ଅଚାନକ ଆସିଲା ମୃତ୍ୟୁ! ଜୋର ସୋର ହେଲା ବଜ୍ରପାତ, ୮ ଜଣଙ୍କ ଚାଲିଗଲା ଜୀବନ ଓ ୫ ଜଣ ମେଡିକାଲରେ ଭର୍ତି

ମୃତ୍ୟୁ କେତେବେଳେ କୋଉ ରୂପରେ ଆସେ ତାହା ଭଗବାନଙ୍କ ଛଡା କାହାକୁ ଜଣାନାହିଁ। ଉତ୍ତର ଓଡିଶାରେ ୮ ଜଣଙ୍କ ଜୀବନ ଯାଇଛି ଯାହା ହେଉଛି ବଜ୍ରପାତ ଦ୍ଵାରା। କହିରଖିବୁକି ଶନିବାର ଦିନ ବଜ୍ରପାତ ଦ୍ଵାରା ବାଲେଶ୍ଵରରେ ୫, ଭଦ୍ରକରେ ୨ ଜଣ ଓ ମୟୁରଭଞ୍ଜରେ ଜଣ ଲୋକଙ୍କ ମୃତ୍ୟୁ ଘଟିଯାଇଛି। ଏହା ସହ ଏହି ଜିଲ୍ଲାମାନଙ୍କରେ ମୋଟ ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି।

Google

ଶନିବାର ଦିନ ଉତ୍ତରଓଡିଶାରେ ପ୍ରବଳ ବର୍ଷା ସହ ଘଡ଼ଘଡି ଓ ବଜ୍ରପାତ ହୋଇଥିଲା। ଏହି ସମୟରେ ବ୍ଲକ ତଳ ତାପଣ୍ଡା ଓ ଶାସନ ଗ୍ରାମରେ ବିଲରେ ତଳି ପକାଇବା ପାଇଁ କିଛି ପୁରୁଷ ଓ ମହିଳା ଯାଇଥିଲେ କିନ୍ତୁ କିଏ ଜାଣିଛି କାଳ ସେଠି ଜଗିଥିଲା ବୋଲି। ସେହି ସମୟରେ ଜୋରରେ ବଜ୍ରପାତ ହୋଇଥିଲା ଯାହା ଦ୍ୱାରା ୨ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ।ମରିଥିବା ଦୁଇ ମହିଳାଙ୍କ ପରିଚୟ ମିଳିଛି। ଜଣେ ହେଉଛନ୍ତି ଥାନା ମଥାନୀ ଗ୍ରାମର ମନୋରଞ୍ଜନ ମାଝୀଙ୍କ ପତ୍ନୀ ପାନ ମାଝୀ (୫୦) ଓ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବ୍ରାହ୍ମଣମରା ଗ୍ରାମର ଶନିଆ କାଳନ୍ଦୀଙ୍କ ପତ୍ନୀ ଛବି କାଳନ୍ଦୀ (୩୨)। ସେମାନଙ୍କ ସହ ବିଲରେ କାର୍ଯ୍ୟ କରିବାକୁ ଯାଇଯାଇଥିବା ପୁନସିତା ଅଞ୍ଚଳର ଜଣେ ଯୁବତୀଙ୍କ ସମେତ ବର୍ଷା (୨୨), ଗୁରୁବାରି କା‌ଳନ୍ଦୀ (୨୮) ଓ ସାବିତ୍ରୀ କିସ୍କୁ ମଧ୍ୟ ସେହି ବଜ୍ରପାତରେ ଗୁରୁତର ହୋଇ ବର୍ତ୍ତମାନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଏହିପରି ଜଳେଶ୍ୱର ବ୍ଲକ ଗୋବରଘଟା ପଞ୍ଚାୟତ କୃଷ୍ଣନଗର ଗ୍ରାମର ମଙ୍ଗଳ ଟୁଡୁଙ୍କ ନାବାଳକ ପୁଅ ଗଜେନ୍ଦ୍ର (୧୨) ଓ ମଙ୍ଗଳ ମାରାଣ୍ଡିଙ୍କ ପୁଅ ପଦନା (୧୩)ଶନିବାର ଦିନ ମଧ୍ୟାନରେ ବିଲରେ ଗୋରୁ ଚରାଉଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ସେଠାରେ ହିଁ ପ୍ରାଣ ହରାଇଥିଲେ।ସେହିପରି ବଜ୍ରଘାତର ଶିକାର ହୋଇଛନ୍ତି ଜଳେସ୍ୱରର ଜଣେ ମହିଳା। ସେତାଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଅଞ୍ଚଳର ୩ ଜଣ ମହିଳା ଗୁରୁତର ହୋଇ ଏବେ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Google

କହିରଖିବୁକି ମରିଥିବା ମହିଳା ଜଣଙ୍କ ହେଲେ ବରଡିହା ପଞ୍ଚାୟତ କୁସୁମସାହିର ମାଧବ ସିଂଙ୍କ ପତ୍ନୀ ପୂର୍ଣ୍ଣିମା ସିଂ ଓ ଗୁରୁତର ହେଇଛନ୍ତି କୁସୁମ ସାହିର ସ୍ୱର୍ଗତ ପରମେଶ୍ୱର ମହାନ୍ତଙ୍କ ପତ୍ନୀ ସାବିତ୍ରୀ ମହାନ୍ତ, ଗୋପ ଗ୍ରାମର ଅର୍ଜୁନ ସିଂଙ୍କର ପତ୍ନୀ ଗୁରୁବାରୀ ସିଂ ଓ ତାଙ୍କ ପୁଅ ଅଭିମନ୍ୟୁ ସିଂ।ଏହିପରି ଅଘଟଣ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଘଟିଯାଇଛି।ଯେଉଁଠି ତାଳକୁଣ୍ଡା ଗ୍ରାମର ନରେନ ମହାନ୍ତଙ୍କ ପୁଅ ଜୟଦେବ (୨୬) ଶନିବାର ଦିନ ଉପରଓଳି ବିଲରେ କାମ କରୁଥିଲେ ସେହି ସମୟରେ ବଜ୍ରପାତ ହୋଇଥିଲା ଓ ତାଙ୍କର ମୃତ୍ୟୁ ସେହିଠାରେ ହିଁ ହୋଇଥିଲା। ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ‌ପୌରପାଳିକା ରାଧାନାଥପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ (୫୬) ଓ ବାସୁଦେବପୁର ବ୍ଲକ ପଢ଼ୁଆ ଗ୍ରାମର ଗଙ୍ଗାଧର ମଳିକ (୩୫)ମଧ୍ୟ ଚାଷ କାର୍ଯ୍ୟ ପାଇଁ ବିଲରେ କାମ କରୁଥିଲେ ଯାହା ଦ୍ୱାରା ବଜ୍ରପାତରେ ସେମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଗଙ୍ଗାଧରଙ୍କୁ ସୋର ଡାକ୍ତରଖାନା ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେମାନଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା।ମନେ ପକାଇଦେବୁକି ପୂର୍ଵବର୍ଷ ଜୁଲାଇ ୨୦ ତାରିଖରେ ବାଲେଶ୍ବରର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗୋଟିଏ ଦିନରେ ୭ ଜଣ ବ୍ୟକ୍ତି ବ୍ରଜପାତରେ ପ୍ରାଣ ହରାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *