ତିନିଦିନ ଭିତରେ ମୁହଁ ରୁ ବ୍ରଣ ଆଉ କଳା ଦାଗ କମିବାର ସହଜ ଉପାୟ, ଜାଣନ୍ତୁ।
ମୁଁହ ରେ ବ୍ରଣ ଉଠିବା ନେଇ ଚିନ୍ତିତ କି ? କଳା ଦାଗ ପାଇଁ ଚିନ୍ତିତ କି ? ଆସନ୍ତୁ ଜାଣିବା ସହଜ ଉପାୟ ରେ କେମିତି ଉପଚାର କରିବେ।
ସୌନ୍ଦର୍ଯ୍ୟତା ବଢାଇବାର ଉପାୟ:
ଆଲୋଭେରା ଆପଣଙ୍କୁ ସାହାଯ୍ୟ କରିବ ବ୍ରଣ ଆଉ କଳା ଦାଗକୁ କମ୍ କରିବାପାଇଁ।
ପ୍ରଥମେ ଗୋଟିଏ ବାୱେଲ୍ ରେ ଦୁଇ ଚାମଚ ହଳଦି ଗୁଣ୍ଡ ନେବେ। ଏହାପରେ ଖଣ୍ଡେ ଆଲୋଭେରା (Alobera) ବା ଘିଅକୁଆଁରି କୁ ନେଇ ଏହାର ଚୋପାକୁ ଭଲ ଭାବରେ ଛଡାଇ ଦିଅନ୍ତୁ। ଏହି ରସକୁ ବାୱେଲ୍ ରେ ଥିବା ହଳଦି ଗୁଣ୍ଡ ସହ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ ଗୋଲାପ ଜଳ କୁ ବାୱେଲ ଥିବା ପ୍ୟାକ୍ ସହ ମିଶାଇ ଦିଅନ୍ତୁ। ଆଉ ମଧ୍ୟ ଏହି ପ୍ୟାକ୍ ରେ ଦୁଇ ବୁନ୍ଦା ଲେମ୍ବୁ ରସ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହା ପରେ ମୁହଁରେ ଏହି ପ୍ୟାକ୍ କୁ ପାଞ୍ଚ ମିନିଟ୍ ଭଲ ଭାବରେ ମାଲିସ୍ କରନ୍ତୁ। ପ୍ୟାକ୍ ଲଗାଇବା ପରେ ମୁହଁ କୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ କୁ ଭଲ ଭାବରେ ଧୋଇଦିଅନ୍ତୁ। ଏହିପରି ଭାବରେ ସପ୍ତାହରେ ତିନିଦିନ କଲେ ମୁହଁରେ ଥିବା ବ୍ରଣ, କଳଦାଗ ଭଲ ହେବା ସହ ମୁହଁର ଚମକ୍ ଆଣିଥାଏ। ଏହି ପ୍ୟାକ୍ କୁ ମଧ୍ୟ ଆପଣ ୩ ରୁ ୪ ଦିନ ଫ୍ରିଜ୍ ରେ ରଖି ବ୍ୟବହାର କରିପାରିବେ।
ଚିକ୍କଣ ତ୍ଵଚା କିମ୍ବା ଚମକ୍ ପାଇଁ ଆଲୋଭେରା (Alobera) ବହୁତ ଲାଭଦାୟକ ହୋଇଥାଏ।
ସପୁରି ମଧ୍ୟ ଚିକ୍କଣ ତ୍ଵଚା କିମ୍ବା ଚମକ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସପୁରି ରସରେ ଭିଟାମିନ ସି ଥିବାରୁ ଏହା ମୃତ କୋଶିକାଗୁଡିକୁ ନଷ୍ଟ କରି କୋମଳ ତ୍ଵଚା ଗଠନରେ ସହାୟକ ହୋଇଥାଏ।
ଗ୍ୟାଷ୍ଟିକ୍ ପାଇଁ ଆଲୋଭେରା (Alobera) ବହୁତ ଲାଭଦାୟକ ହୋଇଥାଏ। ଗ୍ୟାଷ୍ଟିକ୍ ଠାରୁ ଦୁରେଇ ରହିବା ପାଇଁ ଆପଣ ଆଲୋଭେରା ଜୁସ୍ ପିଇପାରିବେ। ଆଲୋଭେରା ଜୁସ୍ ବହୁତ ଲାଭଦାୟକ ହୋଇଥାଏ। ଆଲୋଭେରା ଜୁସ୍ ବହୁତ ରୋଗ କୁ ଭଲ କରିବା ରେ ସାହାଯ୍ୟ କରିଥାଏ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମଧ୍ୟ ଆଲୋଭେରା ସାହାଯ୍ୟ କରିଥାଏ। ଆପଣ ଏହାକୁ ନୀତିଦିନ ସେବନ କଲେ ଆହୁରି ଲାଭଦାୟକ ହୋଇଥାଏ।