ଭାଙ୍ଗିଯିବ କି ଟ୍ରମ୍ପଙ୍କ ଆଶା?

ଭାଙ୍ଗିଯିବ କି ଟ୍ରମ୍ପଙ୍କ ଆଶା?, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Trump, Modi, US President, Joe Biden

ପୂରା ବିଶ୍ୱ କରୋନା ଲଢେଇ ଲଢୁଥିବା ବେଳେ ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଏହି ନିର୍ବାଚନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢାଇଦେଇଛି । କାରଣ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଟ୍ରମ୍ପ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ବୋଧହୁଏ ଅଧୁରା ରହିଯାଇପାରେ । କାରଣ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପଙ୍କୁ ତାଙ୍କ ଦଳ ରିପବ୍ଲିକାନର ଅନେକ ନେତା ସମର୍ଥନ ନ କରିବାକୁ ସ୍ପଷ୍ଟ କରିଛନ୍ତି । ଏପରିକି ବିଭିନ୍ନ ସର୍ଭେରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପ ପଛୁଆ ରହୁଛନ୍ତି । ଖାସକରି ଡେମୋକ୍ରାଟିକ ଦଳ ପକ୍ଷରୁ ଜୋ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିବା ପରେ ଟ୍ରମ୍ପ ଏହି ଦୌଡରେ ବ୍ୟାକଫୁଟକୁ ଠେଲି ହୋଇଯାଇଛନ୍ତି ।

Who is Joe Biden? Bio, age, family, and key positions - Business ...
Google

ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ସାମ୍ନାରେ ଏବେ ଅନେକଗୁଡିଏ ଚ୍ୟାଲେଞ୍ଜ ଉଭା ହୋଇଛି । କରୋନା ମହାମାରୀରେ ଆମେରିକା ଅଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ବର୍ଣ୍ଣବୈଷମ୍ୟକୁ ନେଇ ଦେଶରେ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଯାହା ଟ୍ରମ୍ପଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହାବାଦ୍ ଆମେରିକାରେ ବିଭିନ୍ନ ଗଣମାଧ୍ୟମର ସର୍ଭେ ଅନୁଯାୟୀ, ଟ୍ରମ୍ପଙ୍କ ଲୋକପ୍ରିୟତା ପୂର୍ବପେକ୍ଷା କମିଛି । ସିଏନଏନର ସର୍ଭେ ଅନୁଯାୟୀ, ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକୁ ୩୮ ପ୍ରତିଶତ ଲୋକ ସମର୍ଥନ କରୁଥିବା ବେଳେ ୫୭ ପ୍ରତିଶତ ଲୋକ ଖୁସି ନାହାନ୍ତି । ଯାହା ଡେମୋକ୍ରାଟିକ ଦଳ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି ।

ଟ୍ରମ୍ପଙ୍କ ମନମୁଖୀ କାର୍ଯ୍ୟ ଉପରେ ସନ୍ତୁଷ୍ଟ

ଜାତୀୟତାବାଦକୁ ପୁଞ୍ଜି କରି ଟ୍ରମ୍ପ ୨୦୧୪ ନିର୍ବାଚନରେ ବାଜି ମାରିଥିଲେ ମଧ୍ୟ ସେହି ହାୱା ୨୦୨୦ ରେ କାମ ଦେବନି ବୋଲି ଆକଳନ କରାଯାଉଛି । କାରଣ କରୋନା ମୁକାବିଲାରେ ଟ୍ରମ୍ପ ଫେଲ୍ ମାରିଥିବା ବେଳେ ବର୍ଣ୍ଣବୈଷମ୍ୟକୁ ନେଇ ରାଷ୍ଟ୍ରପତିଙ୍କୁ ଦେଶ ଭିତରେ ବିରୋଧ ଆରମ୍ଭ ହୋଇଛି । ତେଣୁ ରିପବ୍ଲିକାନ ପାର୍ଟି ପୁଣିଥରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଦୌଡରେ ଓହ୍ଲାଇ ନପା। ଏହାବାଦ୍ ଦଳର ଅନେକ ନେତା ମଧ୍ୟ ଟ୍ରମ୍ପଙ୍କୁ ସମର୍ଥନ କରିବେନି ବୋଲି ସିଧାସଳଖ ମନା କରିଛନ୍ତି । ଟ୍ରମ୍ପଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଦଳର ଅନେକ ନେତା ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ।

Trump Commemorates 9/11 by Bashing Dismal Polling Numbers ...
Google

କିଛି ରିପୋର୍ଟରେ କୁହାଯାଇଛି ଯେ, ଦଳର ନେତା ତଥା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପଙ୍କୁ ଭୋଟ ନ କରିପାରନ୍ତି । ତେଣୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ଟ୍ରମ୍ପଙ୍କ ପାଇଁ ସହଜ ହୋଇନପାରେ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *