ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ: ଆସନ୍ତୁ ଜାଣିବା କେଉଁ ୧୦ଟି ଖାଦ୍ୟ ଉପରେ ନଥାଏ ଏକ୍ସପାରିର ସମ୍ଭାବନା

ଏହି ସଂସାରରେ ପ୍ରତ୍ୟେକ ଯିବ ପାଇଁ ଖାଦ୍ୟ ଆବଶ୍ୟକ।ତେଣୁ ଆମକୁ ମଧ୍ୟ ଏହାକୁ ଉଚିତ ବ୍ୟବହାର କରିବା ଆବଶ୍ୟକ। ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉନାହାନ୍ତି କିନ୍ତୁ ଆଉ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଦ୍ୟକୁ ନଷ୍ଟ କରୁଛନ୍ତି। ପ୍ରତ୍ୟେକ ବର୍ଷ ଜୁନ ୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଇଥାଏ। ଏହାକୁ ପ୍ରଥମେ ୨୦୧୮ ଜୁନ ୭ରେ ମିଳିତ ଜାତିସଂଘର ଫଇସଲା ପରେ ନିଆଯାଇଥିଲା। ଏବେ ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ଅଛି ଯାହାର ଏକ୍ସପାୟେରି ଡେଟ ନାହିଁ।

Google

୧-ହାର୍ଡ ଲିକର:ଏହା ଅଧିକ ଦିନ ରହିବା ଦ୍ଵାରା ଏହାର ରଙ୍ଗ ଓ ସ୍ୱାଦ ନିଶ୍ଚିନ୍ତ ରୂପରେ ବଦଳିଯାଇଥାଏ କିନ୍ତୁ ଏହା ନଷ୍ଟ ନହୋଇ ବହୁତ ଦିନ ପର୍ଯ୍ୟନ୍ତ ସେହିପରି ରହିଥାଏ।

୨-ଶୁଖିଲା ବିନ୍ସ:ଆପଣଙ୍କୁ କହିରଖିବୁ ଅଧ୍ୟୟନରୁ ଏହା ଜଣାପଡିଛିକି ଚାଉଳ ପରି ଶୁଖିଲା ବିନ୍ସ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଭଲ ରହିଥାଏ।

Google

୩-ଲୁଣ:ଏହା ଏକ ପ୍ରକୃତିରୁ ତିଆରି ପଦାର୍ଥ ଯାହା ସହଜରେ ନଷ୍ଟ ହୋଇନଥାଏ କିନ୍ତୁ ଆୟୋଡିନ ଲୁଣ ୫ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ।

୪-ସୋୟ ସସ:ଏହା ମଧ୍ୟ ଏକ ପ୍ରକାର ସହଜରେ ନଷ୍ଟ ହେଉନଥିବା ପଦାର୍ଥ ଅଟେ। ଯାହା ଯଦି ଠିକ ଭାବେ ପ୍ରସ୍ତୁତ ହୋଇଥାଏ ତେବେ ବହୁ ବର୍ଷ ପର୍ଯ୍ୟନ୍ତ ସହଜରେ ରହିଥାଏ।

Google

୫-ଚିନି:ଏହା ମଧ୍ୟ ପ୍ରକୃତିର ଏକ ବରଦାନ।ଏହା ଆଖୁର ରସରୁ ପ୍ରସ୍ତୁତ ହୋଇଥାଏ। ତେଣୁ ବହୁତ ବର୍ଷ ପର୍ଯ୍ୟନ୍ତ ରହିଲେ ମଧ୍ୟ ଏହା ସହଜରେ ନଷ୍ଟ ହୋଇନଥାଏ।

୬-ମହୁ:ଏହା ହେଉଛି ସମ୍ପୂର୍ଣ ବିଶ୍ୱରେ ଏକ ଏପରି ଜିନିଷ ଯାହା ଯେତେ ଦିନ ରହିଲେବି ନଷ୍ଟ ହୋଇନଥାଏ ଓଲଟା ଏହା ଅଧିକ ଦିନ ରହିବା ଦ୍ଵାରା ବେସି ଉଅକାରୀ ହୋଇଯାଇଥାଏ। କାରଣ ଏହା ଫୁଲର ରସ ଓ ମହୁମାଛିଙ୍କ ପାଟିରୁ ବାହାରୁଥିବା ଲାଳରେ ସୃଷ୍ଟି ହୋଇଥାଏ। ଏଥିରେ ଏକ ପ୍ରକାର ଏନଯାଇମ ଥାଏ ଯାହା ସହଜରେ ନଷ୍ଟ ହୋଇନଥାଏ।

୭-ସୁଦ୍ଧ ମାପଲ ସିରପ:ମାପଲ ସିରପ ମଧ୍ୟ ଏହା ପରି ଏକ ଜିନିଷ ଯାହା ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ଏହା ଏକ ଏପରି ଜିନିଷ ଯାହା ଯଦି ଖୋଲା ଯାଇନଥାଏ ତେବେ ଅନେକ ଦିନ ପର୍ଯ୍ୟନ୍ତ ଭଲ ରହିଥାଏ।

Google

୮-ପାଉଡର କ୍ଷୀର:ଏହା ଏଥିପାଇଁ ଅଧିକ ବ୍ୟବହାର ହେଉଛି କାରଣ ଏହା ଅଧିକ ଦିନ ପର୍ଯ୍ୟନ୍ତ ଭଲ ଭାବେ ରହିଥାଏ।

୯-ଧଳା ଚାଉଳ: ଏକ ଏକ ଏପରି ଜିନିଷ ଯାହା ବହୁ ବର୍ଷ ପର୍ଯ୍ୟନ୍ତ ସେହିପରି ରହିପାରିବ। ଏହା ସହଜରେ ନଷ୍ଟ ହୋଇନଥାଏ କିନ୍ତୁ ଧଳା ଚାଉଳ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଭାବେ ରହୁଥିବା ବେଳେ ମାଟିଆ ୬ ମାସ ପର୍ଯ୍ୟନ୍ତ ଭଲ ରହିଥାଏ।

Google

୧୦-ପେମିକାନ:ଏହା ଯିବ ମାନଙ୍କ ମାଂସରୁ ପ୍ରସ୍ତୁତ ହୋଇଥାଏ। ଏହା ଅଧିକ ପ୍ରୋଟିନ ବିଶିଷ୍ଟ ହୋଇଥାଏ। ଏହା ଏତେ ସହଜରେ ନଷ୍ଟ ହୋଇନଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *