ଜୁନ୍ ମାସ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଟ୍ରେନ୍ ପାଇଁ ଆଜିଠୁ ରିଜର୍ଭସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକଟ ା ଏହାସହ କମନ୍ ସର୍ଭସ ସେଣ୍ଟର ଏବଂ ଏଜେଣ୍ଟ ଜରିଆରେ ରିଜର୍ଭ ଟିକେଟ୍ ମିଳିପାରିବ ା ଏ ନେଇ ଭାରତୀୟ ରେଲୱେ ତରଫରୁ ସୂଚନା ଦିଆଯାଇଛି ା ତେବେରିଜର୍ଭସନ୍ କାଉଣ୍ଟର ଖୋଲିବାକୁ ନେଇ ପୁରା ନିଷ୍ପତ୍ତି ଜୋନାଲ୍ ରେଲୱ ନେବେ ବୋଲି କହିଛନ୍ତି ା
ଏହି ଅନୁସାରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନରେ ରିଜର୍ଭସନ୍ କାଉଣ୍ଟର ଖୋଲିବାକୁ ନେଇ ସୂଚନା ଦିଆଯାଇଛି ା ପଲାସା,ସୋମପେଟା,ଇଛାପୁରମ୍,ବ୍ରହ୍ମପୁର,ଛତ୍ରପୁର,ବାଲୁଗାଁ,ଖର୍ଦ୍ଧା,ଭୁବନେଶ୍ୱର,କଟକ,କେଉଁଝର,ଯାଜପୁର,ଭଦ୍ରକ ଏବଂ ପୁରୀ ଷ୍ଟେସନର ଗୋଟିଏ ଲେଖାଏଁ ରିଜର୍ଭସନ୍ କାଉଣ୍ଟର ଖୋଲାଯିବ ା ଏହା ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଖୋଲାଯିବ ା

ଏସବୁ ଷ୍ଟେସନର ରିଜର୍ଭସନ୍ କାଉଣ୍ଟରରେ କେବଳ ନିର୍ଦ୍ଦିଷ୍ଟ ବର୍ଗର ନନ୍ କ୍ୟାସ୍ ପିଆରଏସ୍ ବା ଅଣ ନଗଦ ଟିକେଟ୍ ମିଳିପାରିବ ା ବିଧାୟକ,ପାସଧାରୀ,ସାଂସଦ,ସ୍ୱାଧିନତା ସଂଗ୍ରାମୀ ୪ଟି ବର୍ଗ, ୧୧ଟି ବର୍ଗର ରୋଗୀ ପାଇଁ ଏହି ନନ୍ କ୍ୟାସ୍ ପିଆରଏସ୍ ଟିକଟ ଉପଲବ୍ଧ ହେବ ବୋଲି ରେଲୱେ ତରଫରୁ ସୂଚନା ମିଳିଛି ା ତେବେ ଏହି ଟ୍ରେନ୍ ପାଇଁ ସାଧାରଣ ମୋବାଇଲ ଆପ୍ ଓ ଟିଟେକ୍ ଆଇଆରସିଟିସି ୱେବସାଇଟ୍ ଜରିଆରେ କିଣି ହେବ ା ସେହିପରି ଏହି ଟ୍ରେନ୍ର କ୍ୟାନସେଲ ଟିକେଟ୍ ପାଇଁ ରେଲଓ୍ୱେ ସମସ୍ତ ଅର୍ଥ ଫେରସ୍ତ କରାଯିବ ବଲି ସୂଚନା ଦିଆଯାଇଛି ା
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।