IND VS ENG: ଆଜି ୨ୟ ଟି-୨୦ ମୁକାବିଲା, ଭାରତ ଉପରେ ପ୍ରେସର । ଏହି ଖେଳାଳିଙ୍କୁ ମିଳିବ କି ମୌକା!

ପ୍ରଥମ ଟି୨୦ ଭାରତ ୮ ୱିକେଟରେ ହାରିଥିଲା। ୧ମ ଏବଂ ୨ୟ ଭିତରେ ମାତ୍ର ଗୋଟିଏ ଦିନର ଗ୍ୟାପ ଥିଲା। ଆଶା କରାଯାଉଛି ଯେ ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହେବନି। ହେଲେ ପ୍ରଥମ ମ୍ୟାଚ ଯେଉଁଭଳି ଭାରତ ହାରିଲା ଆଶା ଅଛି କି କିଛି ବଦଳ ହେବ।

Google

ଦଳକୁ ବ୍ୟାଟ୍ସମାନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ପୂର୍ବ ମ୍ୟାଚରେ କୋହଲି, ରାହୁଲ ଏବଂ ଧୱନ କିଛି ଖାସ ଖେଳ ଦେଖେଇନଥିଲେ। ବିରାଟ କୋହଲି ଇଂଲଣ୍ଡ ଟେଷ୍ଟ ସିରିଜରୁ ଏବଂ ଧୱନ ବିଜୟ ହଜାର ଟ୍ରଫି ଖେଳି ଆସୁଛନ୍ତି। ଏହା ଛଡା ୬ ଓଭର ପାୱାର ପ୍ଲେ ରେ ଭାରତ ନିଜର ୩ଟି ୱିକେଟ ହରାଇଦେଲୁ।

ପ୍ରଥମ ମ୍ୟାଚରେ ବୋଲରଙ୍କ ପାଇଁ କିଛି ଅଧିକ କରିବାର ମୌକା ନଥିଲା କାରଣ ୧୨୪ ରନର ଟାର୍ଗେଟ ଥିଲା। ତା ପରେ ବି ଭାରତ ୩ଟି ସ୍ପିନର ଖେଳେଇଥିଲା। ଅକ୍ଷର ପଟେଲ ଟେଷ୍ଟରେ ଭଲ ଖେଳିଥିଲେ ଏବଂ ଟି-୨୦ ବିଶେଷଜ୍ଞ ଚାହଲ ମଧ୍ୟ ଖେଳିବାର ନଜର ଆସିଥିଲେ। ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଦଳକୁ ଫେରିଛନ୍ତି ଏମିତିରେ ତାଙ୍କୁ ଆଉ ଏକ ଚାନ୍ସ ଦିଆଯାଇପାରେ।

Google

ଇଂଲଣ୍ଡ ଦଳର ଅଦଳ ବଦଳରେ ଚାନ୍ସ ନାହିଁ: ଇଂଲଣ୍ଡ ପୂର୍ବ ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଛି। ଯେବେକି ଭାରତକୁ ୫ଟି ମ୍ୟାଚରେ ଦୁଇଟି ହାର ମିଳିଛି। ଏମିତିରେ ଇଂଲଣ୍ଡ ଦଳ ଭାରତକୁ ଏତେ ସହଜରେ ନେବ ନାହିଁ। ଏମିତିରେ ତାଙ୍କର ଅଦଳ ବଦଳର ଚାନ୍ସ କମ। ମ୍ୟାଚ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ। ଟର୍ଚ୍ଚ ଗୁରୁତ୍ୱପୂର୍ଣ୍ଣ ହେବ। ଟର୍ଚ୍ଚ ବିଜୟ ଦଳ ବୋଲିଂ ନେବ ବୋଲି ଆଶା। ଦ୍ଵିତୀୟ ଇନିଂସରେ ବଲ ଧରିବାର ଅସୁବିଧା ଆସିପାରେ।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା, କେ ଏଲ ରାହୁଲ,ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଶ୍ରେୟସ ଅୟର,ହାର୍ଦ୍ଦିକ ପାଣ୍ଡ୍ୟା,ୟୁଜି ଚାହଲ,ଅକ୍ଷର ପଟେଲ,ଭୁବନେଶ୍ୱର କୁମାର,ୱାଶିଂଟନ ସୁନ୍ଦର,ସାରଦୁଲ ଠାକୁର,ନବଦୀପ,ସୈନି,ଦୀପକ ଚାହାର,ରାହୁଲ ତେବାଟିଆ,ଇଶାନ କିଷାନ(ରିଜର୍ଭ ୱିକେଟ କିପର)।

Google

ଇଂଲଣ୍ଡର ଦଳ: ଏୟନ ମୋର୍ଗାନ(ଅଧିନାୟକ),ଜୋସ ବଟଲର,ଯେସନ ରୟ,ଲୀୟମ ଲିଭିଙ୍ଗଷ୍ଟନ,ବେନ ଷ୍ଟୋକସ,ଡାଭିଡ଼ ମଲାନ,ମୋଇନ ଅଲ୍ଲୀ,ରିସ ଟ୍ରାପେଲ,ଆଦିଲ ରସିଦ,ମାର୍କ ଉଡ଼,କ୍ରିସ ଜୋର୍ଡନ,ସାମ କରନ,ସାମ ବିଲିଙ୍ଗସ,ଟମ କରନ,ଜନି ବେୟାରଷ୍ଟ୍ରୋ ଏବଂ ଜୋଫ୍ରା ଆର୍ଚ୍ଚର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *