ରୋମାଞ୍ଚଭରା ମ୍ୟାଚରେ ଶେଷ ଓଭରରେ ଜିତି ସୁପର ୪ ରେ ପ୍ରବେଶ କଲା ଶ୍ରୀଲଙ୍କା! ଏସିଆ କପରୁ ବାଦ ପଡିଲା ବାଂଲାଦେଶ

ବ୍ୟୁରୋ ରିପୋର୍ଟ: ଦାସୁନ ଶନକାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଟିମ ଏସିଆ କପ ୨୦୨୨ର ସୁପର ୪ ରେ ପ୍ରବେଶ କରିଛି। ଗୋଟେ ମ୍ୟାଚରେ ଶ୍ରୀଲଙ୍କା ଟିମ ବଙ୍ଗଳାଦେଶକୁ ୨ ୱିକେଟରେ ହରାଇ ସୁପର ୪ ରେ ଜାଗା ପାଇଛି। ସେହି ମ୍ୟାଚରେ ବଙ୍ଗଳାଦେଶ ୭ ୱିକେଟ ହରାଇ ୧୮୩ ରନ କରିଥିଲା।

Google

ମେହଦି ହସନ ମିରାଜ ୩୮ ଓ ଅଫିମ ହୁସେନ ୩୯ ରନ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୯.୨ ଓଭରରେ ୮ ୱିକେଟ ହରାଇ ୧୮୪ ରନ କରିନେଇଥିଲା। କୁସଲ ମେଣ୍ଡିସ ଅର୍ଦ୍ଧଶତକ ଲଗାଇଥିଲେ। ଏସିଆ କପ ଶ୍ରୀଲଙ୍କା ୫ ଥର ଜିତିଛି।

ଲକ୍ଷ୍ୟର ପିଛା କରିବାକୁ ଯାଇ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ଭଦୁଇ ଓପନର ୫ ଓଭରରେ ୪୪ ରନ କରିଥିଲେ। ଡେଭ୍ୟୁ କରୁଥିବା ବୋଲର ଇବାଦତ ହୁସେନ ପ୍ରଥମ ଓଭରରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କାକୁ ବଡ଼ ଝଟକା ଦେଲେ। ସେ ନିଂସଙ୍କା ଓ ଅସଲଂଙ୍କାକୁ ଆଇଟ କରିଦେଇଥିଲେ। ସ୍କୋର ୬ ଓଭରରେ ଦୁଇଟି ୱିକେଟରେ ୪୮ ରନ ଥିଲା।

Google

୧୦ ଓଭରରେ ୪ ୱିକେଟ ହରାଇଲେ:

ଏହା ପରେ ୮ ମ ଓଭରରେ ଇବାଦତ ଦାସୁନ ଗୁଣତିଲକାଙ୍କୁ ଆଉଟ କଲେ ଓ ଭାନୁକା ରାଜପକ୍ଷେ ତସ୍କିନ ଅହମ୍ମଦଙ୍କ ଶିକାର ହେଲେ।ଟିମର ସ୍କୋର ୧୦ ଓଭରରେ ୮୦ ରନରେ ୪ ୱିକେଟ ଥିଲା। ଏହା ମଧ୍ୟରେ କୁସଲ ମେଣ୍ଡିସ ୩୨ ବଲରେ ଅର୍ଦ୍ଧଶତକ ପୁରା କରିଥିଲେ। ଏହା ପରେ ମେଣ୍ଡିସ ୬୦ ରନ କରି ଆଉଟ ହୋଇଗଲେ। ଟିମର ସ୍କୋର ୧୫ ଓଭରରେ ୫ ୱିକେଟରେ ୧୩୭ ରନ ଥିଲା। ଜିତିବା ପାଇଁ ୩୦ ବଲରର ୪୭ ରନର ଆବଶ୍ୟକତା ଥିଲା।

ତସ୍କିନ ଦେଲେ ବଡ଼ ଝଟକା:

୧୬ ତମ ଓଭରରେ ତସ୍କିନ ୪ ରନ ଦେଇ ହସାରଂଙ୍ଗାଙ୍କୁ ଆଉଟ କରିଥିଲେ। ୧୭ ତମ ଓଭରରେ ମୁସ୍ତାଫିଜୁର ରେ ହମାନ ୯ ରନ ଦେଇଥିଲେ। ୧୮ ତମ ଓଭରରେ ମେହଦି ହସନ ଚୌକା ଦେବା ପରେ ମଧ୍ୟ ସନାକାଙ୍କୁ ଆଉଟ କରିଥିଲେ। ଏବେ ୧୨ ବଲରେ ୨୫ ରନର ଆବଶ୍ୟକତା ଥିଲା।

Google

୧୯ ତମ ଓଭର ଇବାଦତ ପକାଇଥିଲେ ଓ ୧୬ ରନ ଦେଇ ଗୋଟେ ୱିକେଟ ଅକ୍ତିଆର କରିଥିଲେ। ଶେଷ ଓଭରରେ ୮ ରନର ଆବଶ୍ୟକତା ଥିଲା ଓ ଦୁଇଟି ୱିକେଟ ହାତରେ ଥିଲା। ଶେଷ ଓଭର ମେହଦି ହସନ ପକାଇଥିଲେ ପ୍ରଥମ ବଲରେ ତୀକ୍ଷଣା ଏକ ରନ ନେଇଥିଲେ।

ଦ୍ୱିତୀୟ ବଲରେ ଆସିତା ଫନାଣ୍ଡା ଚୌକା ଲଗାଇଥିଲେ ଓ ତୃତୀୟ ବଲରେ ଦୁଇ ରନ ଦେଇଥିଲେ ଯାହା ନୋ ବଲ ଥିଲା। ଏହି ପରି ମ୍ୟାଚକୁ ଶ୍ରୀଲଙ୍କା ୨ ୱିକେଟରେ ଜିତିଲା। ଏହା ପୂର୍ଵ ଶ୍ରୀଲଙ୍କା ଅଫିଫ ହୁସେନ,ମେହଦି ହସନ ମିରାଜ,ମହମ୍ମଦୁହଲ୍ଲା  ଓ ମୋସାଡେଖ ହୁସେନଙ୍କ ସୁନ୍ଦର ପାରି ଦ୍ଵାରା ୧୮୩ ରନ କରିଥିଲା।

Google

ଶ୍ରୀଲଙ୍କା ପାଇଁ ହସରଂଙ୍ଗା ଓ କରୁଣାରତନେ ୨-୨ ୱିକେଟ ନେଇଥିଲେ।ଫନାଣ୍ଡା ,ତୀକ୍ଷଣା ଓ ମଧୁସନକା ୧-୧ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

Leave a Reply

Your email address will not be published. Required fields are marked *