୨୦୨୦ ବର୍ଷ ଏହି ଷ୍ଟାର ମାନଙ୍କ ପାଇଁ ବନିଲା କାଳ, କାରଣ ଜାଣିଲେ ଚକିତ ହେବେ ।

୨୦୨୦ ରେ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଗଲାଣି। ବଲିଉଡରେ ମଧ୍ୟ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। ୨୦୨୦ ବଲିଉଡ ପାଇଁ ଏକ ଖରାପ ସ୍ୱପ୍ନ ପରି ରହିଲା। ଏହି ବର୍ଷ ଇଣ୍ଡଷ୍ଟ୍ରିର ସବୁକାମ ଅଧାରୁ ବନ୍ଦ ହେଇଗଲା। ଏହା ସହ ବଲିଉଡ ଅନେକ ସିତାରାମାନଙ୍କୁ ମଧ୍ୟ ହରେଇଲା। ଋଷି କପୁର,ଇରଫାନ ଖାନ,ସୁଶାନ୍ତ ସିଂ ଙ୍କ ପରି ବଡ଼ ଅଭିନେତା ମାନେ ୨୦୨୦ କୁ ଶୁଭବିଦାୟ କରି ଚାଲିଗଲେ।

Google

ଲୋକପ୍ରିୟ ଅଭିନେତ୍ରୀ ନିମ୍ମି:- ଲୋକପ୍ରିୟ ଅଭିନେତ୍ରୀ ନିମ୍ମି ୮୮ ବର୍ଷ ବୟସରେ ୨୬ ମାର୍ଚ୍ଚରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସେ ଅନେକ ଦିନ ହେଲା ମୁମ୍ବାଇର ସରଳା ନର୍ସିଂହୋମରେ ଥିଲେ।

ଇରଫାନ ଖାନ:- ୫୪ ବର୍ଷୀୟ ଅଭିନେତା ଇରଫାନ ଖାନଙ୍କର ମୃତ୍ୟୁ ୨୯ ଏପ୍ରିଲ କୁ ହେଇଥିଲା। ସେ ଅନେକ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ। କିଛିଦିନ ପୂର୍ବେ ସେ ହସ୍ପିଟାଲ ଯାଇଥିଲେ।

Google

ଋଷି କପୁର:- ଋଷି କପୁରଙ୍କର ମୃତ୍ୟୁ ୩୦ ଏପ୍ରିଲରେ ଏକ ଘରୋଇ ହସ୍ପିଟାଲରେ ହେଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହେଇଥିଲା। ସେ ଅନେକଦିନ ହେବ କ୍ୟାନ୍ସର ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

Google

ୱାଜିଦ ଖାନ:- ଲୋକପ୍ରିୟ ସଂଗୀତକାର ୱାଜିଦ ଖାନ ଅନେକ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ। ଏହା ସହ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଥିଲା। ମାତ୍ର ତାଙ୍କର ଦେହ ଭଲ ରହିଲାନାହିଁ। ଫଳରେ ଜୁନ ୧ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସଂଳାପଲେଖକ ବାସୁ ଚାଟାର୍ଜୀ:- ଫିଲ୍ମ ନିର୍ମାତା,ନିର୍ଦେଶକ, ସଂଳାପଲେଖକ ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ୪ ଜୁନରେ ହେଇଥିଲା। ଛୋଟି ସି ବାତ,ଚମେଲି,ରଜନୀଗନ୍ଧା ପରି ଚଳଚ୍ଚିତ୍ରର ନିର୍ଦେଶନା ସେ ଦେଇଛନ୍ତି।

ଯୋଗେଶ ଗୌର:- ସଙ୍ଗୀତକାର୍ ଯୋଗେଶ ଗୌରଙ୍କର ନିଧନ ୨୯ ମଇରେ ହେଇଥିଲା। ସେ ୠଷିକେସ୍ ମୁଖାର୍ଜୀ,ବାସୁ ଚାଟାର୍ଜୀଙ୍କ ସହ କାର୍ଯ୍ୟ ମଧ୍ୟ କରିଛନ୍ତି।

ସୁଶାନ୍ତ ସିଂ ରାଜପୁତ: ସୁଶାନ୍ତ ସିଂହଙ୍କର ମୃତ ଦେହ ୧୪ ଜୁନରେ ତାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ମିଳିଥିଲା । ତାଙ୍କର ମୃତ୍ୟୁରେ ସମସ୍ତଙ୍କୁ ଗଭୀର ଦୁଃଖ ଦେଇଥିଲା । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ବାହାରକୁ ଆସିନାହିଁ । ତାଙ୍କ ମୃତ୍ୟୁର ଯାଞ୍ଚ CBI, NCB ଏବଂ ED କରୁଛନ୍ତି, ହେଲେ କିଛି ଖାସ ତଥ୍ୟ ପଦାକୁ ଆସି ନାହିଁ । ସାରା ଦେଶ ସୁଶାନ୍ତଙ୍କ ମୃତ୍ୟୁର ପର୍ଦାଫାଶ ପାଇଁ ଲଢେଇ କରୁଛି, ଆଜି ସେ ସମସ୍ତଙ୍କ ହୃଦୟରେ ଅଛନ୍ତି । ତାଙ୍କ ମୃତ୍ୟୁରେ ପୁରା ବଲିଉଡ଼ର କାରାନାମା ସାମ୍ନାକୁ ଆସିଛି ଆଉ କିଛି ଡ୍ରଗ୍ସ କେସରେ ଗିରଫ ମଧ୍ୟ ହୋଇଛନ୍ତି । ତାଙ୍କୁ କେବେ ନ୍ୟାୟ ମିଳିବ ଏହାକୁ ସାରା ଦେଶ ଅପେକ୍ଷାରେ ବସିଛି । ସୁଶାନ୍ତଙ୍କ ପରି ଜଣେ ଟାଲେଣ୍ଟ ଅଭିନେତାଙ୍କୁ ଆଜି ସମସ୍ତେ ମିସ କରୁଛନ୍ତି ।

Google

ସରୋଜ ଖାନ:- କୋରିଓଗ୍ରାଫର ସରୋଜ ଖାନ ଙ୍କର ମୃତ୍ୟୁ ୩ ଜୁଲାଇରେ ହେଇଥିଲା। କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କର ଦେହ ଭଲ ନଥିଲା।

କମେଡିଆନ୍ ଜଗଦୀପ:- ଜଗଦୀପ ୮୧ ବର୍ଷ ବୟସରେ ଜୁଲାଇ ମାସରେ ଏହି ସଂସାର ଛାଡି ଚାଲିଗଲେ। ତାଙ୍କର ପ୍ରକୃତ ନାମ
ଶୟଦ ଇସ୍ତିୟାକ ଏହେମଦ ଜାଫ୍ରି ଥିଲା। ସେ ୪୦୦ ରୁ ଉର୍ଦ୍ଧ୍ବ ଫିଲ୍ମରେ କାମ କରିଛନ୍ତି।

କୁମକୁମ:- ଲୋକପ୍ରିୟ ଅଭିନେତ୍ରୀ କୁମକୁମଙ୍କର ମୃତ୍ୟୁ ୨୮ ଜୁଲାଇରେ ହେଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହେଇଥିଲା। ନିଜ କ୍ୟାରିୟରରେ କୋହିନୂର୍,ଏକ୍ ସପେରା ଏକ୍ ଲୁଟେରା,ମଦର୍ ଇଣ୍ଡିଆ ଭଳି ଅନେକ ଚଳଚିତ୍ରରେ ସେ କାମ କରିଛନ୍ତି।

ସମୀର ଶର୍ମା:- “ଶାସ୍ ଭି କଭି ବହୁ ଥି” ଧାରାବାହିକରେ କାମ କରିସାରିଥିବା ସମୀର ଶର୍ମାଙ୍କ ମୃତ୍ୟୁ ଅଗଷ୍ଟ ମାସରେ ହେଇଥିଲା। ତାଙ୍କୁ ୪୪ ବର୍ଷ ହେଇଥିଲା। ନିଜ ମୁମ୍ବାଇ ସ୍ଥିତ ଫ୍ଲାଟରେ ଫାଶି ଦେଇଥିଲେ।

google

ବାଲ ସୁବର୍ମଣ୍ୟମ:- ଲୋକପ୍ରିୟ ଗୀତିକାର ସୁବର୍ମଣ୍ୟମଙ୍କର ମୃତ୍ୟୁ ୨୫ ସେପ୍ଟେମ୍ବରରେ ହେଇଥିଲା। ତାଙ୍କୁ ୭୪ ବର୍ଷ ହେଇଥିଲା। ବଲିଉଡକୁ ସେ ଅନେକ ହିଟ ଗୀତ ଦେଇଛନ୍ତି।ତାଙ୍କର ମୃତ୍ୟୁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ଜେମ୍ସ ବଣ୍ଡ:- ଜେମ୍ସ ବଣ୍ଡଙ୍କର ଭୂମିକା ନିଭେଇଥିବା ଲୋକପ୍ରିୟ ଅଭିନେତା ସିନ କ୍ୟାନେରୀଙ୍କ ମୃତ୍ୟୁ ୩୧ ଅକ୍ଟୋବରରେ ହେଇଥିଲା। ତାଙ୍କୁ ୯୦ ବର୍ଷ ହେଇଥିଲା। ନିଜ କ୍ୟାରିଅରରେ ୭ ଥର ସେ ବଣ୍ଡ ଭୂମିକାରେ ନଜର ଆସିଥିଲେ।

ଫରାଜ ଖାନ:- ୪୬ ବର୍ଷୀୟ ଅଭିନେତା ଫରାଜ ଖାନଙ୍କର ମୃତ୍ୟୁ ୪ ନଭେମ୍ବରରେ ହେଇଥିଲା। ସେ ବହୁତଦିନ ଧରି ଅସୁସ୍ଥ ଥିଲେ,ବେଙ୍ଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Google

ଦିବ୍ୟା ଭଟନାଗର:- ୟେ ରିସ୍ତା କ୍ୟା କେହଲାତେ ହେ ର ଫେମ ଦିବ୍ୟା ଭଟନାଗରଙ୍କର ମୃତ୍ୟୁ ୭ ଡିସେମ୍ବରରେ କରୋନା ଯୋଗୁଁ ହେଇଥିଲା। ଗୋରେଗାଁଓ ର ଏକ ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିଲେ।

ବିଜେ ଚିତ୍ରା:- ସାଉଥ ଅଭିନେତ୍ରୀ ବିଜେ ଚିତ୍ରାଙ୍କର ମୃତ ଦେହ ୯ ଡିସେମ୍ବରରେ ତାଙ୍କ ହୋଟେଲକୋଠରୀରୁ ମିଳିଥିଲା। ସୂତ୍ରରୁ ଜଣାପଡିଛି ଯେ ଡେରି ରାତିରେ ଶୁଟିଂ ସାରି ସେ ହୋଟେଲରୁମରେ ଚେକିଂ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *