ଉପରଵାଲା ଯେବେ ଦିଏ ‘ଛପର ଫାଡିକି’ ଦେଇଥାଏ, କଙ୍ଗାଳ ବି ହୋଇଯାଏ କୋଟିପତି । ଏମିତି ଦେଲେ ଯେ ଜଣେ ହେଇଗଲେ ୧୦ କୋଟି ଟଙ୍କାର ମାଲିକ ।

Treasury fell from the sky in the house person became the owner of 10 crores in 1 moment in Indonesia, meteorite, Nitidina

କଥା କୁହାଯାଇଥାଏ ନା ଉପରଵାଲା ଯେବେ ଦେଇଥାଏ ଛପର ଫାଡ଼ିକି ଦେଇଥାଏ। କିଛି ଏପରି ହିଁ ମାମଲା ଇଣ୍ଡୋନେସିଆରେ ଦେଖିବାକୁ ମିଳିଲା। ଯେଉଁଠି ଜଣେ ତାବୁତ ତିଆରି କରୁଥିବା ୩୩ ବର୍ଷୀୟ ଜୋସୁଆ ହୁତାଙ୍ଗଲୁଙ୍ଗଙ୍କ ଘରେ ଆକାଶରୁ ଏକ ବହୁତ ଦାମି ଗୁପ୍ତଧନ ପଡିଛି। ଯାହା ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ୧୦ କୋଟି ଟଙ୍କାର ମାଲିକ ହୋଇଗଲା। ଆପଣଙ୍କୁ କହିରଖିବୁକି ଜୋସୁଆଙ୍କ ଘରେ ଏକ ବଡ଼ ଉଲ୍କାପିଣ୍ଡ ଗଳିଥିଲା। କୁହାଯାଉଛିକି ଏହି ଉଲ୍କାପିଣ୍ଡ ପାଖାପାଖି ସାଢେ ୪ ଅରବ ବର୍ଷ ପୁରୁଣା ଅଟେ।

Google
ଉଲ୍କାପିଣ୍ଡ ଗଳିବା ଦ୍ଵାରା ଘରର ଛାତରେ ହେଲା ବଡ଼ କଣା:-

ଉଲ୍କାପିଣ୍ଡ ଗଳିବା ସମୟରେ ଜୋସୁଆ ଉତରି ସୁମାତ୍ରାର କୋଲାଙ୍ଗରେ ନିଜ ଘର ପାଖରେ ହିଁ କାମ କରୁଥିଲା। ଏହି ସମୟରେ ଉଲ୍କାପିଣ୍ଡ ଗଳିବା ଦ୍ଵାରା ତାର ଘର ଛାତରେ ଏକ ବଡ଼ କଣା ହୋଇଗଲା। ଏହା ସହିତ ଉଲ୍କାପିଣ୍ଡ ଗଳିବା ଦ୍ଵାରା ୧୫ ସେଣ୍ଟିମିଟର ମାଟିରେ ପଶିଗଲା। ଆକାଶରୁ ଗଳିଥିବା ଏହି ପଥରର ଓଜନ ୨.୧ କିଲୋ କୁହାଯାଉଛି।

କହିରଖିବୁକି ଆକାଶରୁ ଗଳିଥିବା ଏହି ପଥର ଜୋସୁଆର ଆର୍ଥିକ ସଙ୍କଟ ଦୂର କରିଦେଲା। ଏହି ଉଲ୍କାପିଣ୍ଡ ବଦଳରେ ଜୋସୁଆକୁ ୧୪ ଲକ୍ଷ ପାଉଣ୍ଡ ବା ପାଖାପାଖି ୧୦ କୋଟି ଟଙ୍କା ମିଳିଲା। ସେହିପରି ଜୋସୁଆ ମାଟି ଖୋଳି ସେହି ଉଲ୍କାପିଣ୍ଡକୁ ବାହାର କଲା।

Google

କୁହାଯାଉଛିକି ଏହି ଉଲ୍କାପିଣ୍ଡ ୪.୫ ଅରବ ବର୍ଷ ପୁରୁଣା ଅଟେ। ସେହିପରି ଏହାର ଗଣନା ଅତ୍ୟନ୍ତ ଦୁର୍ଲଭ ଜିନିଷ ମଧ୍ୟରେ କରାଯାଇଥାଏ। ଯାହାର ମୂଲ୍ୟ ୮୫୭ ଡ଼ଲାର ପ୍ରତିଗ୍ରାମ ଅଟେ। ଜୋସୁଆ ଏହା ବିଷୟରେ କଥାହେବା ସମୟରେ କହିଛନ୍ତିକି ସେ ଯେବେ ଏହାକୁ ମାଟିରୁ ବାହାର କଲେ ଏହା ବହୁତ ଗରମ ଥିଲା ଓ ଆଂଶିକ ରୂପରେ ଭାଙ୍ଗିମଧ୍ୟ ଥିଲା। ଆଗକୁ ଜୋସୁଆ କହିଛନ୍ତିକି ଉଲ୍କାପିଣ୍ଡ ଗଳିବାର ଶବ୍ଦ ଏତେ ଜୋରେ ଥିଲା ଯେ ତାର ଘରର ଅନ୍ୟ ବସ୍ତୁ ହଲିଯାଇଥିଲା।

ଆଗକୁ ସେ କହିଛନ୍ତିକି ,”ମୁଁ ଯେବେ ଛାତକୁ ଦେଖିଲି ଛାତରେ କଣା ହୋଇଥିଲା। ମତେ ପୁରା ବିଶ୍ୱାସ ହୋଇଗଲାକି ପଥର ନିଶ୍ଚୟ ଆକାଶରୁ ଗଳିଛି। ଯାହାକୁ ଅନେକ ଲୋକ ଉଲ୍କାପିଣ୍ଡ କୁହନ୍ତି। କହିରଖିବୁ ଏହା ଏଥିପାଇଁ କି ମୋର ଛାତ ଉପରକୁ ପଥର ପକାଇବା ସମ୍ଭବ ନୁହେଁ”।

Google
ଜୋସୁଆକୁ ମିଳିଲା ୩୦ ବର୍ଷ ପର୍ଯ୍ୟନ୍ତ କାମ କରିବାର ଦରମା:-

ସ୍ଥାନୀୟ ଲୋକଙ୍କ ଅନୁସାରେ ,ସେମାନେ ବହୁତ ଜୋରେ ଏକ ଶବ୍ଦ ଶୁଣିଥିଲେ ଯାହା ଦ୍ୱାରା ତାଙ୍କ ଘର ସବୁ ହଲିଗଲା। କହିରଖିବୁକି ଉଲ୍କାପିଣ୍ଡ ଗଳିବା ପରେ ଜୋସୁଆଙ୍କ ଘରେ ସେହି ଦୃର୍ଲଭ ଜିନିଷକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଗଲା। ଏହା ବିଷୟରେ ଜୋସୁଆ କହିଛନ୍ତିକି,”ଅନେକ ଲୋକ ମୋର ଘରକୁ ଆସୁଛନ୍ତି ଓ ଏହାକୁ ଦେଖୁଛନ୍ତି। ସେହି ପଥର ବଦଳରେ ଜୋସୁଆକୁ ଏତେ ଟଙ୍କା ମିଳିଯାଇଛି କି ଯାହା ଜୋସୁଆକୁ ୩୦ ବର୍ଷ କାମ କରିବା ପରେ ହିଁ ମିଳିପାରିଥାନ୍ତା। ଜୋସୁଆ କହିଛନ୍ତି କି ସେ ଏହି ପଇସାରେ ନିଜ ସମୁଦାୟ ପାଇଁ ଚର୍ଚ୍ଚ ନିର୍ମାଣ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *