ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାରକୁ ତିନୋଟି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବାକୁ ଓହ୍ଲାଇବ।

ଟିମ ଇଣ୍ଡିଆ ନିଜର ପୂର୍ବ ୯ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ଲଗାତର ବିଜୟ ହାସଲ କରିଛି। ଏହି ୯ ମ୍ୟାଚରୁ ଟିମ ୨ ଟି ମ୍ୟାଚ ସୁପର ଓଭରରେ ଜିତିଛି। ଶୁକ୍ରବାରକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ମ୍ୟାଚ ଜିତିବା ପରେ ଏବେ ବିରାଟ କୋହଲି ଓ ଟିମ ଇଣ୍ଡିଆର ନଜର ସିରିଜ ଜିତିବା ଉପରେ ରହିବ। ଏହା ସହିତ ପାକିସ୍ତାନର ଟି-୨୦ ରେକର୍ଡ ଭାଙ୍ଗିବା ଉପରେ ମଧ୍ୟ ଲକ୍ଷ୍ୟ ରହିବ।
ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାରକୁ ତିନୋଟି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ଜିତିବା ଦ୍ଵାରା ଟିମ ଇଣ୍ଡିଆ ସିରିଜ ଜିତିବା ସହିତ ଲଗାତର ୧୦ଟି ଟି-୨୦ ଇଣ୍ଟର ନେସନାଲ ମ୍ୟାଚ ଜିତି ପାକିସ୍ତାନର ରେକର୍ଡ ମଧ୍ୟ ଭାଙ୍ଗିଦେବ। ଯିଏକି ୨୦୧୮ରେ ୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଜିତି ରେକର୍ଡ କରିଥିଲା।
କାନବେରାରେ କରିଥିଲେ ପାକିସ୍ତାନର ରେକର୍ଡର ବରାବରୀ:-
ଜୁଲାଇ ୨୦୧୮ରୁ ନଭେମ୍ବର ୨୦୧୮ ମଧ୍ୟରେ ପାକିସ୍ତାନର ହରାରେରେ ଟ୍ରାଇ ସିରିଜରେ ଜିମ୍ବାୱେ ଓ ପୁଣି ଅଷ୍ଟ୍ରେଲିଆକୁ ଦୁଇଥର ହରାଇଥିଲା। ଏହା ପରେ ୟୁଏଇରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡକୁ ତିନି ତିନିଥର ହରାଇଲା କିନ୍ତୁ ବିରାଟ ବାହିନୀ ଶୁକ୍ରବାରକୁ କାନବେରାରେ ବାଜିମାରି ୯ ଇଣ୍ଟରନେସନାଲ ଟି-୨୦ ମ୍ୟାଚ ଜିତି ପାକିସ୍ତାନ ରେକର୍ଡର ବରାବରୀ ପୂର୍ବରୁ କରିଦେଇଛି।

ପୂର୍ଵ ୧୨ ମାସ ହେବ ଟିମ ଇଣ୍ଡିଆ ଗୋଟେ ମଧ୍ୟ ଟି-୨୦ ଉଣ୍ଟରନେସନାଲ ମ୍ୟାଚ ହାରିନାହିଁ। ଡିସେମ୍ବର ୨୦୧୯ ୱେଷ୍ଟଇଣ୍ଡିଜ ବିପକ୍ଷରର ମୁମ୍ବାଇରେ ମିଳିଥିବା ବିଜୟ ପରେ ଟିମ ଇଣ୍ଡିଆର ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା।୨୦୨୦ରେ ଭାରତ ଘରେ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲା । ପ୍ରଥମ ମ୍ୟାଚ ଗୌହାଟିରେ ବର୍ଷା ଯୋଗୁଁ ବାତିଲ ହୋଇଗଲା। ଯେବେକି ଇନ୍ଦୋର ଓ ପୁନେରେ ଖେଳାଯାଇଥିବା ବାକି ଦୁଇଟି ମ୍ୟାଚରେ ଇଣ୍ଡିଆ ଜିତିଥିଲା।ଏହା ପରେ ନ୍ୟୁଜଲ୍ୟାଣ୍ଡ ଗ୍ରସ୍ତରେ ଭାରତ ନ୍ୟୁଜଲ୍ୟାଣ୍ଡକୁ ୫୦ ରନ ରେ କ୍ଲିନ ସୁଇପ କରିଥିଲା। ଯେଉଁଥିରେ ଦୁଇଟି ମ୍ୟାଚ ସୁପର ଓଭରରେ ଭାରତ ବିଜୟ ପ୍ରାପ୍ତ କରିଥିଲା। ଶୁକ୍ରବାରକୁ ମିଳିଥିବା ବିଜୟ ଭାରତର ଲଗାତର ୯ମ ବିଜୟ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।