ରାଜ୍ୟରେ ଆଜି ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଲକଡାଉନ୍ କଟକଣା କୋହଳ ହେଲା ପରଠାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି ।
ରାଜ୍ୟରେ ସୁସ୍ଥ ହୋଇଥିବା ୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧ ଜଣ ଓ ଗଞ୍ଜାମ ଜିଲ୍ଲାରୁ ୦୯ ଜଣ ସୁସ୍ଥ ହୋଇଛନ୍ତି ।
ଦେବଗଡ ଜିଲ୍ଲାରୁ ୦୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଓ ଜଗତସିଂହପୁର ରୁ ୦୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର, ବରଗଡ଼ ଓ ବଲାଙ୍ଗିର ରୁ ୦୬ ଜଣ ଲେଖାଏଁ ସୁସ୍ଥ । କେନ୍ଦୁଝର ଜିଲ୍ଲାରୁ ୦୪ ଜଣ ସୁସ୍ଥ ଓ ନୟାଗଡ ରୁ ୦୩ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧,୯୯୩ ରେ ପହଁଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ସକାଳେ ଆଜି ନୂଆ ୧୩୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ କୁ ବୃଦ୍ଧି ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୫୮,୦୮୨ କୁ ବୃଦ୍ଧି ହୋଇଛି । ୧,୨୭,୦୧୦ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧,୨୩,୮୫୨ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୭,୨୦୭ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।