ରୁପ ଏ ର ମୁକାବିଲାରେ ସୌରାଷ୍ଟ୍ର ଚଣ୍ଡିଗଡ଼କୁ ୬୨ ରନରେ ହରାଇଦେଲା। ଚଣ୍ଡିଗଡ଼ର ବୋଲିଂ କରିବାର ନିଷ୍ପତି ପରେ ୨୬ ବର୍ଷର ପ୍ରେରକ ତୁଫାନି ପାଳି ଖେଳିଲେ।ସୌରାଷ୍ଟ୍ର ୭ ୱିକେଟରେ ୩୨୮ ରନର ବିଶାଳ ସ୍କୋର ଠିଆ କଲା। ଆଇପିଏଲ ନିଲାମୀରେ ପ୍ରେରକଙ୍କର ବେସ ପ୍ରାଇସ ୨୦ଲକ୍ଷ ଥିଲା। ତାଙ୍କ ଛଡା ଦଳ ପାଇଁ ଅରପିଲ ବାସବାଡ଼ା ୭୧,ବିଶ୍ୱରାଜ ଜାଡେଜା ୫୦ ଓ ଚିରାଗ ଜାନୀ ଅପରାଜିତ ୩୦ ରନ କଲେ। ଲକ୍ଷ୍ୟର ପିଛା କରି ଚଣ୍ଡିଗଡ଼ର ଦଳ ୫୦ ଓଭରରେ ୭ ୱି କେଟରେ ୩୨୬ ରନ ହିଁ କରିପାରିଲା। ତା ପାଇଁ ଅଡ଼ସଲାନ ଖାନ ୬୧,ଅଙ୍କିତ କୋୖଶିକ ୫୪ ଓ ଅଧିନାୟକ ମନନ ବୋହରା ୫୦ ରନ କଲେ।

ଏହି ବିଜୟରୁ ସୌରାଷ୍ଟ୍ରର ୧୬ ଅଙ୍କ ହୋଇଯାଇଛି ଯିଏ ଚଣ୍ଡିଗଡ଼ରୁ ୪ ଅଙ୍କ ଅଧିକ ଅଟେ। ସୌରାଷ୍ଟ୍ର ୧୧ ଓଭର ମଧ୍ୟରେ ନିଜର ୨ଜଣ ଓପନର ବ୍ୟାଟ୍ସମ୍ୟାନ୍ ଅବି ବାରୋଟ(୨୫)ଓ ସ୍ନେଲ ପଟେଲ(୨୦)ର ୱିକେଟ ହରାଇଦେଲେ। ଏହାପରେ ପ୍ରେରକ ବିଶ୍ୱରାଜ ଜାଡେଜା ଓ ପୁଣି ଅର୍ପିତ ବସାବଡାଙ୍କ ସହ ଶତକୀୟ ଭାଗିଦାରୀ ନିଭାଇଲେ। ସେ ୫୩ଟି ବଲରେ ଅର୍ଦ୍ଧଶତକ ପୂରା କରିବା ପରେ ତା ପର ୩୯ଟି ବଲରେ ଲିଷ୍ଟ ଏ କ୍ୟାରିୟର ନିଜର ଦ୍ୱିତୀୟ ଶତକ ପୂରା କଲେ। ସେ ଶେଷ ଓଭରରେ ଜଗଦିଶ ସିଂହଙ୍କ ବଲରେ ଆଉଟ ହେଲେ।

Google

ଗ୍ରୁପର ଦ୍ୱିତୀୟ ମୁକାବିଲାରେ ଅନୁଭବୀ ଇଶ୍ଵରନ(୯୯) ଓ ଅନୁସ୍ତୁପ ମଜୁନଦାର(ଅପରାଜିତ ୯୨)ର ବଡ ପାଳିର ବଳରେ ବଙ୍ଗାଳ ୪ ୱିକେଟ ୩୬୮ ରନ କରିବା ପରେ ଜାମ୍ମୁକାଶ୍ମୀରକୁ ୪୫.୩ ଓଭରରେ ୨୮୬ ରନରେ ସୀମିତ କରି ୮୨ ରନର ବିଜୟ ହାସଲ କଲା। ଏକ ଅନ୍ୟ ମ୍ୟାଚରେ ସର୍ଭିସେସ (୫ ୱିକେଟରେ ୨୮୭ ରନ) ହରିୟାଣା(୪୩.୩ ଓଭରରେ ୧୭୫ ରନରେ ସମସ୍ତେ ଆଉଟ)କୁ ୧୧୨ରନରେ ହରାଇଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *