ଟୋକିଓ ଅଲମ୍ପିକରେ ଭାରତ ପାଇଁ ଗର୍ବ ଏବଂ ଗୌରବ ପାଲଟିଲେ ନିରଜ ଚୋପ୍ରା, ରଚିଲେ ଇତିହାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

ଶନିବାର ଦିନ ଥିଲା ଭାରତ ପାଇଁ ଏକ ଖାସ ଦିନ କାରଣ ଏହିଦିନ ଭାରତ ରଚିଛି ଇତିହାସ। ବର୍ତ୍ତମାନ ଟୋକିଓ ଅଲମ୍ପିକ ଚାଲିଛି ଯେଉଁଥିରେ ଭାରତର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ। ଭାରତ ଏହା ପୂର୍ବରୁ କବେଳ ୬ ଟି ପଦକ ଜିତିଥିଲା ଏହି ଅଲମ୍ପିକରେ କିନ୍ତୁ ସ୍ୱର୍ଣ୍ଣ ପଦକ ନଥିଲା। ଆସନ୍ତା କାଲି ଭାରତ ପାଇଁ ଗର୍ବ ଆଣିଥିଲେ ନିରଜ ଚୋପ୍ରା ଯିଏକି ପୁରୁଷ ଜାଭେଲିନ ଭିଙ୍ଗାରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଭାରତ ପାଇଁ ଅଲମ୍ପିକରେ ଆଥଲେଟରେ ପ୍ରଥମ ପଦକ ଯାହା ପୁଣି ସ୍ୱର୍ଣ୍ଣ।

Google

ଯେବେ ଫାଇନାଲ ପୂର୍ବରୁ ଚୟନ ମ୍ୟାଚ ହୋଇଥିଲା ସେଠାରେ ମଧ୍ୟ ନିରଜ ଶୀର୍ଷରେ ଥିଲେ ଯାହା ପରେ ତାଙ୍କର ସ୍ୱର୍ଣ୍ଣ ପଦକ ଜିତିବା ଆଶା ବଢିଯାଇଥିଲା କିନ୍ତୁ ଫାଇନାଲ ଆରମ୍ଭରେ ସେ ଆହୁରି ସୁନ୍ଦର ପ୍ରଦର୍ଶନ କରିଥିଲେ।ନିଜର ପ୍ରଥମ ଫିଙ୍ଗାରେ ସେ ୮୭.୦୩ ମିଟର ପକାଇ ସମସ୍ତଙ୍କ ଆଶା ବଢାଇ ଦେଇଥିଲେ ଦ୍ୱିତୀୟ ଥର ସେ ଏହାଠୁ ଆହୁରି ଭଲ ୮୭.୫୮ମିଟର ପକାଇଥିଲେ। ଯାହାକି ଶେଷରେ ଶୀର୍ଷରେ ରହିଥିଲା ଓ ନିରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଅଲମ୍ପିକରେ ଭାରତ ସବୁଠୁ ଅଧିକ ପଦକ ଜିତିଛି। କହିରଖିବୁ ଏହି ଟୋକିଓ ଅଲମ୍ପିକରେ ଭାରତ ୭ ଟି ପଦକ ତଥା ୧ଟି ସଗୋଲ୍ଡ ୨ ଟି ସିଲଭର ଓ ୪ ଟି ବ୍ରୋଞ୍ଜ ପଦକ ଜିତିଛି। ଏହା ପୂର୍ଵ ଲଣ୍ଡନ ଅଲମ୍ପିକରେ ଭାରତ ମାତ୍ର ୨ ଟି ସିଲଭର ଓ ୨ ଟି ବ୍ରୋଞ୍ଜ ପଦକ ଜିତିଥିଲା।

ନିଜର ହରିଆଣାର ପାନୀପତ ଜିଲ୍ଲାର ଖାନ୍ଦ୍ରା ଗ୍ରାମରେ ଏକ ଗରିବ କୃଷକ ପରିବାରରେ ୧୯୯୭ ମସିହା ଡିସେମ୍ବର ୨୪ ରେ ଜନ୍ମ ହୋଇଥିଲେ। ସେ ନିଜ କଲେଜ ଶିକ୍ଷା ଚଣ୍ଡୀଗଡ଼ ଡିଏଭି କଲେଜରେ କରିଥିଲେ। ସେବେ ସେ ଚର୍ଚାକୁ ଆସିଥିଲେ ଯେବେ ସେ ୨୦୧୬ ଆଇଏଏଏଫ ଚମ୍ପିୟାନସିପରେ ୮୬.୪୮ ମିଟର ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତଥିଲେ। ଏହା ପରେ ତାଙ୍କୁ ସେନାରେ ଚାକିରୀ ମଧ୍ୟ ସରକାର ଦେଇଥିଲେ।

ଟୋକିଓ ଅଲମ୍ପିକରେ ଯେବେ ଫାଇନାଲ ପୂର୍ବରୁ ଯୋଗ୍ୟତା ଚୟନ ମ୍ୟାଚ ହୋଇଥିଲା ନିରଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ କାରଣ ସେ ସେହି ମ୍ୟାଚରେ ୮୬.୬୫ ମିଟର ଲାଭଲିନ ଫିଙ୍ଗି ୨୦୧୭ ବିଶ୍ୱଚମ୍ପିୟାନ ଜୋହାନେସ ଓ୍ଵେଟରଙ୍କୁ ପଛରେ ପକାଇଦେଇଥିଲେ। ଏବେ ପର୍ଯ୍ୟନ୍ତ ୧୦୦ ବର୍ଷ ଭିତରେ ଆଥଲେଟରେ ଭାରତର ଗୋଟେ ମଧ୍ୟ ଅଲମ୍ପିକ ପଦକ ନଥିଲା କିନ୍ତୁ ନିରଜ ଏହି ଅପେକ୍ଷାର ଅନ୍ତ କରିଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *