ଦୃଷ୍ଟିହୀନ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ ପୁଅମାନେ, ବୁଲେଇ ବୁଲେଇ ପିଟିଲା ପୋଲିସ, ଦେଖନ୍ତୁ ଭିଡ଼ିଓ

ପୋଲିସକୁ ନ୍ୟାୟର ରକ୍ଷାକର୍ତା କୁହାଯାଇଛି କାରଣ ପୋଲିସ ସମାଜରେ ଶାନ୍ତି ଶୃଂଖଳା ରକ୍ଷା କରିବା ସହ ଲୋକଙ୍କୁ ନ୍ୟାୟ ଦେଇଥାଏ। ଏହା ସହ ପୋଲିସ ଦୋଷ କରିଥିବା ଲୋକଙ୍କୁ ହିଁ ଦଣ୍ଡ ଦେଇଥାଏ ଓ ନିର୍ଦୋଷ ସହ ନ୍ୟାୟ କରିଥାଏ କିନ୍ତୁ ବେଳେବେଳେ କିଛି ଘଟଣା ଏପରି ଘଟୁଛି ଯାହା ଦ୍ୱାରା ପୁରା ପୋଲିସ ଗୋଷ୍ଠି କଳଙ୍କିତ ହେଉଛି। କିଛି ପୋଲିସ କର୍ମୀ ବିଚରା ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଲୋହରା ଖଣ୍ଡି ନଦୀ ପଠା ନିକଟରେ ।

Google

ଏଠାରେ ପୋଲିସ ଦୁଇ ଭାଇଙ୍କୁ ପିଟି ପିଟି ତାଙ୍କ ଅବସ୍ଥା ପୁରା ଖରାପ କରିଦେଇଛି। ଏହି ଘଟଣାର ପ୍ରକୃତ କାରଣ ନଜାଣି ପୋଲିସ ଅତ୍ୟାଚାର କରିଥିବା ଜଣାପଡିଛି । ସେମାନଙ୍କ କଥା ମଧ୍ୟ ପୋଲିସ ଶୁଣିନଥିବା କହିଛନ୍ତି ଦୁଇ ଭାଇ ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଭାଇ ମିଶି ନିଜ ମା ବିଜୟା ପଟ୍ଟନାୟକ(୮୦)ଙ୍କୁ ଜଗନ୍ନାଥ ପ୍ରସାଦ ଗ୍ରାମରୁ ଏକ ଅଟୋ ମାଧ୍ୟମରେ ଭଞ୍ଜନଗର ଲୋହରାଖଣ୍ଡିର ଏକ ନଦୀ କୁଳରେ ଆଣି ଶୁଆଇ ଦେଇଥିଲେ କିନ୍ତୁ ସେ କେଉଁ ଉଦେଶ୍ୟରେ ଏପରି କରିଥିଲେ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନାହିଁ। ଏହା ପରେ ପୋଲିସଙ୍କୁ କିଛି ଗ୍ରାମ ବାସୀ ଏହି ଖବର ଦେବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାକୁ ନବୁଝି ଆରମ୍ଭ କରିଦେଇଥିଲା ଦୁଇ ଭାଇଙ୍କୁ ଭୀଷଣ ମାଡ଼ ଫଳରେ ଦୁଇ ଭାଇଙ୍କ ଅବସ୍ଥା ଅତି ଖରାପ ହୋଇଯାଇଥିଲା ।

ଗ୍ରାମ ବାସୀଙ୍କ ଠୁ ମିଳିଥିବା ସୂଚନା ଅନୁସାରେ ଦୁଇ ଭାଇ ଗୋଳନ୍ଥରା ଅଞ୍ଚଳର ଓ ଦୁହେଁ ବାହାରେ ରହି ଭିକ ମାଗିଥାନ୍ତି ଓ ମା ତାଙ୍କର ଏହି ଗ୍ରାମର ନିଜ ଝିଅ ଘରେ ରହିଥାଏ। ଲକଡାଉନ କାରଣରୁ ଦୁଇ ଭାଇ କିଛି ବାଟ ନପାଇ ଆସି ଭଉଣୀ ପାଖରେ ରହିବାକୁ ଲାଗିଲେ ଯାହା ଦ୍ୱାରା ଭଉଣୀ ଘରେ ଝଗଡା ଆରମ୍ଭ ହୋଇଗଲା। ଶେଷରେ ଦୁଇ ଭାଇ ମା କୁ ଧରି ବାହାରି ଆସିଥିଲେ ସେଠାରୁ ମା ଙ୍କୁ ଏକ ଅଟୋରେ ବସାଇ ଆସିଥିଲେ। ନିଜର ଘର ନଥିବାରୁ ବାଧ୍ୟ ହୋଇ ସେଇ ନଇଁ ପଠାରେ ମା ଙ୍କୁ ଶୁଆଇ ଥିଲେ କିନ୍ତୁ ପୋଲିସ ସେଠାରେ ପହଁଚି ଘଟଣାକୁ ନବୁଝି ଦୁହିଁଙ୍କୁ ଭୀଷଣ ମାଡ଼ ମାରିଥିଲା । ବର୍ତମାନ ପରିସ୍ଥିତିରେ କରୋନା ସମୟରେ ପୋଲିସ ଏମିତି ମାଡ଼ ମାରିବା ବହୁତ ନିନ୍ଦନୀୟ । ମାଡ଼ ଦେବା ପୂର୍ବରୁ ପୋଲିସ ବାବୁ ମାନେ ଆଗ ସବୁ କିଛି ପରିସ୍ଥିତି ବିଷୟରେ ବୁଝିଥିଲେ ଠିକ ହେଇଥାନ୍ତା । କାରଣ ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ସବୁବେଳେ କାମ କରିବା କଥା । ଏମିତି ଅତ୍ୟାଚାର କଲେ ଜନସାଧାରଣଙ୍କର ପୋଲିସ ଉପରୁ ଭରସା ଉଠିଯିବ ।

ଦେଖନ୍ତୁ ଭିଡ଼ିଓ:

କରୋନା କାଳରେ ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେବା ଘଟଣାରେ ବୃଦ୍ଧାଙ୍କୁ ତୁରନ୍ତ ଉଦ୍ଧାର କରିବା ପରେ ସହାୟତା ଯୋଗାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚ ୮୫ ବର୍ଷିୟା ବୃଦ୍ଧାଙ୍କ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆଡମିଶନ୍ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *