ଆଜି ପ୍ରଧାନମନ୍ତୀ ମୋଦି-ମୁଖ୍ୟମନ୍ତୀ ଆଲୋଚନା ।
ଆଜି ଅପରାହ୍ନ ୩ଟା ରେ କଥା ହେବେ ମୋଦି, ମେ ୧୭ ପରବର୍ତୀ ରଣନୀତିକୁ ନେଇ ଆଲୋଚନା ହେବ ।
ଲଚକଡାଉନ୍ ଓ କରୋନା ସଙ୍କଟର ମୁକାବିଲା ଉପରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ କଥା ହେବେ ରାଜ୍ୟର ମୁଖ୍ୟ ମନ୍ତ୍ରୀ ମାନଙ୍କ ସହିତ । ଅନ୍ୟ କିଛି ବିକଳ୍ପ କରାଯିବା ନେଇ ହେଇପାରେ ଆଜି ଆଲୋଚନା ।
ସବୁ ରାଜ୍ୟର ମୁଖ୍ୟମନ୍ତୀମାନଙ୍କ ସହିତ କଥା ହେବେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତୀ ମୋଦି ଚାରି ଚାରି ଥର ଆଲୋଚନା କରିସାରିଛନ୍ତି ।
ମାର୍ଚ୍ଚ ୨୪ ରୁ ମେ ୧୭ ପର୍ଯ୍ୟନ୍ତ ସମଗ୍ର ଦେଶରେ କରୋନା ପାଇଁ ଲଚକଡାଉନ୍ ଚାଲିଛି ।
ଲଚକଡାଉନ୍ ଫଳଲେ ଦେଶରେ ଅର୍ଥନୀତି ପୁରା ବିଗିଡି ଯାଇଛି ଆଉ ଲୋକଙ୍କର ରୋଜଗାର ବି ଚାଲି ଯାଇଛି ।

ଏହିପରି ସ୍ଥିତିରେ ପ୍ରଶ୍ନ ଉଠୁଛି କଣ ୧୭ ତାରିଖ ପରେ ସରକାର କଣ ପଦକ୍ଷେପ ନେବାକୁ ଯାଉଛି । ଲଚକଡାଉନ୍ ପୁରା ଉଠାଇ ନିଅ ଯିବା ନା ପୂର୍ବ ପରି କଟକଣା ଲାଗିରହିବ ? ଦେଶରେ ଆର୍ଥିକ ଅବସ୍ଥା ଗୁରୁତର ହୋଇ ଯାଇଥିବାରୁ ଅଧିକ ସମୟ ଲଚକଡାଉନ୍କୁ ଜାରି ରଖିବା ଠିକ ହେବନି ବୋଲି ଚର୍ଚ୍ଚା ମଧ୍ୟ୍ୟ ଚାଲିଛି ।
ଇତିମଧ୍ୟରେ କିଛି ରାଜ୍ୟର ମୁଖ୍ୟମନ୍ତୀ ଲଚକଡାଉନ୍କୁ ବଢାଇବା ପାଇଁ କହିଛନ୍ତି । ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢୁଥିବାରେ କଣ ନିଷ୍ପତି ହେବ ଏବେ ଦ୍ଵନ୍ଦ୍ୟରେ ରହିଛି ।
ଦେଶରେ ଏବେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨ ରେ ପହଁଚି ଥିବାବେଳେ ୨୦,୯୧୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨,୨୦୬ ଜଣଙ୍କର ମୃତ୍ୟୁ ହୋଇସାରିଛି ।
ଆପଣମାନଙ୍କୁ ଅନୁରୋଧ। ଘରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣରୁ ରକ୍ଷା ପାଆନ୍ତୁ।