ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅନ୍ତ ରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଆଇସିସିର ମାସର ସର୍ବଶ୍ରେଷ୍ଠ ଖେଳାଳୀର ଆୱାର୍ଡ଼ ମିଳିଛି। ୨୩ ବର୍ଷୀୟ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନିରେ ୯୭ ରନର ପାରି ଖେଳିଥିଲେ ଯାହା ଦ୍ୱାରା ଭାରତ ସେହି ମ୍ୟାଚ ଡ୍ର କରିବାରେ ସଫଳ ରହିଲା ଓ ବ୍ରିସବେନରେ ସେ ଖେଳିଥିବା ୮୯ ରନର ପାରି ଯୋଗୁ ଭାରତ ସେହି ମ୍ୟାଚ ଜିତି ଐତିହାସିକ ବିଜୟ ପାଇଲା। ଆଇସିସି କହିଛି ପୁରା ବର୍ଷର ସବୁ ମାସରେ ଭଲ ପ୍ରଦର୍ଶନ କରିଥିବା ମହିଳା ଓ ପୁରୁଷ ଖେଳାଳିଙ୍କୁ ଏହି ଆୱାର୍ଡ ମିଳିବ। ଆଇସିସି ଏହି ବର୍ଷ ଏହି ଆୱାର୍ଡ଼ ଦେବା ଆରମ୍ଭ କରିଛି। ପନ୍ତ ପ୍ରଥମ ଖେଳାଳି ଅଟନ୍ତି ଯାହାକୁ ଏହା ପ୍ରଥମେ ମିଳିଲା। ଇଂଲଣ୍ଡର ଅଧିନାୟକ ଜୋ ରୁଟ ଓ ଆୟରଲ୍ୟାଣ୍ଡର ପୋଲ ଷ୍ଟଲିଙ୍ଗଙ୍କ ସହ ସେ ଆଇସିସିର ମାସର ସର୍ବଶ୍ରେଷ୍ଠ ଖେଳାଳି ଦୌଡ଼ରେ ଥିଲେ।

ପନ୍ତ ଟିମ ଇଣ୍ଡିଆକୁ ଦେଲେ ନିଜ ପୁରସ୍କାର ସମର୍ପିତ:
ଏହି ଗିଫ୍ଟ ହାସଲ କରିବା ପରେ ଖୁସି ଦେଖାଇ ଆଇସିସି ରେ ଜାରି ବିଜ୍ଞପ୍ତିରେ ପନ୍ତ କହିଛନ୍ତି,” କୌଣସିବି ଖେଳାଳି ପାଇଁ ଟିମ ବିଜୟରେ ଯୋଗଦେବା ସବୁଠୁ ବଡ଼ ପୁରସ୍କାର ଅଟେ କିନ୍ତୁ ଏହି ଭଳି ଆୱାର୍ଡ଼ ଯୁବକ ମାନଙ୍କୁ ନିଜକୁ ଆହୁରି ଭଲ କରିବା ପାଇଁ ପ୍ରେରିତ କରିଥାଏ”। ସେ କହିଛନ୍ତି ମୁଁ ଟିମ ଇଣ୍ଡିଆର ପ୍ରତ୍ୟେକ ଖେଳାଳୀଙ୍କୁ ଏହି ପୁରସ୍କାର ସମର୍ପିତ କରୁଛି ଯିଏକି ଅଷ୍ଟ୍ରେଲିଆରେ ଆମ ବିଜୟରେ ଯୋଗଦାନ କରିଛନ୍ତି। ମୁଁ ସବୁ ପ୍ରଶଂସକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବୀ ଯିଏକି ମତେ ଭୋଟ ଦେଇଛନ୍ତି। ପନ୍ତ ଚେନ୍ନାଇରେ ଇଂଲଣ୍ଡ ସହ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ୯୧ ରନର ଆକ୍ରାମକ ପାରି ଖେଳିଛନ୍ତି।
ପନ୍ତ ଏହି ପୁରସ୍କାର ଜିତିବା ପରେ ଆଇସିସିର ଭୋଟିଙ୍ଗ ଏକାଡେମୀର ସଦସ୍ୟ ଓ ପାକିସ୍ତାନର ପୂର୍ଵ ଅଧିନାୟକ ରମିଜ ରାଜା କହିଛନ୍ତି,”ପନ୍ତ ଏହି ଦୁଇଟି ପାରି ପ୍ରେସରରେ ଓ ବହୁତ କଠିନ ପରିସ୍ଥିତିର ସାମ୍ନା କରି ଖେଳିଛନ୍ତି। ସେ ମ୍ୟାଚ ଜିଜେଇବାରେ ଓ ମ୍ୟାଚ ଡ୍ର କରେଇବାରେ ନିଜ କୌଶଳ ବିଧି ଦେଖାଇଛନ୍ତି। ଏହି ସମୟରେ ସେ ବହୁତ ଭଲ ମାନସିକତା ଦେଖାଇଛନ୍ତି”।

ସବନିମ ଇଶ୍ମାଇଲ ହେଲେ ବିଜେତା:
ମହିଳା କ୍ରିକେଟରରେ ଏହି ବିଜୟ ଦକ୍ଷିଣ ଆଫ୍ରିକାର ସବନିମ ଇଶ୍ମାଇଲ ପାଇଛନ୍ତି। ଯିଏକି ଏହି ସମୟରେ ତିନୋଟି ଏକଦିବସିୟ ଓ ଦୁଇଟି ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ପାକିସ୍ତାନ ବିରୁଦ୍ଧରେ ଏକଦିବସିୟ ସିରିଜରେ ୭ ଟି ୱିକେଟ ଅକ୍ତିଆର କରିଥିଲେ। ସେ ଏହି ଟିମ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ରେ ୫ ଟି ୱିକେଟ ନିଜ ନାମରେ କରିଛନ୍ତି। ଏହି ପୁରସ୍କାର ବିଜେତାଙ୍କ ନାମ ପ୍ରତି ମାସର ଦ୍ୱିତୀୟ ସୋମବାରକୁ ଆଇସିସିର ଡିଜିଟାଲ ଚ୍ୟାନେଲରେ ଘୋଷଣା କରାଯିବ। ଆଇସିସି କହିଛି ପ୍ରତି ମାସରେ ତିନୋଟି ଲେଖା ପୁରୁଷ ଓ ମହିଳାଙ୍କ ନାମ ଘୋଷଣା ହେବ ଯାହାକୁ ବି ଭୋଟିଙ୍ଗ ଏକାଡେମୀ ଏହା ମଧ୍ୟରୁ ବିଜେତା ଘୋଷଣା କରିବେ।
ଭୋଟିଙ୍ଗ ଏକାଡେମୀରେ କ୍ରିକେଟ ପରିବାରର ଜଣାଶୁଣା ସଦସ୍ୟଙ୍କୁ ଜାଗାମିଳିଛି। ଯେଉଁଥିରେ ବରିଷ୍ଟ ପତ୍ରକାର, ପୂର୍ବ ଖେଳାଳି, ପ୍ରସାରଣ କର୍ତା,ଓ ଆଇସିସି ହଲ ଅଫ ଫେମର କିଛି ସଦସ୍ୟ ରହିବେ ଯିଏକି ବିଜେତା ଚୟନ କରିବେ। ଏହି ଭୋଟିଙ୍ଗ ଏକାଡେମୀରେ ଭାରତର ପୂର୍ଵ ମହାନ ଖେଳାଳି ଭିଭିଏସ ଲକ୍ଷ୍ମଣ, ଅନୁଭବୀ ଖେଳ ପତ୍ରକାର ମୋନା ପାର୍ଥ ସାରଥୀଙ୍କୁ ଜାଗା ମିଳିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।