ବିପଦରେ ‘ବାଘ’ : ୭ ବର୍ଷରେ ମଲେଣି ୭୫୦ ବାଘ

ବିପଦରେ 'ବାଘ' : ୭ ବର୍ଷରେ ମଲେଣି ୭୫୦ ବାଘ, tiger in danger, India, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ବଦଳୁଛି ପାଣିପାଗ, ପରିବେଶ ଓ ଜୀବଜନ୍ତୁଙ୍କ ପରିସ୍ଥାନ। ବଢ଼ୁଛି ଶିକାରୀଙ୍କ ଭୟ । ଏକଦା ଜଙ୍ଗଲର ରାଜା ଥିବା ସିଂହ ଏବେ କେବଳ କିଛି ହାତଗଣତି ଚିଡିଆଖାନା ଓ ଛବି ବହିରେ ସୀମିତ । ସିଂହର ବିଲୁପ୍ତ ସ୍ଥିତି ବାଘକୁ କରିଥିଲା ଜଙ୍ଗଲର ରାଜା । ହେଲେ ବଣର ରାଜା ବାଘ ଏବେ ନିଜେ ବିପଦରେ । ଗତ ୭ ବର୍ଷରେ ମଲେଣି ୭୫୦ ବାଘ । ମଧ୍ୟପ୍ରଦେଶରେ ଏହି ସଂଖ୍ୟା ସର୍ବାଧିକ ୧୭୩ । ଦେଶରେ ମୋଟ ବାଘ ମୃତ୍ୟୁସଂଖ୍ୟା ୭୫୦ରୁ ୩୬୯ ପରିସଂସ୍ଥା ବିଗିଡିବାରୁ ମରିଛନ୍ତି ।

୧୬୮ଟି କ୍ରୂର ଶିକାରୀଙ୍କ ଶିକାର ପାଲଟିଛନ୍ତି । ୪୨ଟି ବାଘ ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ଆଖି ବୁଜିଛନ୍ତି । ୭୦ ବାଘର ମୃତ୍ୟୁର କାରଣ ଖୋଜା ଚାଲିଛି । ୨୦୧୨ରୁ ୨୦୧୯ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୧୦୧ଟି ବାଘ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିିସିଏ) ଏକ ଆରଟିଆଇ ଉତ୍ତରରେ କହିଛନ୍ତି ।

Tiger Safaris | Tiger Watching - Natural World Safaris
Google

୨୦୧୦ ରୁ  ୨୦୨୦ ମଧ୍ୟରେ ଦେଶରେ କେତେ ବାଘଙ୍କର ମୃତ୍ୟୁ ହୋଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଏନଟିସିଏଙ୍କୁ କୁହାଯାଇଥିଲା; ମାତ୍ର ଏହା ୨୦୧୨ ରୁ  ୨୦୨୦ ମଧ୍ୟରେ ୮ ବର୍ଷର ତଥ୍ୟ ଦେବାକୁ ସକ୍ଷମ ହୋଇଥିଲେ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଗତ ଡିସେମ୍ବରରେ କହିଥିଲେ ଯେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ହୋଇଛି । ରାଜ୍ୟସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଦେଶରେ ବାଘ ସଂଖ୍ୟା ୪ ବର୍ଷରେ ୭୫୦ ବୃଦ୍ଧି ୨୯୭୬ ରେ ପହଞ୍ଚିଛି । ଏହା ଆମ ପରିବେଶ ସନ୍ତୁଳନ ପାଇଁ ଖୁସି ଖବର ।

୭ ବର୍ଷରେ ମଲେଣି ୭୫୦ ବାଘ

ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ୧୭୩ ଟି ବାଘ ମଧ୍ୟରୁ ୩୮ ଟି ଶିକାରୀଙ୍କ ଦ୍ବାରା ଶିକାର ହୋଇଛନ୍ତି । ୯୪ ଟି ବାଘଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବାବେଳେ ୧୬ ଟି ରୋଗାକ୍ରାନ୍ତ, ୬ ଟି ଅସ୍ବାଭାବିକ ଭାବେ ପ୍ରାଣ ହରାଇଛନ୍ତି । ୧୯ ଟି ବାଘଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ଏହାସତ୍ତ୍ବେ ଦେଶର ସର୍ବାଧିକ ବାଘ ମଧ୍ୟପ୍ରଦେଶରେ ରହିଛନ୍ତି ।

ମଧ୍ୟପ୍ରଦେଶରେ ବାଘ ସଂଖ୍ୟା ୫୨୬ । ଅନ୍ୟ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ୧୨୫, କର୍ଣ୍ଣାଟକରେ ୧୧୧, ଉତ୍ତରାଖଣ୍ଡରେ ୮୮, ଆସାମ ଓ ତାମିଲନାଡୁରେ ୫୪ ଟି ଲେଖାଏଁ, କେରଳ ଓ ଉତ୍ତରପ୍ରଦେଶରେ ୩୫ ଟି ଲେଖାଏଁ, ରାଜସ୍ଥାନରେ ୧୭, ବିହାର ଓ ପଶ୍ଚିମବଙ୍ଗରେ ୧୧ ଟି ଲେଖାଏଁ ଓ ଛତିଶଗଡରେ ୧୦ ଟି ବାଘ ଅଛନ୍ତି । ଏନଟିସିଏର ତଥ୍ୟ ଅନୁଯାୟୀ ଓଡିଶାରେ ବାଘ ସଂଖ୍ୟା ୭ । ଏନଟିସିଏ ଦେଇଥିବା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୨୮ ଟି ଲେଖାଏଁ ବାଘ ଶିକାରୀଙ୍କ ଦ୍ବାରା ଶିକାର ହୋଇଛନ୍ତି ।

tiger | Facts, Information, & Habitat | Britannica
Google

ସେହିପରି ଆସାମରେ ୧୭, ଉତ୍ତରାଖଣ୍ଡରେ ୧୪, ଉତ୍ତରପ୍ରଦେଶରେ ୧୨, ତାମିଲନାଡୁରେ ୧୧, କେରଳରେ ୬ ଓ ରାଜସ୍ଥାନରେ ୩ ଟି ବାଘ ଶିକାର ହୋଇଛନ୍ତି । ଦେଶରେ ବାଘ ନିଖୋଜଙ୍କ ସମ୍ପର୍କରେ ସୂଚନା ଅଧିକାର ଜରିଆରେ ତଥ୍ୟ ମଗାଯାଇଥିଲେ ମଧ୍ୟ ଏନଟିସିଏ ଏ ନେଇ ଅକ୍ଷମତା ପ୍ରକାଶ କରିଛନ୍ତି । ଏ ସମ୍ପର୍କିତ ତଥ୍ୟ ପାଇଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଥିବା ୧୮ ଟି ରାଜ୍ୟର ୱାଇଲ୍ଡ ଲାଇଫ ୱାର୍ଡେନ ମୁଖ୍ୟଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ବାଘ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ କର୍ମୀମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ରୋକିବା ଲାଗି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *