ଫ୍ରାନ୍ସରୁ ତିନିଟି ରାଫେଲ ବିନା ଅଟକି ଭାରତ ପହଂଚିଲେ ଆଉ ଏହି ଦେଶରେ ଭରିଲେ ଇନ୍ଧନ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତର ବାୟୁସେନାର ଶକ୍ତି ୪ଗୁଣା ବଢିଯାଇଛି। ଆଜି ପୁଣି ତିନୋଟି ରାଫେଲ ବିମାନ ଫ୍ରାନ୍ସରୁ ଭାରତ ପହଂଚି ଯାଇଛନ୍ତି। ଗୁଜୁରାଟର ଜାମାନଗର ବେଶରେ ରାତି ପାଖପାଖି ୧୧.୦୦ ରେ ସେହି ତିନୋଟି ଜେଟ ଲ୍ୟାଣ୍ଡ କରିଛି। ଫ୍ରାନ୍ସରୁ ବାହାରିବା ପରେ ଏହି ତିନୋଟି ବିମାନ ବିନା ଅଟକି ସିଧା ଭାରତ ପହଂଚି ଯାଇଛି କେବଳ ରାସ୍ତାରେ ୟୁଏଇ ଠାରେ ତାଙ୍କର ବାଇ ଏୟାର ଫ୍ୟୁଲିଂ ହେଇଯାଇଥିଲା।

Google

ଭାରତରେ ରାଫେଲ ବିମାନର ଚତୁର୍ଥ କ୍ଷେପ ଲ୍ୟାଣ୍ଡ କରିବା ପରେ ବାୟୁସେନା ତରଫରୁ ଜାରି କରା ଯାଇଥିବା ଆଧିକାରୀକ ବୟାନରେ କୁହାଗଲା କି ୟୁଏଇର ବାୟୁ ସେନା ଟ୍ୟାଙ୍କର ମାନଙ୍କ ଦ୍ୱାରା ରାଫେଲ ବିମାନରେ ଇନ୍ଧନ ଭରାଗଲା। ଏହା ଦୁଇ ବାୟୁ ସେନା ମାନଙ୍କ ଭିତରେ ମଜବୁତ ସମ୍ପର୍କର ଡୋରି ସାବ୍ୟସ୍ତ ହେବ।

ବାୟୁସେନା ପାଖରେ ୧୪ଟି ରାଫେଲ ଜେଟ:

ଏହି ତିନୋଟି ରାଫେଲ ବିମାନ ଅମ୍ବାଲାରେ ଗୋଲଡେନ ଏରୋ ସ୍କ୍ବାର୍ଡରନ ରେ ସାମିଲ ହେବ। ଏହି ତିନୋଟି ରାଫେଲ ଜେଟ ସାମିଲ ହେବା ପରେ ଭାରତୀୟ ବାୟୁସେନାରେ ସର୍ବମୋଟ ରାଫେଲ ବିମାନ ମାନଙ୍କର ସଂଖ୍ୟା ୧୪ ହେଇ ଯାଇଛି। ଏହା ସହିତ ୯ଟି ରାଫେଲ ବିମାନର ଆର ବ୍ୟାଚ ଏପ୍ରିଲକୁ ଆସିବାକୁ ଯାଉଛି। ଯାହାଙ୍କ ଭିତରୁ ପାଞ୍ଚଟି ବିମାନକୁ ଉତ୍ତରୀ ବେଙ୍ଗଲର ହାସୀମାରା ଏୟାର ବେଶରେ ରଖା ଯିବାର ପ୍ଲାନ କରାଯାଇଛି।

Google

ପୂର୍ବ ବର୍ଷ ବାୟୁସେନାର ରାଫେଲକୁ ସାମିଲ କରାଯାଇଥିଲା: ପୂର୍ବ ବର୍ଷ ଆଧିକାରୀକ ଭାବେ ଅମ୍ବାଲା ରେ ୧୦ ସେପ୍ଟେମ୍ବରକୁ ହେଇଥିବା ଏକ କାର୍ଯ୍ୟକ୍ରମରେ ରାଫେଲକୁ ବାୟୁସେନାର ଏକ ବେଡାରେ ସାମିଲ କରାଯାଇଥିଲା ବୋଲି ଜଣା ଯାଇଥିଲା। ଏହାପରେ ତିନି ବିମାନର ଏକ କ୍ଷେପ ନଭେମ୍ବରରେ ଭାରତ ପହଂଚି ଥିଲା। ଏହା ପରେ ଆଉ ଏକ ତିନି ବିମାନର କ୍ଷେପ ୨୭ ଜାନୁଆରୀ କୁ ଭାରତ ପହଂଚି ଥିଲା।

୩୬ ଲଢାକୁ ବିମାନ କିଣିବା ପାଇଁ ସଉଦା ହେଇଥିଲା: ଆପଣଙ୍କୁ କହିରଖୁଛୁ କି ଭାରତ ଆଉ ଫ୍ରାନ୍ସ ଭିତରେ ସେପ୍ଟେମ୍ବର ୨୦୧୬ରେ ୩୬ଟି ଲଢାକୁ ବିମାନ କିଣିବା ପାଇଁ ୫୯୦୦୦ କୋଟି ଟଙ୍କାର ସଉଦା ହେଇଥିଲା।

Google

ଭାରତୀୟ ବାୟୁସେନା ପାଇଁ ରାଫେଲ ଏକ ଗେମ ଚେଞ୍ଜର ଅଟେ: ଭାରତୀୟ ବାୟୁସେନା ପାଇଁ ରାଫେଲ ବିମାନ ମାନଙ୍କୁ ଏକ ଗେମ ଚେଞ୍ଜର ଭାବେ ମାନା ଯାଉଛି କାରଣ ଏମାନଙ୍କର ଆସିବା ଫଳରେ ଭାରତକୁ ଏହାର ପଡୋଶୀ ମାନଙ୍କ ତୁଳନାରେ ଟେକ୍ନିକି ଉପାୟରେ ଅଗ୍ରଗତି ମିଳିଛି ଆଉ ଯୁଦ୍ଧ କ୍ଷେତ୍ରରେ ଏକ ଲଢ଼ୁଆ ଶକ୍ତି ବି। ରାଫେଲ ଏହାର ପ୍ରମାଣ ଲଦାଖ କ୍ଷେତ୍ର ମାନଙ୍କରେ ଉଡାଣ ଭରି ଦେଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *