ରାଜ୍ୟରେ ଆଜି ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଉ ୯୦ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହେଲେ । ୯୦ ଜଣ ସୁସ୍ଥ ହେବ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ସୁସ୍ଥ ହୋଇଥିବା ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଓ ଯାଜପୁର ଜିଲ୍ଲାରୁ ୨୨ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩ ଜଣ ସୁସ୍ଥ ହେଲେ ।
ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଆଜି ୯୦ କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୯୭୭ କୁ ବୃଦ୍ଧି ଘଟିଛି । ସକାଳେ ୬୩ ଜଣ ନୂଆ ପଜିଟିଭ ଚିହ୍ନଟ ହେଇଥିଲେ । ଆଜି ନୂଆ ୬୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୨୩ ରେ ପହଁଚିଲା । ରାଜ୍ୟରେ ମୋଟ୍ ଆକ୍ଟିଭ କେସ୍ ୭୩୭ ସୁସ୍ଥ ହୋଇଛନ୍ତି ୯୭୭ ଓ ମୃତ ସଂଖ୍ୟା ୭ । ରାଜ୍ୟରେ ଏବେ ଆକ୍ଟିଭ କେସ୍ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ଅଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୬୭,୪୪୨ କୁ ବୃଦ୍ଧି ହୋଇଛି । ୯୧, ୨୪୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୭୧, ୩୮୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୭୯୭ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।