ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ‌ କ’ଣ ହେବ କୋହଳ କ’ଣ ହେବ କଡ଼ାକଡ଼ି

ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ‌ କ’ଣ ହେବ କୋହଳ କ’ଣ ହେବ କଡ଼ାକଡ଼ି, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ଲକ୍‌ଡାଉନ୍ ୩.O ମେ୧୭ ଯାଏଁ‌ କଣ ହେବ କୋହଳ କଣ ହେବ କଡ଼ାକଡ଼ି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି ।

ମେ’ ୪ରୁ ମେ’  ୧୭ ଯାଏଁ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକ୍‌ଡାଉନ୍‌ ଅବଧି । ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ କଟକଣା କୋହଳ କରିବା ପାଇଁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକ୍‌ଡାଉନ୍‌ ସହ କିଛି ନୂଆ ଗାଇଡ୍‌ଲାଇନ୍‌ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend
ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ

ଦେଶବ୍ୟାପୀ ଲାଗୁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସରିବାକୁ ଆଉ ୧ ଦିନ ବାକି । ହେଲେ ପୁଣି ୨ ସପ୍ତାହ ପାଇଁ ବଢ଼ିଲା ଲକ୍‌ଡାଉନ୍‌ ଅବଧି । ଏହି ଲକ୍‌ଡାଉନ୍‌ ମେ’ ମାସ ୧୭ ତାରିଖ ଯାଏଁ ରହିବ । ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମେ’ ୪ ଗ୍ରୀନ ଜୋନ ଅଞ୍ଚଳ ଗୁଡ଼ିକରେ କଟକଣା କୋହଳ । କିନ୍ତୁ ସାମାଜିକ ଦୂରତା ଓ Mask ପିନ୍ଧିବା ପୂର୍ବ ଭଳି ରହିବ ।

କଣ କଣ ବନ୍ଦରହିବ ସବୁ ଜୋନ ରେ ?

ଏହି ଲକ୍‌ଡାଉନ୍‌ ବେଳେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସ୍ପୋର୍ଟ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍‌, ଜିମ୍‌, ମଲ୍‌ ସବୁ ପୂର୍ବ ପରି ବନ୍ଦ ରହିବ । ଧର୍ମାଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିବ । ରାତି ୭ଟାରୁ  ରୁ ସକାଳ ୭ଟା ମଧ୍ୟ୍ୟରେ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ ବାରଣ ।

ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ମେଡିକାଲ ଓପିଡି ଖୋଲିବାକୁ ଅନୁମତି । କଣ୍ଟେନମେଣ୍ଟ ଜୋନରେ ମେଡିକାଲ ଓପିଡି ଖୋଲିବା ମନା ।

ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ‌ କ’ଣ ହେବ କୋହଳ କ’ଣ ହେବ କଡ଼ାକଡ଼ି, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ରେଡ ଜୋନରେ ବସ୍, ରିକ୍ସା, ଅଟୋ, ଟ୍ୟାକ୍ସି, କ୍ୟାବ୍ ଚାଲିପାରିବ ନାହିଁ । ସେଲୁନ୍, ସ୍ପା ମଧ୍ୟ୍ୟ ଖୋଲିବା ମନା । ରେଡ ଜୋନରେ ବାଇକରେ ପଛରେ ଆରୋହୀ ବସିବା ପାଇଁ ଅନୁମତି ନାହିଁ ।

ଗୋଟିକିଆ ଦୋକାନ, ଗଳି ଦୋକାନ ଖୋଲିପାରିବ । ପ୍ରାଇଭେଟ୍‌ ଅଫିସ୍‌ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ରେଡ୍‌ ଜୋନ୍‌ରେ ନିର୍ମାଣ କାର୍ଯ୍ୟ ଓ ମନରେଗା କାର୍ଯ୍ୟ ଚାଲିପାରିବ । ରେଡ୍‌ ଜୋନ୍‌ରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଅଫିସ ଚାଲିପାରିବ ।

ଗ୍ରୀନ ଜୋନରେ କେଉଁ କେଉଁ ଦୋକାନ ଖୋଲାଯିବ ?

ଗ୍ରୀନ ଜୋନରେ ମେ’ ୪ ଠାରୁ କପଡ଼ା ଦୋକାନ, ମୋବାଇଲ୍ ଫୋନ, ଇଲେକ୍ଟ୍ରିକ୍, ହାର୍ଡ ଓୟାର, ରିପାରିଙ୍ଗ ଦୋକାନ ଖୋଲିବ । ଏଥି ସହିତ ଗ୍ରୀନ ଜୋନରେ ସେଲୁନ, ପାର୍ଲର, ରେସ୍ତୋରାଁ ମଧ୍ୟ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି । ଦୋକାନରେ ସାମାଜିକ ଦୂରତା କୁ ପାଳନ କରିବାକୁ ପଡିବ । ୬ ଫୁଟ୍ ର ସାମାଜିକ ଦୂରତ୍ୱ ରଖି ଜିନିଷ କାଣିପାରିବେ ଗ୍ରାହକ । ଏହି ସବୁ ଦୋକାନରେ ଗହଳି କରିବାକୁ ଦିଆଯିବନାହିଁ । ଦୋକାନରେ ଏକ ସମୟରେ ୫ ରୁ ଅଧିକ ଗ୍ରାହକ ରହିବ ମନା । ମେ’ ୪ ରୁ ଖୋଲିବାକୁ ଅନୁମତି ।

ଗ୍ରୀନ ଜୋନରେ ବସ୍, ଅଟୋ ଓ ଟ୍ୟାକ୍ସି ଚାଲିବାକୁ ମିଳିବ ଅନୁମତି । ଗ୍ରୀନ ଜୋନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚାଲିବ ।

ଲକ୍‌ଡାଉନ୍ ୩.O ମେ’୧୭ ଯାଏଁ‌ କ’ଣ ହେବ କୋହଳ କ’ଣ ହେବ କଡ଼ାକଡ଼ି, ଦେଶରେ ବଢ଼ିଲା ଲକ୍‌ଡାଉନ୍ ମେ’ ୧୭ ଯାଏଁ‌, ଲକ୍‌ଡାଉନ୍ ୩.O, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ଗ୍ରୀନ ଜୋନରେ ଟ୍ରାନ୍ସପୋର୍ଟକୁ ମଧ୍ୟ ସୀମିତ ମାତ୍ରାରେ ଖୋଲି ଦିଆଯିବ । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସବୁ ପ୍ରକାର ମାଲଗାଡି ଚାଲିବ ।

ବାହାଘର, ଧାର୍ମିକ କାର୍ଯ୍ୟକ୍ରମ ଓ ସାମାଜିକ ପର୍ବପର୍ବାଣୀକୁ ଅନୁମତି ନାହିଁ ।

ମେ, ୩ ପରେ ଯଦିଓ ଗ୍ରୀନ ଜୋନରେ କଟକଣା କୋହଳ କରାଯିବ । କିନ୍ତୁ କୌଣସି ପ୍ରକାରେ ଗହଳି ଓ କୋଳାହଳକୁ ଅନୁମତି ମିଳିବ ନାହିଁ । ବାହାଘର, ବ୍ରତଘର, ଧାର୍ମିକ କାର୍ଯ୍ୟକ୍ରମ ଭଳି ସାମାଜିକ ରୀତିନୀତିକୁ କରାଯାଇ ପାରିବ ନାହିଁ ।

ଅରେଞ୍ଜ ଜୋନରେ କଣ କଣ ଅନୁମତି ଦିଅ ଯାଇଛି

ଅରେଞ୍ଜ ଜୋନରେ ଜଣେ ପାସେଞ୍ଜରଙ୍କୁ ନେଇ ଚାଲିବ କ୍ୟାବ । ଅରେଞ୍ଜ ଜୋନରେ ଘରୋଇ କାର୍ ରେ ଡ୍ରାଇଭରକୁ ଛାଡି ୨ ଜଣ ଯାଇପାରିବେ । ବାଇକ ପଛରେ ଜଣେ ଆରୋହୀଙ୍କୁ ଅନୁମତି ମିଳିଲା ।

ରେଡ୍ ଜୋନରୁ ହଟିବନି କୌଣସି କକଣା

ଦେଶରେ ୧୨୯ ଜିଲ୍ଲା ରେଡ଼୍ ଜୋନ୍ ମଧ୍ୟରେ ଅଛି । ଅନେକ ଅଞ୍ଚଳ ହଟସ୍ପଟରେ ଅଛି । ଦିଲ୍ଲୀ ରେଡ଼ ଜୋନରେ ଥିବା ବେଳେ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ଅହମ୍ମଦାବାଦ ଆଦି ମେଟ୍ରୋ ସିଟି ମଧ୍ୟ ରେଡ୍ ଜୋନରେ ରହିଛି ।

ସାରା ଦେଶରେ ‘ଲକ୍‌ଡାଉନ୍‌’ ୩ ମେ’ ପର୍ଯ୍ୟନ୍ତ ବଢ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି, ଲକଡାଉନ୍ ନିୟମକୁ କୋହଳ କଲେ ରାଜ୍ୟ ସରକାର, ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ, କରୋନା ଭାଇରସ୍ ମୁକାବିଲା - ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Agriculture, 2nd Lockdown Odisha, Odisha, Bhubaneswar

ଓଡ଼ିଶା ରେ କେଉଁ କେଉଁ ଜିଲ୍ଲା ବନ୍ଦ ରହିବ କେଉଁ ଜିଲ୍ଲା ରହିବ ଖୋଲା ?

ରାଜ୍ୟରେ ୩ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଏଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେହିପରି ୬ ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,କଳାହାଣ୍ଡି ଓ ଢେଙ୍କାନାଳ ଅରେଞ୍ଜ ଜୋନରେ ରହିଛନ୍ତି । ଅନ୍ୟ ୨୧ ଜିଲ୍ଲା ଗ୍ରୀନ ଜୋନ ଅନ୍ତର୍ଭୁକ୍ତ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *