ଭାରତର ବଡ଼ ଜିତ! UN ରେ ଋଷ ଦେଲା ଭାରତର ସମର୍ଥନ, ଫିକା ପଡିଲା ପାକିସ୍ତାନ? ଜାଣନ୍ତୁ ସମ୍ପୂର୍ଣ୍ଣ

ଭାରତର ବୈଦେଶିକ ମନ୍ତ୍ରୀ ସଂଯୁକ୍ତ ରାଷ୍ଟ୍ରସଙ୍ଘର ବୈଠକରେ ଋଷିଆ ଆଉ ୟୁକ୍ରେନର ଯୁଦ୍ଧ ସମେତ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ କହିଥିଲେ। ମାନ୍ୟବର FM ଜୟଶଙ୍କର କହିଛନ୍ତି ଭାରତ ଏହି ସଭାରେ ବଡ଼ ଭାର ନେବାରେ ସକ୍ଷମ ଅଛି।

ତାଙ୍କର ସିଧା ଇଶାରା ଭାରତର ଏହି ସଭାରେ ଥିବା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଉପରେ ବୋଲି କୁହା ଯାଇଛି। ନିଜର ପାଖାପାଖି ୧୬ ମିନିଟ ର ଏହି ଭାଷଣରେ ସେ ଦେଶର କୂଟନୀତି ଉପରେ ବହୁତ ସଙ୍କେତ ଦେଇଥିଲେ।

ଏହି ସଙ୍କେତ ମଧ୍ୟରୁ ଭାରତର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ସବୁଠାରୁ ମହତ୍ଵପୂର୍ଣ୍ଣ ଅଟେ। ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ନିଜର ଭାଷଣ ମାଧ୍ୟମରେ ଭାରତର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ନେଇ ସପକ୍ଷରେ କହିଥିଲେ।

ଇନଡାଇରେକ୍ଟ ଭାବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ କହିଲେ କି ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ନ ଦିଆ ଯାଉ ବୋଲି। ଏହା ମଧ୍ୟରେ ଋଷିଆ ଏକ ବଡ଼ ଘୋଷଣା କରିଛି। ଋଷିଆ ସିଧା ଭାରତର ନାମ ନେଇ କହି ଦେଇଛି କି ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦେବା ଦରକାର। ଏହି କିଛି ଦିନ ହେବ ଆପଣ ଦେଖିଥିବେ କି ବିଦେଶୀ ମିଡ଼ିଆ ଋଷିଆ ଆଉ ଭାରତ ମଧ୍ୟରେ ହୋଇଥିବା କଥାକୁ ନେଇ ଏକ ମିଛ କଥା ପ୍ରଘଟ କରୁଛନ୍ତି। ତାଙ୍କର କହିବା ଅନୁସାରେ ଭାରତ ଋଷିଆ ବିପକ୍ଷରେ ନିଜର ରଣନୀତି ବଦଳେଇ ଦେଇଛି।

ତାଙ୍କର କହିବା ଅନୁସାରେ ଭାରତ ଏବଂ ଋଷିଆ ମଧ୍ୟରେ ସମ୍ପର୍କରେ ଦୁର୍ବଳତା ଆସି ଯାଇଛି। ଏହି ମଧ୍ୟରେ ଋଷିଆ ଭାରତର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ନେଇ କଥା ଉଠାଇବା ପରେ ଏହା ସୂଚାଇ ଦେଇଛି ଭାରତ ଆଉ ଋଷିଆ ମଧ୍ୟରେ ସମ୍ପର୍କ ସବୁ ଠିକ୍ ଅଛି।

ଆପଣ ଜାଣିଥିବେ ବି ମାନ୍ୟବର ଜୟଶଙ୍କର ବିନା ଚୀନ ଏବଂ ପାକିସ୍ତାନର ନାମ ନେଇ ତାଙ୍କର ଅବସ୍ଥା ଖରାପ କରି ଦେଇଥିଲେ। ସଂଯୁକ୍ତ ରାଷ୍ଟ୍ରରେ ଦେଇଥିବ ଭାଷଣ ଏହା ଜୟଶଙ୍କରଙ୍କ ପ୍ରଥମ ଭାଷଣ ଥିଲା। ତାଙ୍କର ଭାଷଣ ଅନେକ ଜାଗାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *