ଆପଣ ଏହି କଥା ତ ଶୁଣିଥିବେ କି କୌଣସି ସଫଳ ପୁରୁଷ ପଛରେ ଏକ ନାରୀର ହାତ ରହିଥାଏ। ଯଦିଓ,କେତେ ଥର ଏହି ପ୍ରକାରର ମାମଲା ବି ଆଗକୁ ଆସିଛି,ଯେତେବେଳେ ଏକ ପୁରୁଷର ସାହାଯ୍ୟରେ ମହିଳା ସଫଳତାର ଉଚ୍ଚ ପାହାଚକୁ ଛୁଇଁଛନ୍ତି। ଏପରି କିଛି ମେରଟରେ ରହୁଥିବା କାଜଲ ଜାୱଲାଙ୍କ ସହ ହୋଇଛି, କାଜଲ ଏବେ ଆଇପିଏସ୍ ଅଫିସର ହୋଇସାରିଲେଣି ଏବଂ ଏହି ଅଦ୍ଭୁତ କାରନାମା ସେ ପଞ୍ଚମ ପ୍ରାୟସରେ କରିକି ଦେଖାଇଛନ୍ତି।

ଆଇଏଏସ କାଜଲ ଜାୱଲାଙ୍କର ସଫଳତାର କାହାଣୀ:-
କାଜଲ ଜାୱଲା ୟୁପିଏସି ପରୀକ୍ଷା ୨୦୧୮ରେ ୨୮ତମ ସ୍ତର ହାସିଲ କରିଛନ୍ତି। କାଜଲ ପିଲାବେଳୁ ତ ଆଇଏଏସ ହେବାକୁ ଚାହୁଁଥିଲେ,କିନ୍ତୁ ଏ ପର୍ଯ୍ୟନ୍ତ ପହଁଞ୍ଚିବାର ରାସ୍ତା ତାଙ୍କ ପାଇଁ ସହଜ ନଥିଲା। ଏହି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କାଜଲଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା ।କାଜଲଙ୍କୁ ବାରମ୍ବାର ଅସଫଳତା ମିଳୁଥିଲା ଏବଂ ଏହା ମଧ୍ୟରେ ତାଙ୍କ ବିବାହ କରାଇଦିଆଗଲା।
ବାସ୍ତଵରେ ଝିଅମାନଙ୍କ ସହ ଦେଖାଯାଇଥାଏ କି ବିବାହ ପରେ ସେ ଘରର କାମ ଏବଂ ଦାୟିତ୍ୱରେ ବାନ୍ଧି ହୋଇଯାଆନ୍ତି ଏବଂ ଏହା ସହିତ ତାଙ୍କର ସ୍ୱପ୍ନ ବି ମରିଯାଇଥାଏ କିନ୍ତୁ କାଜଲଙ୍କର ବିବାହ ତାଙ୍କ ପାଇଁ ଏକ ମୋଡ଼ ବୋଲି ପ୍ରମାଣିତ ହେଲା। ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତର ମଝିରେ କାଜଲଙ୍କର ବିବାହ ହେଲା ଏବଂ ପୁଣି ଏହା ପରେ ମାନନ୍ତୁ କି ତାଙ୍କ ଭାଗ୍ୟ ପୂରାପୁରି ବଦଳିଗଲା।
ମିରଟର ବାସିନ୍ଦା ଅଟନ୍ତି କାଜଲ ଜାୱଲା:-
ମିଡିଆ ସହ କଥାବାର୍ତ୍ତା ମଧ୍ୟରେ କାଜଲ କହିଲେ କି ଲୋକମାନଙ୍କୁ ଏହା ଲାଗେ କି ବିବାହ ପରେ ମହିଳାମାନଙ୍କର ଅସୁବିଧା ବଢ଼ିଯାଏ ଓ ସେ ପୂରା ଜୀବନ ଘର କାମରେ ବିତାଇଦିଅନ୍ତି। ସେ ଚାକିରୀ ଓ ପାଠପଢା ଏକା ସହିତ କରିପାରନ୍ତି ନାହିଁ କିନ୍ତୁ ମୋ ସହିତ ଏମିତି କିଛି ହୋଇନାହିଁ। କାଜଲ ଜାୱଲା ଉତ୍ତରପ୍ରଦେଶର ମେରଟର ବାସିନ୍ଦା ଅଟନ୍ତି। କାଜଲ ଜାୱଲା ମଥୁରାରୁ ଇଲେକଟ୍ରୋନିକ କମ୍ୟୁନିକେସନରେ ବର୍ଷ ୨୦୧୦ରେ ବିଟେକ କରିଥିଲେ।

ପାଠପଢା ପୂରା ହେବା ପରେ କାଜଲ ଗୁଡ଼ଗାଁଓ ସ୍ଥିତ ଉଇପ୍ରୋ କମ୍ପାନୀରେ ଚାକିରୀ ଆରମ୍ଭ କରିଥିଲେ। ଏଠାରେ ସେ ବର୍ଷକୁ ୨୩ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରୀ କରୁଥିଲେ। ୯ ବର୍ଷ ଚାକିରୀ କରିବା ପରେ ୟୁପିଏସସି ପରୀକ୍ଷା ପାଇଁ ସମୟ ବାହାର କରି ପ୍ରସ୍ତୁତି ଆରମ୍ଭ କରିଥିଲେ। ବର୍ଷ ୨୦୧୨ରେ କାଜଲ ପ୍ରଥମ ଥର ୟୁପିଏସସିର ପରୀକ୍ଷା ଦେଇଥିଲେ। ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ କାଜଲ ତିନି ଥର ୟୁପିଏସସିର ପରୀକ୍ଷା ବସିଛନ୍ତି ଓ ତିନିଥର ନିରାଶ ହୋଇଛନ୍ତି। କାଜଲ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ପାର କରିପାରିନଥିଲେ।
ବର୍ଷ ୨୦୧୬ରେ କାଜଲ ଆଶିଷ ମଲ୍ଲିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ଲଗାତାର ମିଳୁଥିବା ଅସଫଳତା ଓ ଏହା ଉପରେ ବିବାହ ହୋଇଯିବା ପରେ କାଜଲଙ୍କୁ ଲାଗିଲା କି ସେ କେବେ ବି ନିଜ ସ୍ବପ୍ନକୁ ପୂରା କରିପାରିବେ ନାହିଁ କିନ୍ତୁ ସ୍ୱାମୀଙ୍କ ସାହାଯ୍ୟକାରୀ ଚରିତ୍ର ତାଙ୍କ ରାସ୍ତା ସହଜ କରିଦେଲା। କାଜଲଙ୍କ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ବହୁତ ସମର୍ଥନ କରିଛନ୍ତି। କାଜଲ କହିଲେ କି,”ସେ ସମୟରେ ସେ ଚାକିରୀ ସହିତ ପାଠପଢା କରୁଥିଲେ। ସ୍ୱାମୀ ମଧ୍ୟ ଚାକିରୀ କରୁଥିଲେ, କିନ୍ତୁ ସନ୍ଧ୍ୟାରେ ସେ ମୋ ଠୁ ଆଗରୁ ଘରକୁ ଆସୁଥିଲେ।ଯେବେ ମୁଁ ଅଫିସରୁ ଆସେ ତେବେ ମତେ ଖାଦ୍ୟ ତିଆରି ହୋଇଥିବାର ମିଳିଥାଏ। ସେହିଠାରେ,ସକାଳ-ସନ୍ଧ୍ୟାରେ ମତେ ପଢିବାକୁ ହେଉଥିଲା”।

ସ୍ୱାମୀ ଘରର କାମ କରିବାକୁ ଦେଲେ ନାହିଁ:-
ସେହିପରି,ଆଇଏଏସ କାଜଲ ଜାୱଲାଙ୍କ ସ୍ୱାମୀ ଆଶିଷ ମଲ୍ଲିକଙ୍କ ଅନୁସାରେ, ସେ ବିବାହ ପରେ ହିଁ କାଜଲଙ୍କୁ କହିଦେଇଥିଲେ କି ତାଙ୍କୁ କେବଳ ପଢ଼ିବାର ଅଛି ଓ ନିଜ ଚାକିରୀ ପ୍ରତି ଧ୍ୟାନ ଦେବାର ଅଛି । ଆଶିଷ କହିଛନ୍ତି କି ସେ ଏହି ଦୁଇଟି କାମ କରିପାରି ନଥାନ୍ତେ ଏହିପରି ସେ ରୋଷେଇର ଦାୟିତ୍ୱଭାର ନେଇଥିଲେ। ସେ ଘରକୁ ସଫା ମଧ୍ୟ କରୁଥିଲେ। ଶେଷରେ, ସ୍ୱାମୀଙ୍କ ଠାରୁ ମିଳିଥିବା ଏତେ ସମର୍ଥନ ପରେ କାଜଲ ଜାୱଲା ନିଜ ପଞ୍ଚମ ପ୍ରୟାସରେ ସଫଳ ହେଲେ ଓ ଆଇଏଏସ ହେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।