କେନ୍ଦ୍ର ସରକାର ‘ଅନଲକ୍-୨.୦’ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସୋମବାର ରାତିରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଶିକ୍ଷାନୁଷ୍ଠାନ, ମେଟ୍ରୋ ରେଳ ସେବା, ସିନେମା ଏବଂ ଜିମ୍ ବନ୍ଦ ରହିବ । ସୂଚନା ଅନୁସାରେ ବର୍ତ୍ତମାନ ସୀମିତ ଫର୍ମରେ ଘରୋଇ ଓ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ (ବନ୍ଦେ ଭାରତ ମିଶନ ଅଧୀନରେ) ଚଳାଚଳ ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ ହେବ । ଗୃହ ମନ୍ତ୍ରାଳୟ କହିଛି ଯେ ନୂତନ ନିର୍ଦ୍ଦେଶାବଳୀ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ ।
କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନରୁ କୋହଳ କରିବା ପାଇଁ ପୂର୍ବରୁ ‘ଅନଲକ୍ -୧.୦’ ରେ କିଛି କୋହଳ ଦିଆଯାଇଥିଲା ଏବଂ ବର୍ତ୍ତମାନ ସରକାର ‘ଅନଲକ୍-୨.୦’ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ‘ଅନଲକ୍-୨.୦’ ଅଧୀନରେ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛି ଯାହା ୩୦ ଜୁନ୍ ରେ ‘ଅନଲକ୍ -୧.୦’ ସମାପ୍ତ ହେବା ପରେ ଜୁଲାଇ ୧ ରୁ କାର୍ଯ୍ୟକାରୀ ହୋଇଛି । ସୋମବାର ରାତିରେ ନିର୍ଦ୍ଦେଶାବଳୀ ଘୋଷଣା କରିଛି ଏହା ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।

‘ଅନଲକ୍-୨.୦’ ରେ କଣ କଣ ବନ୍ଦ ରହିବ ଆଉ କଣ କଣ ଖୋଲା ରହିବ:
ସ୍କୁଲ୍,କଲେଜ୍ ଓ କୋଚିଂ ସଂସ୍ଥା ଆଦି ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ।
କୌଣସି ବାହାଘରରେ ୫୦ ରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ ।
ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ।
ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା ହେବ ।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ତମାଖୁ ଓ ଗୁଟ୍କା-ପାନ ସେବନ ନିଷେଧ ।
କର୍ମଚାରୀମାନଙ୍କୁ ଯଥାସମ୍ଭବ ଘରୁ କାମ କରିବାକୁ ଅନୁମତି ଦିଆଯିବା ଉଚିତ ।
ଆବଶ୍ୟକ କାର୍ଯ୍ୟକଳାପକୁ ଦେଖି ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।
ମେଟ୍ରୋ ରେଳ, ସିନେମା, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର୍, ଅଡିଟୋରିୟମ୍, ଆସେମ୍ବଲି ହଲ୍ ଏବଂ ଅନ୍ୟାନ୍ୟ ସ୍ଥାନ ମଧ୍ୟ ବନ୍ଦ ରହିବ ।
ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଦାନ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ମଞ୍ଜୁରୀ ମିଳିବ ନାହିଁ ।
କଣ୍ଟେନମେଣ୍ଟ ଜୋନ୍ ଭିତରେ କେବଳ ଆବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ।

ରାତ୍ରୀକାଳୀନ କର୍ଫ୍ୟୁ ରେ ଶିଳ୍ପ ୟୁନିଟରେ ବିଭିନ୍ନ ଶିଫ୍ଟରେ କାର୍ଯ୍ୟ କରୁଥିବା, ଜାତୀୟ ତଥା ରାଜ୍ୟ ରାଜପଥରେ ଲୋକ ତଥା ସାମଗ୍ରୀର ଗତିବିଧି, ଅନଲୋଡିଂ, ଲୋଡିଂ, ବସ୍, ଟ୍ରେନ୍ ଏବଂ ବିମାନ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ରାତି କର୍ଫ୍ୟୁକୁ ବାଦ ଦିଆଯାଇଛି ।
ଦୋକାନ ରେ ୫ ଜଣରୁ ଅଧିକ ଲୋକ ରହିପାରିବେ । କିନ୍ତୁ ସେମାନଙ୍କୁ ସାମାଜିକ ଦୂରତା ରଖିବାକୁ ପଡିବ ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତାଲିମ ପ୍ରତିଷ୍ଠାନଗୁଡିକ ୧୫ ଜୁଲାଇରୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ । ଏହି ବିଷୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ତାଲିମ ମନ୍ତ୍ରାଳୟ ଏକ ମାନକ ସଂଚାଳକ ପଦ୍ଧତି ଜାରି କରିବ ।
ବ୍ୟକ୍ତିବିଶେଷ କିମ୍ବା ଦ୍ରବ୍ୟର ଆନ୍ତଃରାଜ୍ୟ ଗତିବିଧିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକ ଏବଂ ସାମଗ୍ରୀର ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଥିପାଇଁ କୌଣସି ପୃଥକ ଅନୁମତି କିମ୍ବା ପାସ୍ ଆବଶ୍ୟକ ହେବ ନାହିଁ ।
୬୫ ବର୍ଷରୁ ଅଧିକ ଲୋକ, କୌଣସି ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ପିଲାମାନେ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଆରୋଗ୍ୟ ସେତୁ ଆପ ବ୍ୟବହାରକୁ ବଢାଯାଉଛି ।
ଯାତ୍ରୀ ଏବଂ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଗତିବିଧି, ଦେଶ ବାହାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ଗତିବିଧି, ନିର୍ଦ୍ଦିଷ୍ଟ ଲୋକଙ୍କ ବିଦେଶୀ ଯାତ୍ରା, ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର, ସାମୁଦ୍ରିକ ଉଦ୍ଦେଶ୍ୟ କାର୍ଯ୍ୟ ଏସଓପି ଅନୁଯାୟୀ ଜାରି ରହିବ ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।