ବଡ଼ ଖବର, ଆପଣଙ୍କୁ କହିରଖିବୁ ଏକ କଲରାପତରିଆ ବାଘ କ୍ଳାସ ରୁମରେ ପଶି ଆସିଛି। ଆଶ୍ଚର୍ଯ୍ୟକର କଥାକି ସେ କୌଣସି ଗ୍ରାମକୁ ପଶିଆସିନାହିଁ ବରଂ ଏକ ବିଦ୍ୟାଳୟକୁ ପଶି ଆସିଛି। ବିଦ୍ୟାଳୟରେ ସମସ୍ତେ ପାଠ ପଢ଼ାରେ ବ୍ୟସ୍ତ ଥିବା ସମୟରେ ହଠାତ୍ କଲରାପତରିୟା ବାଘଟି ପସି ଆସି ଆକ୍ରମଣ କରିଥିଲା ପ୍ରାଣ ବିକଳରେ କିଏ କୁଆଡେ ଦୌଡ଼ି ପଳାଇଥିଲେ ଅନେକ ଆଘାତ ମଧ୍ୟ ହୋଇଥିଲେ। ଏହି ଭଳି ଘଟଣାଟି ଘଟିଯାଇଛି ଉତ୍ତରପ୍ରଦେଶର ଆଲିଗଡ଼।
ବହୁତ କଷ୍ଟରେ ବନବିଭାଗ ଅଧିକାରୀ ଆସି ବାଘଟିକ କାବୁ କରିଥିଲେ। ଏହା ବିଷୟରେ ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ ଅଦିତି ଶର୍ମା। ସେ କହିଛନ୍ତି ସେ ବୁଧବାର ଦିନ ସକାଳ ୬ ଟାରେ ଖବର ପାଇଲେ କି ପାଖ ଶିକ୍ଷାନୁଷ୍ଠାନକୁ ଏକ କଲରାପତରିଆ ବାଘ ପଶିଆସିଛି। ଏହି ଖବର ପରେ ବନ ବିଭାଗ ପହଁଚି ପ୍ରଥମେ ସମସ୍ତ ଲୋକଙ୍କୁ ଖାଲି କରିଥିଲା। ବାଘଟି କେଉଁ ରୁମରେ ଅଛି ଜାଣିବା ପାଇଁ ସିସିଟିଭି କ୍ୟାମେରା ଦେଖାଯାଇଥିଲା ଓ ଜଣାପଡିଥିଲାକି ବାଘଟି ୧୦ ନମ୍ବର ରୁମରେ ଅଛି। କବାଟ ନଥିବାରୁ ବହୁତ କଷ୍ଟରେ ବନ ବିଭାଗ ଜାଲ ପକାଇ ବାଘକୁ ଟାଙ୍କୁଲାଇଜ କରିଥିଲା।
A leopard entered a college and attacked a student in Chharra area of Aligarh on Wednesday
"The student was injured. He was rushed to a hospital & is now completely healthy," District Inspector of Schools, Dharmendra Sharma said. pic.twitter.com/MjBkQ2ieQR
— ANI UP (@ANINewsUP) December 1, 2021
ଶେଷରେ ୯ ଘଣ୍ଟାର ପରିଶ୍ରମ ପରେ ବାଘଟିକୁ କାବୁ କରି ବନ ବିଭାଗ ନେଇ ପାଖ ଜଙ୍ଗଲରେ ଛାଡ଼ି ଆସିଲା। ଏହା ପୁର୍ବରୁ ଗାଜିଆବାଦ ଅଞ୍ଚଳରେ ବାଘଟି ବହୁତ ଲୋକଙ୍କୁ ଆକ୍ରମଣ କରିଥିଲା। ସେଠାରେ ସେମିତି ବନବିଭାଗ ବହୁତ କଷ୍ଟରେ ତାକୁ କାବୁ କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।