ଚାନ୍ଦା ଯୋଡ଼ା ଯାଇଥିବା ୨୨ କୋଟି ଟଙ୍କାର ୧୫୦୦୦ ବ୍ୟାଙ୍କର ଚେକ ବାଉନ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।

ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଚାନ୍ଦାର ପାଖାପାଖି ୨୨ କୋଟି ଟଙ୍କାର ୧୫୦୦୦ ବ୍ୟାଙ୍କ ଚେକ ବାଉନ୍ସ ହୋଇଯାଇଛି। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ତରଫରୁ ତିଆରି କରାଯାଇଥିବା ନ୍ୟାସ,”ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର”ର ଏକ ଅଡିଟ ରିପୋର୍ଟରେ ଏହି କଥା କୁହାଯାଇଛି। ରିପୋର୍ଟରେ ଉପସ୍ଥିତ ଅଛି ଯେ ବ୍ୟାଙ୍କ ଖାତାରେ କମ ପଇସା ବା କୌଣସି ଟେକ୍ନିକରେ ଅସୁବିଧା କାରଣରୁ ୧୫୦୦୦ ଚେକ ବାଉନ୍ସ ହୋଇଯାଇଛି।

Google
ଟେକ୍ନିକକୁ ଠିକ କରିବା ପାଇଁ ଲାଗିଛି ବ୍ୟାଙ୍କ:

ନ୍ୟାସର ସଦସ୍ୟ ଡାକ୍ତର ଅନୀଲ ମିଶ୍ରା କହିଛନ୍ତି ଟେକ୍ନିକ ଖରାପ ସମାଧାନ ଉପରେ ବ୍ୟାଙ୍କ କାମ କରୁଛି। ଓ ଲୋକଙ୍କୁ ପୁଣି ଦାନ କରିବାକୁ କହୁଛନ୍ତି। ଏହି ଚେକରୁ ପାଖାପାଖି ୨୦୦୦ ଚେକ ଅଯୋଧ୍ୟାରୁ ସଂଗ୍ରହ କରାଯାଇଛି ବୋଲି ଜଣା ଯାଇଛି। ବିଶ୍ୱ ହିନ୍ଦୁ ପରିସ୍ଥିତି ୧୫ ଜାନୁଆରୀରୁ ୧୭ ଫେବୃୟୀରୀ ପର୍ଯ୍ୟନ୍ତ ଚାନ୍ଦା ସଂଗ୍ରହ କରିବା ପାଇଁ ରାଷ୍ଟ୍ରବ୍ୟାପି ଅଭିଯାନ କରିଥିଲେ। ଏହି ଅଭିଯାନ କରାଯାଇ ଏହି ଚେକ ସଂଗ୍ରହ କରାଯାଇଥିଲା ବୋଲି ଜଣା ଯାଇଛି।

Google
ପାଖାପାଖି ୫୦୦୦ କୋଟି ଏକାଠି କରାଯାଇଛି:

ଆପଣଙ୍କୁ କହିରଖିବୁ ଏହି ଅଭିଯାନରେ ମୋଟ ୫୦୦୦ କୋଟି ଯୋଗାଡ଼ କରାଯାଇଥିଲା। କିନ୍ତୁ ନ୍ୟାସ ଏପର୍ଯ୍ୟନ୍ତ ସମୁଦାୟ ସଂଗ୍ରହ ପଇସାର ଶେଷ ରାୟ ଦେଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *