ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଆପ ଟିକଟକ ଏବଂ ୫୯ଟି ଚାଇନିଜ ମୋବାଇଲ ଆପ

ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଆପ ଟିକଟକ ଏବଂ ୫୯ଟି ଚାଇନିଜ ମୋବାଇଲ ଆପ, Tiktok banned in India, 59 more app banned in India, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, unlock

ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଆପ ଟିକଟକ । ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକକୁ ନିଷିଦ୍ଧ କରିଛନ୍ତି । ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରାଯାଇଛି । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଚୀନ ଓ ଭାରତ ସେନାଙ୍କ ଭିତରେ ହୋଇଥିବା ସଂଘର୍ଷ ପରେ ଭାରତରେ ବିଭିନ କ୍ଷେତ୍ରରେ ଚାଇନାର ଜିନିଷକୁ ବର୍ଜନ କରାଯାଉଛି । କିଛି ଦିନ ପୂର୍ବେ କୋଲକାତାରେ ଜୋମାଟୋର କର୍ମଚାରୀ ସେ ଆପ କୁ ଡିଲିଟ କରିବା ସହ ତାଙ୍କ ୟୁନିଫର୍ମକୁ ପୋଡି ଦେଇଥିଲେ । କିନ୍ତୁ ଆଜି ଭାରତ ରେ ସବୁ ଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ଆପ ଟିକଟକ କୁ ବ୍ୟାନ କରାଯାଇଛି । ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ଭାରତରେ ବ୍ୟାନ କରାଯାଇଛି ।

TikTok facing $500,000 daily loss after getting ban in India ...

ଭାରତରେ ବ୍ୟାନ ହେଲା ଏହି ସବୁ ଆପ

ଏସବୁ ଚାଇନିଜ ଆପ ମଧ୍ୟରେ ରହିଛି ଟିକଟକ, ଜୁମ, ସେୟାରଇଟ, ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର, ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ, ଏମଆଇ ଭିଡିଓ କଲ, ଓ୍ଵିମିଟ, ଭଲ୍ଟ ହାଇଡ୍‌, ଭିଗୋ ଭିଡିଓ, ଉଇଚାଟ୍, ବିଉଟିପ୍ଲସ୍, କ୍ବାଇ, ରୋମ୍‌ଵି, ସେଇନ୍‌, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍‌, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍‌କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଓ୍ଵଣ୍ଡର କ୍ୟାମେରା, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ମେଲ୍‌ ମାଷ୍ଟର, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଆଦି ରହିଛି ।

Govt. of India Press Information

ଆଗରୁ ଅନେକ ଥର ଚୀନ ଉପରେ ଅଭିଯୋଗ ହୋଇଥିଲା ଯେ ସେ ତଥ୍ୟ କୁ ଚୋରାଇ ବିକ୍ରି କରୁଛି । ଟିକଟକ ଆପ ନିରୀକ୍ଷଣ କରୁଥିଲା ଯେ ମେସେଜ ବକ୍ସରେ କଣ କଣ ଲେଖାଯାଉଛି । ସେସବୁ କୁ ସେ ଚୋରି କରୁଥିଲା । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା କଥା ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *