କ୍ରିକେଟର ମୈଦାନ ଉପରେ ଏପରି ବହୁତ କିଛି କାରନାମା ଦେଖିବାକୁ ମିଳିଥାଏ ଯାହା କି ଫ୍ୟାନ ମାନଙ୍କୁ ଏହି ଖେଳ ଆଡକୁ ଅଧିକ ଆକର୍ଷିତ କରିଥାଏ। ତାହା ଭିତରୁ କେବେ କେବେ ବହୁତ ଭଲ କ୍ୟାଚ ହେଉ ଅଥବା ବ୍ୟାଟ୍ସମ୍ୟାନଙ୍କର ବହୁତ ଉଚ୍ଚ କୋଟିର ଶଟ ହେଉ। ଏହି ସମସ୍ତ ଫ୍ୟାନ ମାନଙ୍କୁ ମନୋରଞ୍ଜନ କରିଥାଏ। ମାତ୍ର ରବିବାର ଦିନ ବୋଲର ଆଉ ଫିଲ୍ଡର ମିଶିକି କିଛି ଏପରି କାରିନାମା କଲେ ଯାହା କି କ୍ରିକେଟ ଇତିହାସରେ ବହୁତ କମ ଥର ଦେଖିବାକୁ ମିଳିଥାଏ। ଅଷ୍ଟ୍ରେଲିଆରେ ହେଉଥିବା ବିଗ୍ ବ୍ୟାସ ଲିଗରେ ସିଡ୍ନୀ ଥଣ୍ଡରସ ଆଉ ଏଡିଲେଡ଼ ଷ୍ଟ୍ରାଇକରଙ୍କ ଭିତରେ ହେଉଥିବା ମ୍ୟାଚରେ ବ୍ୟାଟ୍ସମ୍ୟାନ ଜ୍ୟାକ ୱେଦରାଲଡ଼ ଗୋଟେ ବଲରେ ଥରେ ନୁହଁ ବରଂ ଦୁଇ ଦୁଇ ଥର ରନ ଆଉଟ ହେଲେ। ଆପଣ ବି ଭାବୁଥିବେ କି ଏହା କିପରି ସମ୍ଭବ ମାତ୍ର ଏହା ହିଁ ହେଇଛି। ଏହି ଅନିଶ୍ଚିତତାର ଖେଳରେ ସବୁ କିଛି ସମ୍ଭବ।
What just happened?! Jake Weatherald somehow got run out at both ends, on the same ball! ?
A @KFCAustralia Bucket Moment | #BBL10 pic.twitter.com/eLRurkBQtp
— KFC Big Bash League (@BBL) January 24, 2021
ଏହି ଘଟଣା ମ୍ୟାଚର ଦଶମ ଓଭରରେ ହେଲା ଯେତେବେଳେ ଦ୍ରୁତ ବୋଲର କ୍ୟାମେରାନ ଗ୍ରୀନ ବୋଲିଂ କରୁଥିଲେ ଆଉ ବ୍ୟାଟିଂ କରୁଥିବା ଫିଲିପ ଶଟ ଏକ ବହୁତ ଜୋର ଶଟ ମାରିଲେ। ଏହାଦ୍ୱାରା ବଲ ବହୁତ ଜୋରରେ ଗଲା ଆଉ ଗ୍ରୀନଙ୍କର ଆଙ୍ଗୁଳିରେ ବାଜିକି ଷ୍ଟମ୍ପରେ ବାଜିଲା। ବାଜିକି ବଲ ଆର ପଟକୁ ଚାଲିଗଲା ତ ନନ ଷ୍ଟ୍ରାଇକର ପଟେ ଥିବା ୱେଦରାଲଡ୍ ରନ ନେବା ପାଇଁ ଦୌଡ଼ିଲେ ଯାହା ଦ୍ୱାରା ଜଣେ ଫିଲ୍ଡର ବଲ ୱିକେଟ କିପର ହାତକୁ ଫିଙ୍ଗିଲେ ଯାହା ଦ୍ୱାରା କି କିପର ତାଙ୍କର ବେଲ ବାହାର କରିଦେଲେ। ପ୍ରକୃତରେ ଯେତେବେଳେ ଗ୍ରୀନଙ୍କ ହାତରେ ବାଜି ବଲ ଷ୍ଟମ୍ପରେ ବାଜିଲା ସେତେବେଳେ ବି ୱେଦରାଲଡ଼ ଲାଇନରୁ ଶଟ ଥିଲେ ଆଉ ଯେତେବେଳେ ସେ ଦୌଡ଼ିକି ରନ ନେବାକୁ ପହଁଚିଲେ ସେତେବେଳେ ବି ରନ ଆଉଟ ହେଇଗଲେ। ଅର୍ଥାତ ଗୋଟେ ବଲରେ ଦୁଇଥର ରନ ଆଉଟ ହେଲେ।

ଏହି ମ୍ୟାଚରେ ବ୍ୟାଟିଂ କରୁଥିବା ଏଡିଲେଡ଼ ଷ୍ଟ୍ରାଇକରସ ପ୍ରଥମେ ଖେଳି ଜ୍ୟାକ ୱେଦରାଲଡ଼, ଫୀଲ ଶଟ ଆଉ ଟ୍ରାଭିଶ ହେଡ଼ଙ୍କର ୩୧ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଏଲେକ୍ସ କ୍ୟାରିଙ୍କର ୨୯ ରନର ଇନିଂସ ଦ୍ୱାରା ୧୫୯ ରନ କଲେ ଆଉ ତାର ଜବାବରେ ସିଡ୍ନୀ ଥଣ୍ଡର ମାତ୍ର ୧୫୩ ରନ ହିଁ ବନେଇ ପାରିଲେ ଆଉ ୬ ରନରେ ମ୍ୟାଚ ହାରିଗଲେ। ଟିମକୁ ବିଜୟ ଦେବାରେ ସିନିଆର ବୋଲର ପିଟର୍ ସିଡିଲ ବହୁତ ଭଲ ପ୍ରଦର୍ଶନ କରିକି ମାତ୍ର ୨୨ ରନ ଦେଇକି ୨ଟି ୱିକେଟ ଅକ୍ତିଆର କରିଥିଲେ। ଆଉ ମାଇକେଲ ନିସର ବି ୨ଟି ୱିକେଟ ନିଜ ନାମରେ କରିଥିଲେ। ସିଡିଲଙ୍କର ଏହି ଜବରଦସ୍ତ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ଦିଆଗଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।