ଆଜିକାଲି ଝିଅମାନେ ସବୁ ପଦବୀ ହାସିଲ କରିବାରେ ସଫଳ ହେଉଛନ୍ତି। ଝିଅମାନେ କୌଣସି କ୍ଷେତ୍ରରେ ପୁଅମାନଙ୍କ ଠାରୁ କମ ନୁହନ୍ତି। ଆଜିକାଲି ଝିଅ ଓ ପୁଅମାନଙ୍କ ମଧ୍ୟରେ କିଛିବି ପ୍ରଭେଦ ନାହିଁ। ଯଦି ପୁଅମାନେ ବିଦେଶକୁ ଯାଇ ନାମ ଅର୍ଜନ କରିପାରୁଛନ୍ତି ତେବେ ଆମ ଦେଶର ଝିଅମାନେ ମଧ୍ୟ ଏହି କ୍ଷେତ୍ରରେ ପଛୁଆ ନାହାନ୍ତି। ଏତିକି ନୁହେଁ ଏହା ଛଡା ସମାଜରେ ଏପରି ଲୋକମାନଙ୍କ ପାଇଁ ମଧ୍ୟ ଉଦାହରଣ ଦେଉଛନ୍ତି ଯେଉଁଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଝିଅମାନଙ୍କ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଯାଉଅଛି। ସେଠାରେ ଝିଅମାନେ ମଧ୍ୟ ଉଚ୍ଚତାକୁ ଭେଦ କରିପାରିବେ।

ଏକ ଛୋଟ ଗାଁରେ ୨୩ ଜୁଲାଇ ୧୯୯୪ରେ ରାଜସ୍ଥାନର ଝୁନଝନ ଜିଲ୍ଲାର ନବଲଗଡ଼ ଉପଖଣ୍ଡର ପରଶରାମ ଗାଁରେ ରହୁଥିବା ଝିଅ ଯିଏକି ଦୁବାଇ ଭଳି ବଡ଼ ସହରରେ ପ୍ରତ୍ୟେକ ବର୍ଷ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ପିତାଙ୍କ ଶିବଦାନ ଶିରସବା ଅଟେ ତଥା ସେ ରିୟଲ ଷ୍ଟେଟର କାର୍ଯ୍ୟ କରନ୍ତି। ତାଙ୍କ ମାଆଙ୍କ ନାମ ମଞ୍ଜୁଦେବୀ ଅଟେ ଓ ସେ ଏକ ଗୃହିଣୀ ଅଟନ୍ତି। ଜ୍ୟୋତିର ବଡ଼ ଭାଇର ନାମ କୃଷ୍ଣା ଯେ କି ଦିଲ୍ଲୀରେ ଚାକିରୀ କରନ୍ତି।
ଏହା ଛଡା ତାଙ୍କର ନାମ ଲଳିତ ଅଟେ ତଥା ସେ ବିସିଏର ପାଠ ପଡୁଛନ୍ତି । ଜ୍ୟୋତି ନିଜ ଦଶମ ଓ ଇଣ୍ଟରମିଡିଏଟର ପଢିବା ନବଲଗଡ଼ର ପୋଦାର କଲେଜର ବିସିଏରେ ନାମ ଲେଖାଇଲେ। ଏହା ସହିତ ସେ ମୋବାଇଲ ଆପର ଛୋଟ-ଛୋଟ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଲେ।

ଏପରି ହିଁ ଦେଖୁ ଦେଖୁ ଜ୍ୟୋତିଙ୍କର ରୁଚି ମୋବାଇଲ ଆପ ତିଆରି କରିବାରେ ଅଧିକ ବଢିଗଲା। ଜ୍ୟୋତି ପୋଦାର କଲେଜରୁ ବିସିଏ ଡିଗ୍ରୀ ହାସଲ କରିବା ପରେ ଜୟପୁରର ଆଇଆଇଆଇଏମ କଲେଜରେ ଏମସିଏ କଲେ। ଏମସିଏର ପାଠ ଅଧ୍ୟୟନ କରିବା ସମୟରେ ହିଁ ସେ ଆପ ଉନ୍ନତି କରିବାର ଇଚ୍ଛା ଗତିଶୀଳ ରଖିଲେ।
ନିଜ ମାତା ପିତାଙ୍କୁ ଦେଲେ ସଫଳତାର ଶ୍ରେୟ:
ଜ୍ୟୋତି କହିଲେ ତାଙ୍କ ସଫଳତା ପଛରେ ତାଙ୍କ ମାତା ପିତାଙ୍କର ପ୍ରମୁଖ ଭୂମିକା ଅଛି। ଯେଉଁଠି ସମାଜରେ ପୁରୁଷମାନଙ୍କର ପ୍ରଧାନତା ଅଛି ସେଠାରେ ବିନା କିଛି ଚିନ୍ତା ନ କରି ସେ ମତେ ପୁଅ ପରି ହିଁ ଭାବିଲେ। ଏମସିଏର ଚତୁର୍ଥ ସେମିଷ୍ଟରରେ ସେ ବିଆର ସଫ୍ଟଟେକରେ ୮ ହଜାର ଟଙ୍କା ପ୍ରତି ମାସରେ ଚାକିରି କଲେ।
୬ମାସ ପରେ ହିଁ ଜୟପୁରର କନଣ୍ଟେଟ ଇନଫୋ ସଲ୍ୟୁସନ ଏମଏନସିରେ ଯୋଗ ଦେଲେ। ସେଠାରେ ତାଙ୍କୁ ପ୍ରତି ମାସରେ ୪୦,୦୦୦ ଟଙ୍କା ଦରମା ମିଳୁଥିଲା। ସେଠାରେ ଦେଢ଼ ବର୍ଷ କାଳ ଚାକିରି କରିବା ଭିତରେ ଜ୍ୟୋତିଙ୍କର ଦଳ ଜେଡ ଆମେରିକାନ ଇଂଲିଶ ନାମକ ଏକ ମୋବାଇଲ ଆପ ଉପରେ କାର୍ଯ୍ୟରତ ଥିଲେ ।

ଦୁବାଇରୁ ଆସିଲା ୨୨ଲକ୍ଷ ପ୍ୟାକେଜର ଅଫର:
ଜ୍ୟୋତି କହିଲେ କି ସେ ଏହି ପ୍ରୋଜେକ୍ଟ ଉପରେ ପୂରା ମନରୁ କାର୍ଯ୍ୟ କଲେ ଓ ତାଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରାଗଲା ତଥା ଦୁବାଇର ଏ କେ ଇଣ୍ଟରନ୍ୟାଶନଲରୁ ୨୨ ଲକ୍ଷ ଟଙ୍କା ପ୍ରତି ବର୍ଷର ପ୍ୟାକେଜ ଚାକିରି ଅଫର ଆସିଲା।ପୁଣି ମାର୍ଚ୍ଚ ୨୦୨୦ରେ ଜ୍ୟୋତି ଜୟପୂରରୁ ଦୁବାଇ ଚାଲିଗଲେ। ସେ ଗତ ମାସ ଛୁଟିରେ ଘରକୁ ଆସିଛନ୍ତି ବୋଲି ଜଣା ଯାଉଛି।
୧୩ ଡିସେମ୍ବରକୁ ଦୁବାଇ ଫେରିଯିବେ। ଏତିକି ହିଁ ନୁହେଁ ଦୁବାଇରେ ଏ କେ ଇଣ୍ଟରନ୍ୟାଶନଲର ଏକ ଦଳର ନେତୃତ୍ୱ କରୁଛନ୍ତି।ଏହି ଦଳ ଏ କେ ଇଣ୍ଟରନ୍ୟାଶନଲ ହେଲଥ ଇଣ୍ଟରଫମ ପରିକଳ୍ପନା ଉପରେ କାର୍ଯ୍ୟ କରୁଅଛି। ଏହି ପରିକଳ୍ପନାର ଅନୁସାରେ ଏକ ଏପରି ମୋବାଇଲ ଆପର ନିର୍ମାଣ କରାଯାଉଅଛି ଯାହା ଦ୍ୱାରା ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ମିଳିବ। ରୋଗୀ ଘରେ ବସି ରହି ଚିକିତ୍ସାର ଉପଦେଶ ନେଇପାରିବେ। କହିଦେଉଛୁ କି ଏହି ପରିକଳ୍ପନା ଆସନ୍ତା ମାସ ଆମେରିକା ଓ ଭାରତ ସହିତ ଅନ୍ୟ ୭ଟି ଦେଶରେ ମଧ୍ୟ ଲଞ୍ଚ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।