ଦୁଇ ମହିଳା ସାଥି ପରସ୍ପରକୁ କରୁଥିଲେ ପ୍ରେମ ଓ ରହିବାକୁ ଲାଗିଲେ ଏକା ସାଥିରେ, ପୋଲିସ ପହଁଚିଲା ତ କରିଦେଲେ ଏହି କାମ ।

ସମଲିଙ୍ଗୀ ଲିଭଇନ ରିଲେସନସିପକୁ ନେଇକି ଯୁବତୀଙ୍କ ପରିବାର ଲୋକ ହଙ୍ଗାମା କରିଛନ୍ତି ଓ ନିଜ ଝିଅକୁ ନେଇଯିବାକୁ ଜିଦି ଧରି ବସିଛନ୍ତି। ଯାହାକୁକୁ ଅନ୍ୟ ଝିଅଟି ବିରୋଧ କରିଛି ଓ ମାମଲା ମାଡ଼ପିଟ ପର୍ଯ୍ୟନ୍ତ ପହଁଚିଯାଇଛି। ଏହି ମାମଲା ଉତ୍ତରପ୍ରଦେଶର ବାଗପତ ଜନପଦର ଅଟେ। ଏହି ପୁରା ହଙ୍ଗାମା ରାସ୍ତା ଉପରେ ହୋଇଛି ଓ ଲୋକ ଏହାର ପୁରା ଭିଡ଼ିଓ କରିଛନ୍ତି।

Google

କୁହାଯାଉଛି କି ଦୁଇ ଯୁବତୀ ଲିଭଇନ ରିଲେସନସିପରେ ରହୁଥିଲେ। ଜଣେ ଯୁବତୀଙ୍କ ପରିବାର ଲୋକଙ୍କୁ ଏହା ପସନ୍ଦ ନଥିଲା ଓ ସେ ନିଜ ଝିଅକୁ ନେବାକୁ ଚାହୁଁଛନ୍ତି।ଯାହାକୁ ନେଇ ଦୁଇ ଯୁବତୀ ବିରୋଧ କରିଛନ୍ତି। ଏହି ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଯାଇଛି ଓ ପୋଲିସ ଏହି ମାମଲାକୁ ସମାଧାନ କରିଛି।

ଯୁବତୀ ଦୁଇ ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇଗଲା। ପୋଲିସ ପୁରା ମାମଲା ଶୁଣିବା ପରେ ଜଣେ ଯୁବତୀଙ୍କୁ ତାଙ୍କ ପରିବାର ସହିତ ମୁଜ୍ଜାଫର ନଗର ପଠାଇଦେଲା। ପୋଲିସକୁ ଛପରାଲି କସ୍ବେର ଯୁବତୀ କହିଛନ୍ତି କି ସେ ଆଉ ମୁଜ୍ଜାଫର ନଗରର ଜଣେ ଯୁବତୀ ଲିଭଇନ ରିଲିସନସିପରେ ରହୁଥିଲେ। ଦୁହେଁ ବାଲିଙ୍ଗ ଅଟନ୍ତି ଓ ଏକ ବର୍ଷ ହେବ ଏକ ସାଥିରେ ରହୁଛନ୍ତି।

ମୁଜ୍ଜାଫର ନଗରର ଝିଅର ଘରଲୋକ ଏହାକୁ ବିରୋଧ କରୁଛନ୍ତି ଓ ସେ ଛପରାଲି କସ୍ବେର ଯୁବତୀଙ୍କୁ ଅନେକ ଥର ଧମକ ମଧ୍ୟ ଦେଇଛନ୍ତି। ସେ ୨୯ ସେପ୍ଟେମ୍ବର ୨୦୨୦ କୁ ଏସିପି ବାଗପତ କୁ ପାର୍ଥନା ପତ୍ର ବି ଦେଇଥିଲା ଓ ସୁରକ୍ଷା ପାଇଁ କହିଥିଲା। ରବିବାରକୁ ଦୁଇ ଯୁବତୀ କୌଣସି କାମ ପାଇଁ ବଦୌତ ଆସିଥିଲେ। ସେବେ ସେଠାକୁ ମୁଜ୍ଜାଫର ନଗର ର ଯୁବତୀଙ୍କ ଘର ଲୋକ ଆସିଗଲେ। ତାର ବାପା ଓ ଅନ୍ୟ ପରିବାର ଲୋକ ଛପରେଲି ଚୁଙ୍ଗି ପାଖରେ ଦିଲ୍ଲୀ-ସାହାରନପୁର ହାଇୱେ ପାଖରେ ଦୁହିଁଙ୍କୁ ଅଟକାଇ ମୁଜ୍ଜାଫର ନଗର ଯୁବତୀଙ୍କୁ ବାଇକିରେ ନେବାକୁ ଲାଗିଲେ ଓ ଅନ୍ୟ ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଲେ।

ଲୋକ ଏହି ପୁରା ଘଟଣାର ଭିଡ଼ିଓ କରିଦେଲେ ଓ ଏହାର ସୂଚନା ପୋଲିସକୁ ଦେଇଦେଲେ। ଯାହା ପରେ ପୋଲିସ ସେହି ସ୍ଥାନରେ ପହଁଚି ସମସ୍ତଙ୍କୁ ଥାନାକୁ ନେଇଗଲା।ପୋଲିସ ମିଜ୍ଜାଫର ନଗରର ଯୁବତୀଙ୍କୁ ତାଙ୍କ ପରିବାର ସହିତ ପଠାଇଦେଲା। ଅନ୍ୟ ଯୁବତୀଙ୍କ ଅଭିଯୋଗ କି କୋତବାଲି ପୋଲିସ ତାଙ୍କ ଉପରେ ବନ୍ଧୁଙ୍କ ସହ ଖରାପ କାମ କରିବାର ଅଭିଯୋଗ ଲଗାଇବ ସହ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ସହ ପଠାଇଦେଲା। ଯୁବତୀ ଜଣଙ୍କ ଚେତାବନୀ ଦେଇଛନ୍ତି କି ଯଦି ତା ସାଥିକୁ ତା ସହ ନମିଶାଯାଏ ତେବେ ସେ ଆତ୍ମହତ୍ୟା କରିଦେବ।

Google

ଏହି ପୁରା ମାମଲା ଉପରେ ମୁଜାଫରନଗର ଯୁବତୀଙ୍କ ବାପା କହିଛନ୍ତି କି ତାଙ୍କ ଝିଅକୁ ଆଡୁ ସାଡୁ କହି ସେହି ଯୁବତୀ ନେଇଯାଇଥିଲେ। ସେହିପରି ସିଓ ଆଲୋକ କୁମାରଙ୍କ ଅନୁସାରେ ସେ ଏହି ମାମଲାର ଯାଞ୍ଚ କରୁଛନ୍ତି।

ଏହିପରି ହୋଇଥିଲା ଦେଖା:-

ଏହି ଦୁଇ ଯୁବତୀଙ୍କ ଭେଟ ଛପରେଲି ନଗରର ଏକ ନର୍ସିଙ୍ଗ ହୋମରେ ହୋଇଥିଲା। ସେବେଠୁ ଦୁହେଁ ଲିଭଇନ ରିଲେସନସିପରେ ରହୁଥିଲେ। ଉଭୟ ନିଜ ନିଜର ପରିବାର ଲୋକଙ୍କୁ ଏହି ସମ୍ପର୍କ ବିଷୟରେ ଜଣେଇଥିଲେ ଏବଂ ପୁଅଙ୍କ ସହ ବିବାହ କରିବାକୁ ମନାକରିଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *