IPL ୨୦୨୧:ସବୁଠାରୁ ଅଧିକ ଛକା ମାରିଥିବା ଟପ ୫ ଖେଳାଳୀ,୩୪୯ଟି ଛକା ସହ ପ୍ରଥମ ସ୍ଥାନରେ ଏହି ବ୍ୟାଟ୍ସମାନ।

ଆଇପିଏଲର ୧୪ତମ ସଂସ୍କରଣ ଜଲ୍ଦି ହିଁ ଆରମ୍ଭ ହେବାକୁ ଯାଉଅଛି। ଆଇପିଏଲର ସବୁ ମ୍ୟାଚରେ ଖେଳାଳୀ ଚୌକା ଓ ଛକାର ବର୍ଷା କରନ୍ତି। ଯାହାକୁ ଦେଖି ଦର୍ଶକମାନଙ୍କର ଉତ୍ସାହ ଆହୁରି ବଢିଯାଏ। କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସବୁ ବ୍ୟାଟ୍ସମ୍ୟାନ ବହୁତ ଜଲ୍ଦି ରନ କରିବାର ପ୍ରୟାସ କରନ୍ତି। ଦର୍ଶକ ନିଜ ପ୍ରିୟ ଖେଳାଳୀଙ୍କର ଭଲ ଖେଳ ଦେଖିବା ପାଇଁ ଆଗ୍ରହର ସହ ଅପେକ୍ଷା କରନ୍ତି। କ୍ରିସ ଗେଲ, ଏମଏସ ଧୋନୀ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳୀ ବହୁତ ଅଧିକ ଛକା ଲଗାନ୍ତି। ଆଜି ଆପଣଙ୍କୁ ଆଇପିଏଲ ଇତିହାସର ସେହି ଧୁରନ୍ଧରମାନଙ୍କ ବିଷୟରେ କହିବୁ ଯିଏ ସବୁଠାରୁ ଅଧିକ ଛକା ଲଗାଇଛନ୍ତି।

Google

୧.କ୍ରିସ ଗେଲ:ଆଇପିଏଲର ଇତିହାସରେ ସବୁଠାରୁ ଅଧିକ ଛକା ମାରିବାର ଖ୍ୟାତି ୱେଷ୍ଟ ଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ଅଛି। କ୍ରିସ ଗେଲ ଏକ ଉଚ୍ଚ-ଲମ୍ବ ଶରୀରର ଖେଳାଳୀ ଅଟନ୍ତି। ନିଜ ଉଚ୍ଚତାର ବ୍ୟବହାର କରି ବିସ୍ପୋଟକ ବ୍ୟାଟିଂ କରିଥାନ୍ତି। ଗେଲ ୧୩୨ଟି ମ୍ୟାଚରେ ୩୪୯ଟି ଛକା ଲଗାଇଛନ୍ତି। ସେ ଆଇପିଏଲରେ ୬ଟି ଶତକ ମଧ୍ୟ ମାରିଛନ୍ତି। ୪୧.୧୩ ଔଷତରେ ୪୭୭୨ ରନ ବନେଇଛନ୍ତି।

୨.ଏବି ଡିଭିଲିୟର୍ସ:ଆଇପିଏଲରେ ସବୁଠାରୁ ଅଧିକ ଛକା ଲଗେଇବା ଖେଳାଳୀଙ୍କ ମଧ୍ୟରେ ଏବି ଡିଭିଲିୟର୍ସଙ୍କ ନାମ ଆସେ। ‘ମିଷ୍ଟର ୩୬୦’ଙ୍କ ନାମରେ ପ୍ରସିଦ୍ଧ ଡିଭିଲିୟର୍ସ ଯେବେବି ମୈଦାନକୁ ଓହ୍ଲାନ୍ତି ତେବେ ସବୁ କୋଣରେ ଶର୍ଟ ମାରନ୍ତି। ଡିଭିଲିୟର୍ସ ୧୬୯ ମ୍ୟାଚରେ ୨୩୫ଟି ଛକା ଲଗାଇଛନ୍ତି। ସେ ଆଇପିଏଲରେ ତିନୋଟି ଶତକ ମଧ୍ୟ ମାରିଛନ୍ତି। ୪୦.୪୦ ଔଷତରେ ୪୮୪୯ ରନ ବନେଇଛନ୍ତି।

Google

୩.ଏମଏସ ଧୋନୀ:ହେଲିକପ୍ଟର ଶର୍ଟ ପାଇଁ ଦୁନିଆରେ ଲୋକପ୍ରିୟତା ହାସଲ କରିଥିବା ଏମଏସ ଧୋନୀ ମଧ୍ୟ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।’ସିକ୍ସର କିଙ୍ଗ’ଧୋନୀ ୨୦୪ଟି ଆଇପିଏଲ ମ୍ୟାଚରେ ୨୧୬ଟି ଛକା ଲଗାଇସାରିଛନ୍ତି। ୪୦.୯୯ ଔଷତରେ ୪୬୩୨ ରନ ବନେଇଛନ୍ତି।

୪.ରୋହିତ ଶର୍ମା:ଆଇପିଏଲରେ ଏବେ ସବୁଠାରୁ ଅଧିକ ଛକା ଲଗାଇବା ଖେଳାଳୀଙ୍କ ମଧ୍ୟରେ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଟେ ।’ହିଟ ମ୍ୟାନ’ ରୋହିତ ୨୦୦ଟି ଆଇପିଏଲ ମ୍ୟାଚରେ ୨୧୩ଟି ଛକା ଲଗାଇସାରିଛନ୍ତି।୩୧.୩୧ ଔଷତରେ ୫୨୩୦ ରନ ବନେଇଛନ୍ତି।

Google

୫.ବିରାଟ କୋହଲି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ନାମ ମଧ୍ୟ ଆଇପିଏଲରେ ସବୁଠୁ ଅଧିକ ଛକା ମାରିବା ଖେଳାଳୀଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ୧୯୨ଟି ଆଇପିଏଲ ମ୍ୟାଚରେ ୨୦୧ଟି ଛକା ଲଗାଇଛନ୍ତି। ୩୮.୧୬ ଔଷତରେ ୫୮୭୮ ରନ ବନେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *