ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ ।

ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ, Unlock 3.0 will effective from 01st August 2020 know the guidelines, Unlock 3.0 Guideline, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0, Unlock 3.0, Unlock 3.0 Guideline Odisha

ଅନଲକ୍-୩ରେ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ଯୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଯାତାୟତ ବନ୍ଦ ରହିବ । କିନ୍ତୁ ରାତ୍ରିକାଳୀନ କର୍ଫ୍ଯୁରେ ଅତ୍ୟାବଶକ ସେବା ଚାଲୁ ରହିବ ଓ ଅତ୍ୟାବଶକ ସେବାରେ ନିୟୋଜିତ କର୍ମଚାରୀ ଯାତାୟତ କରିପାରିବେ ।

କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ?

କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ ସମ୍ପୂର୍ଣ ଲାଗୂରହିବ । କଣ୍ଟେନମେଣ୍ଟ ଜୋନ୍ ରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ପୂର୍ବ ପରି ସମ୍ପୂର୍ଣ କଟକଣା ଜାରି ରହିବ । ଅବାଧ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅନୁମତି ନାହିଁ ।

୩୧ ଅଗଷ୍ଟ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ । ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ହେଲେ ପରୀକ୍ଷାକୁ ଅନୁମତି ମିଳିଛି । ସିନେମା ହଲ, ସୁଇମିଙ୍ଗ ପୁଲ, ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ମନୋରଞ୍ଜନ ପାର୍କ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ପୂର୍ବ ପରି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ଅନ୍ୟ ବଡ କାର୍ଯ୍ୟକ୍ରମକୁ ପର୍ବଭଳି ବନ୍ଦ କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାଇ ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେଲୁନ ଓ ସ୍ପା ଆଦି ସୁରକ୍ଷାକୁ ମାନି କାର୍ଯ୍ୟ ଜାରି ରଖିପାରିବେ ।

ବାହାର ରାଜ୍ୟରୁ ୩ ଦିନ ପାଇଁ ଆସିଲେ କ୍ଵାରେଣ୍ଟାଇନ୍‌ ନାହିଁ:

ରାଜ୍ୟ ବାହାରୁ ଯଦି କେହି ୩ ଦିନ ପାଇଁ ଆସିବେ କ୍ଵାରେଣ୍ଟାଇନ୍‌ ରେ ରହିବାକୁ ପଡ଼ିବନି । ୩ ଦିନରୁ ଅଧିକ ଦିନ ପାଇଁ ଆସିଲେ କ୍ଵାରେଣ୍ଟାଇନ୍‌ ରେ ରହିବାକୁ ପଡିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଶନିବାର ସରକାରୀ ଅଫିସ୍ ବନ୍ଦ:

ନୂଆ କଟକଣା ଅନୁସାରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ଗୃପ୍-ଏ କର୍ମଚାରୀଙ୍କୁ ମିଶାଇ ମାତ୍ର ୫୦ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚଳାଇବାକୁ ନିର୍ଦେଶନାମା ଜାରି ହୋଇଛି । କରୋନା ମହାମାରୀର ଗୋଷ୍ଟି ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏହା ସହିତ ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ।

ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ, Unlock 3.0 will effective from 01st August 2020 know the guidelines, Unlock 3.0 Guideline, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0, Unlock 3.0

୪ ଜିଲ୍ଲାରେ ସଟଡାଉନ୍

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ପୌରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ୍ ରହିବ । ଅଗଷ୍ଟ ୧ ଓ ୨ ସଟଡାଉନ୍ ରେ ସାମାନ୍ୟ କୋହଳ କରାଯିବ । ଅର୍ଥାତ ଅଗଷ୍ଟ ୧ ଓ ୨ ରେ ଦିନ ୧ଟାରୁ ରାତି ୯ଟା ଯାଏ ସଟଡାଉନ୍ ଜାରି ହେବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ପୌରାଞ୍ଚଳରେ ଏହି ଦୁଇ ଦିନ ମାଧ୍ୟାନ୍ନ ୧ଟା ଯାଏ ଖୋଲା ରହିବ । ତାପରେ ସମ୍ପୂର୍ଣ୍ଣ ସଟଡାଉନ୍ ଜାରି ହେବ । ପରବର୍ତୀ ଶନିବାର ଓ ରବିବାର ଠାରୁ ସମ୍ପୂର୍ଣ ସଟଡାଉନ୍ ଲାଗୁ ହେବ ।

ସଟଡାଉନ୍ ରେ ପୂର୍ବରୁ ଯେମିତି କଟକଣା ଲାଗୁ କରାଯାଉଥିଲା ସେହିପରି କଟକଣା ଲାଗୁ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଅତ୍ୟାବଶକ ସେବାରେ ନିୟୋଜିତ କର୍ମଚାରୀ ପୂର୍ବଭଳି ଯାଆସ କରିପାରିବେ ।

ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ, Unlock 3.0 will effective from 01st August 2020 know the guidelines, Unlock 3.0 Guideline, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

କଟକଣା ନମାନିଲେ ଫାଇନ ଦେବାକୁ ପଡିବ

ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ୍ ନିୟମକୁ କୋଠାର କରିଛନ୍ତି । ମାସ୍କ ନପିନ୍ଧିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ । ପ୍ରଥମ ୨ଥର ମାସ୍କ ନପିନ୍ଧି ଧରା ପଡିଲେ ହଜାରେ ଟଙ୍କା ଲେଖାଏଁ ଜରିମାନା ଏବଂ ପରବର୍ତୀ ଅବସ୍ଥାରେ ଧରା ପଡିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ଗାଇଡଲାଇନ

ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି । ବର ଓ କନ୍ୟା ପକ୍ଷର ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିପାରିବେନି ବୋଲି ଏସଆରସି ସୂଚନା ଦେଇଛନ୍ତି । ବାହାଘର ଗାଇଡଲାଇନ ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ବାହାଘର ହେଉଥିବା ମଣ୍ଡପକୁ ସିଲ୍ କରାଯିବ । ପରବର୍ତୀ ପର୍ଯାୟରେ ୧୦ ହଜାର ଟଙ୍କା ରୁ ଅଧିକ ବଢିବ ।

ସେହିପରି ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବାହାଘର ଓ ଶୁଦ୍ଧିକ୍ରିୟା ରେ ଗାଇଡଲାଇନ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାମ୍ବାଦିକ ସମିଳନୀରେ ଏସଆରସି ସୂଚନା ଦେଇଛନ୍ତି ।

ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ, Unlock 3.0 will effective from 01st August 2020 know the guidelines, Unlock 3.0 Guideline, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ଦୋକାନୀ ସାମାଜିକ ଦୂରତ୍ୱ ନିୟମ ନ ମାନିଲେ କଣ ହେବ ?

ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବା ଦୋକାନ ସିଲ୍ କରାଯିବ । ପ୍ରଥମ ଥର ନିୟମ ଭାଙ୍ଗିଲେ ଜରିମାନା ଏବଂ ୧ ସପ୍ତାହ ସିଲ୍ କରାଯିବ । ୨ୟ ଥର ନିୟମ ଭାଙ୍ଗିଲେ ଦୋକାନ ମାସେ ସିଲ୍ କରାଯିବ ଓ ଜରିମାନା ମଧ୍ୟ ଦେବାକୁ ପଡିବ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *