ରୋଡ଼ ସେଫଟି ୱାର୍ଲଡ଼ ସିରିଜରେ ୧୨ତ୍ତମ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଲିଜେଣ୍ଡସ ବଙ୍ଗଳାଦେଶ ଲିଜେଣ୍ଡସଙ୍କୁ ପାଞ୍ଚ ୱିକେଟରେ ହରେଇ ଦେଲା। ବଙ୍ଗଳାଦେଶ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୭ ୱିକେଟ ହରେଇ ୧୬୯ ରନ କରିଥିଲା। ୧୨ ମାର୍ଚ୍ଚରେ ମିରପୁରର ସହିଦ ବିର ନାରାୟଣ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଲିଜେଣ୍ଡସ ଦ୍ୱିତୀୟ ପାଳିରେ ୧୮.୫ ଓଭରରେ ୫ ୱିକେଟ ବିନିମୟ ରେ ୧୭୩ ରନ କରିଦେଲା। ଏହା ଏହି ସିରିଜରେ ତାଙ୍କର ପ୍ରଥମ ବିଜୟ ଅଟେ ଆଉ ସେମାନେ ଅଙ୍କ ତାଲିକା ରେ ୫ମ ସ୍ଥାନରେ ପହଂଚି ଯାଇଛନ୍ତି।

ଟସ ଜିତିକି ଓଏଷ୍ଟ ଇଣ୍ଡିଜ ଲିଜେଣ୍ଡସର କ୍ୟାପଟେନ ବ୍ରାଏନ ଲାରା ପ୍ରଥମେ ବୋଲିଂ କରିବାକୁ ବାଛିଲେ। ବାଙ୍ଗଳାଦେଶର ଓପନର ନଜୀମ୍ମୁଦ୍ଧିନ ଆଉ ମେହରାଵ ହୁସେନ ପ୍ରଥମ ୮ ଓଭରରେ ୬୪ ରନର ପାର୍ଟନରଶିପ କଲେ। ନଜୀମ୍ମୁଦ୍ଦିନ ପ୍ରଥମ ୨୪ ବଲରୁ ୩ଟି ଚୌକା ଆଉ ୨ଟି ଛକା ସାହାଯ୍ୟରେ ୩୩ ରନ କରିକି ରନ ଆଉଟ ହେଇଗଲେ। ତାଙ୍କ ପରେ ଅଫଟାଵ ଅହମ୍ମଦ ନେହରାଵଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୫୭ ରନର ପାର୍ଟନରଶିପ କରିକି ଆଉଟ ହେଇଗଲେ। ୨୧ ବଲରେ ୩୨ ରନ କରିକି ଟିନୋ ବେଷ୍ଟଙ୍କ ବଲରେ ଆଉଟ ହେଇଗଲେ। ସେ ଚାରିଟି ଚୌକା ଆଉ ଗୋଟେ ଛକା ମାରିଲେ। ନେହରାଵ ୪୪ ରନରେ ପ୍ୟାଅଭିଲିଅନ ଫେରିଗଲେ। ୪୫ ରନର ଏହି ଇନିଂଗ୍ସରେ ସେ ୪ଟି ଚୌକା ମାରିଲେ।
ମହମ୍ମଦ ସାରିଫ ୧୩ ବଲରେ ୨୬ ରନର ଦ୍ରୁତ ଇନିଂଗ୍ସ ଖେଳିଲେ ମାତ୍ର ବେସି ସମୟ ଯାଏ ରହି ପାରିଲେ ନାହିଁ। ସେ ତିନୋଟି ଛକା ଲଗେଇଲେ। ତାଙ୍କ ପରେ ବାଙ୍ଗଳାଦେଶ ଲିଜେଣ୍ଡସଙ୍କର କେହି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଲା ନାହିଁ। ୱେଷ୍ଟ ଇଣ୍ଡିଜ ଲେଯେଣ୍ଡସଙ୍କ ପାଇଁ ସର୍ବାଧିକ ସୁଲେମାନ ବେନ ୩ଟି ୱିକେଟ ନେଲେ। ରାୟନ ବେଷ୍ଟିନ ଙ୍କୁ ୨ଟି ଆଉ ଟିନୋ ବେଷ୍ଟଙ୍କୁ ଗୋଟେ ସଫଳତା ମିଳିଲା। ୧୭୦ ରନର ପିଛା କରିବାକୁ ଆସିଥିବା ୱେଷ୍ଟ ଇଣ୍ଡିଜ ଲିଜେଣ୍ଡସ ୪୧ ରନରେ ୨ଟି ୱିକେଟ ହରେଇ ଦେଲା। ବିଲିଆମ ପାର୍କିଂସ ୨୨ ଆଉ ଦ୍ଵେନ ସ୍ମିଥ ୧୦ ରନ କରି ଆଉଟ ହେଇଗଲେ।

ଏହାପରେ ରିଡ଼ଲେ ଜ୍ୟାକବସ କିର୍କ ଏଡ଼ବାର୍ଡ୍ସଙ୍କ ସହ ମିଶି ପାରି ସମ୍ଭାଳିଲେ। ଦୁଇ ଜଣ ତୃତୀୟ ୱିକେଟ ପାଇଁ ୭୨ ରନର ପାର୍ଟନରଶିପ କଲେ। ଏଡ଼ବାର୍ଡ୍ସ ୨୮ ବଲରେ ୪୬ ରନର ଇନିଂଗ୍ସ ଖେଳିଲେ। ସେ ୬ଟି ଚୌକା ଆଉ ୨ଟି ଛକା ମାରିଲେ। ଜ୍ୟାକବସ ୩୦ ବଲରେ ୩୪ ରନର ଇନିଂଗ୍ସ ଖେଳି ଆଉଟ ହେଲେ। ଟିନୋ ବେଷ୍ଟ ୫ ରନ କରି ଆଉଟ ହେଲେ। ଏହାପରେ ଅଧିନାୟକ ବ୍ରାଏନ ଲାରା ନାଗାମୁଡୁଙ୍କ ସହ ମିଶି ୱେଷ୍ଟ ଇଣ୍ଡିଜକୁ ଜିତେଇଲେ। ଲାରା ୨୩ ବଲରେ ୩୧ ରନ କଲେ ଆଉ ସେ ୩ଟି ଚୌକା ମାରିଲେ। ନାଗାମୁଟୁ ୧୦ ବଲରେ ୧୬ ରନ କଲେ ଆଉ ସେ ଦୁଇଟି ଚୌକା ମାରିଲେ। ବାଙ୍ଗଳାଦେଶ ଲିଜେଣ୍ଡସ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟେ ବି ମ୍ୟାଚ ବିଜୟ ଲାଭ କରିନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।