ବାଇକ୍ ଚାଳକ ସାବଧାନ। ନୂଆବର୍ଷର ପ୍ରଥମ ସକାଳ ଠାରୁ ଡବଲ ହେଲମେଟ୍ ବାଧ୍ୟତାମୂଳକ । ଡ୍ରାଇଭର ସହିତ ପିଲିଅନ୍ ହୋଇଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ନୂଆ ନିୟମ ଲାଗୁ ହେବ ଏହା ସହ ଅମାନିଆଙ୍କ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସମ୍ବନ୍ଧରେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନ ସୂଚନା ଦେଇଛନ୍ତି ।

ପୂର୍ବ ନିଷ୍ପତ୍ତି ମୁତାବକ ଜାନୁଆରୀ ୧ ନୂଆବର୍ଷ ଅର୍ଥାତ୍ ଆଜିଠାରୁ ବାଇକ୍ ପଛରେ ବସୁଥିବା ଲୋକ ବି ପିନ୍ଧିବେ ହେଲ୍ମେଟ୍ । ଉଭୟ ଗାଡ଼ି ଚାଳକ ଓ ଗାଡ଼ି ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକାଶ କରିଛନ୍ତି । ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଲ୍ମେଟ୍ ଚେକିଂକୁ ଜୋରଦାର କରାଯାଇଛି ।
ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତିକି, ବାଇକ୍ ପଛରେ ବସି ଯାଉଥିବା ବ୍ୟକ୍ତି ଅର୍ଥାତ୍ ପିଲିଅନ୍ ରାଇଡର୍ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ । ହେଲମେଟ୍ ନ ପିନ୍ଧି ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ଵାରା ଅଧିକାଂଶ ସମୟରେ ଅନେକ ଲୋକଙ୍କର ଦୁର୍ଘଟଣା ଘଟି ଜୀବନହାନୀ ଘଟୁଛି । ସେଥିପାଇଁ ବାଇକ୍ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୌଣସି ବାଇକ୍ ଚାଳକ ଯଦି ହେଲମେଟ୍ ପିନ୍ଧି ନଥିବେ, ତେବେ ଚେକିଂ ସମୟରେ ଗାଡ଼ିର ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯିବ । ଦୁର୍ଘଟଣାର ହାରକୁ କମାଇବା ପାଇଁ ନୂଆବର୍ଷରେ ଏହିଭଳି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉଛି । ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି କିମ୍ବା ପିଲିଆନ ରାଇଡର ହେଲମେଟ୍ ପିନ୍ଧିବା ଦ୍ବାରା ରାଜ୍ୟରେ ଦୁର୍ଘଟଣା ପ୍ରତିଶତ କମିପାରିବ ।
ରିପୋର୍ଟ ଅନୁସାରେ, ୨୦୧୯ ରେ ହେଲ୍ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା । ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଥିଲା । ଏଥିରେ ୨ ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା । କେବଳ ହେଲ୍ମେଟ୍ ପିନ୍ଧି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ଯଦି ଗାଡ଼ି ଚଳାଉଥିବା ସମୟରେ ହେଲ୍ମେଟ୍ ପିନ୍ଧିଥାନ୍ତେ, ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ପରିବହନ ସଚିବ ଚିଠିରେ ଦର୍ଶାଇଛନ୍ତି ।
ଏମ୍ଭି ଆକ୍ଟ ୧୯୪-ଡି ଅନୁଯାୟୀ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ବାତିଲ କରାଯାଉ ବୋଲି ପରିବହନ ସଚିବ ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

ସୁପ୍ରିମକୋର୍ଟଙ୍କ ରୋଡ୍ ସେଫଟି କମିଟିର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରତିଶତକୁ କମ କରିବା ପାଇଁ ଏଭଳି ଭାବରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।