ଆଜି ଦେଶରେ ରେକର୍ଡ ସୃଷ୍ଟିକଲା କରୋନା !
ଭାରତରେ ଆଜି ରେକର୍ଡ ସୃଷ୍ଟିକଲା କରୋନା । ୨୪ ଘଣ୍ଟାରେ ଭାରତରେ ୫,୨୪୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୧୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଭାରତର ୨୪ ଘଣ୍ଟାରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ ରେ ପହଁଚିଛି । ୫୬,୩୧୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୬,୮୨୪ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୦୨୯ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ତା ପଛକୁ ଗୁଜୁରାଟ, ତାମିଲନାଡୁ ଏବଂ ଦିଲ୍ଲୀ ଅଛନ୍ତି ।
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ସର୍ବାଧିକ ୨,୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟ୍ୟ ଏକ ରେକର୍ଡ ସୃଷ୍ଟି କରିଛି ଆଜି । ୨୪ ଘଣ୍ଟାରେ ଏହା ହେଉଛି ସର୍ବାଧିକ । ମହାରାଷ୍ଟ୍ରରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୩,୦୫୩ ରେ ପହଁଚିଲା ।

ଦିଲ୍ଲୀରେ ୨୪ ଘଣ୍ଟାରେ ୭୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୦,୫୫୪ ରେ ପହଁଚିଲା । ତାମିଲନାଡୁରେ ମଧ୍ୟ୍ୟ ରେକର୍ଡ ହେଇଛି ୨୪ ଘଣ୍ଟାରେ ୬୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ଏବେ ତାମିଲନାଡୁରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧,୨୨୪ ରେ ପହଁଚିଲା । ସେପଟେ ଗୁଜୁରାଟରେ ମଧ୍ୟ୍ୟ ୨୪ ଘଣ୍ଟାରେ 391 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧,୩୭୯ ରେ ପହଁଚିଲା ।
ଉତ୍ତରପ୍ରଦେଶରେ ୨୪ ଘଣ୍ଟାରେ ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶରେ ୨୪ ଘଣ୍ଟାରେ ଏହା ସର୍ବାଧିକ ପଜିଟିଭ ଚିହ୍ନଟ । ଉତ୍ତରପ୍ରଦେଶରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪,୨୫୯ ରେ ପହଁଚିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।