ଆଇପିଏଲର ପୂର୍ବ ସଂସ୍କରଣକୁ ଛାଡିଦେଲେ ସିଏସକେ ଟିମ ବାକି ସବୁ ସଂସ୍କରଣରେ ଭଲ ଖେଳ ଦେଖେଇଆସୁଛି। ଓ ଏଥର ମଧ୍ୟ ନିଜର ମଝବୁତ ଟିମକୁ ନେଇ ସିଏସକେ ଓହ୍ଲାଇବ। କୋରନା ଭାଇରସ କାରଣରୁ ଆଇପିଏଲ ୨୦୨୦ରେ ସିଏସକେର ପ୍ରଦର୍ଶନ ବହୁତ ଖରାପ ରହିଲା।ଆଇପିଏଲ ଇତିହାସରେ ଏହା ପ୍ରଥମଥର ଥିଲା ଯେବେ ସିଏସକେ ଟିମ ପ୍ଲେଅଫରେ ପହଁଚିନଥିଲା। ଏହା ପୂର୍ବରୁ ୧୧ ରୁ ୧୧ ଥର ସିଏସକେ ଦ୍ୱିତୀୟ ରାଉଣ୍ଡରେ ପହଁଚିଛି। ଆଇପିଏଲ ୨୦୨୧ ଧୋନିଙ୍କ ପାଇଁ ଶେଷ ଆଇପିଏଲ ହୋଇଥାଇପାରେ।

ଭାରତୀୟ କ୍ରିକେଟର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୂର୍ଵ ବର୍ଷ ୧୫ ଅଗଷ୍ଟକୁ କ୍ରିକେଟରୁ ସନ୍ୟାସ ନେଇଥିଲେ।ଏହା ପରେ ସେ ଆଇପିଏଲ ଖେଳିଥିଲେ। ଆଇପିଏଲ ୨୦୨୦ରେ ଚେନ୍ନାଇର ଗ୍ରସ୍ତ ଶେଷ ହୋଇଯିବା ପରେ ଧୋନି ସଫା ସଫା କହିଥିଲେକି ସେ ଆଇପିଏଲ ୨୦୨୧ରେ ଖେଳିବେ। କିନ୍ତୁ ଆଇପିଏଲ ୧୪ ପରେ ୩୯ ବର୍ଷୀୟ ଧୋନି ଆଉ ଆଇପିଏଲ ଖେଳିବେ କି ନାହିଁ ଏହା ଉପରେ ଏବେବି ଅନେକ ପ୍ରଶ୍ନ। ବର୍ତ୍ତମାନ ଆଇପିଏଲ ୨୦୨୧ ନିଲାମୀରେ ଚେନ୍ନାଇ ଦୁଇଟି ଖେଳାଳିଙ୍କୁ ବଡ଼ ରାଶି ଦେଇ କିଣିଛି ଓ ୪ ଜଣ ଖେଳାଳିଙ୍କୁ କ୍ରୟ କରିଛି। ଏଥିରେ ଚେତେଶ୍ୱର ପୂଜାରା ମଧ୍ୟ ଅଛନ୍ତି। ଏଥର ଧୋନିଙ୍କ ପାଖରେ ଭଲ ବିକଳ୍ପ ଅଛି।ଆସନ୍ତୁ ଜାଣିବା ଚେନ୍ନାଇର ମଝବୁତ ଚୂଡାନ୍ତ ଏକାଦଶ କଣ ହେବ।
ଫାଫ ଡୁପ୍ଲେସି ,ରବିନ ଉଥାପା: ପୂର୍ବ ସଂସ୍କରଣରେ ଧୋନି ଋତୁରାଜ ଗାୟକବାଡ଼ଙ୍କୁ ଓପନିଙ୍ଗ କରାଇଥିଲେ। ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ ଲଗାତର ତିନୋଟି ଅର୍ଦ୍ଧଶତକ ମାରିଥିଲା। ୬ ଟି ମ୍ୟାଚରେ ୨୦୪ ରନ କରିଥିଲା।କିନ୍ତୁ ତାଙ୍କ ଷ୍ଟାଇକ ରେଟ ୧୨୦.୭୧ ଥିଲା।ଏଥିପାଇଁ ସେ ନିଜ ସ୍ପୋଟ ବଞ୍ଚାଇପାରିଲେନି। ଡୁପ୍ଲେସି ନିଜ ସ୍ପୋଟ ବଞ୍ଚାଇ ରହିବେ। ଚେନ୍ନାଇ ଅନୁଭବୀ ରବିନ ଉଥାପାଙ୍କୁ ରାଜସ୍ଥାନ ରୟାଲ୍ସ ଠୁ କିଣିଛି। ଏଥର ଧୋନିଙ୍କ ପାଖରେ ଆଉ କିଛି ପ୍ଲାନ ଅଛି। ଲାଗୁଛି କି ଋତୁରାଜ ଗାୟକବାଡ଼ଙ୍କୁ ଅପେକ୍ଷା କରିବାକୁ ପଡିପାରେ।

ସୁରେଶ ରାଇନା, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନି: ଆଇପିଏଲ ୨୦୨୧ରେ ଆମେ ସୁରେଶ ରାଇନାଙ୍କୁ ଖେଳୁଥିବା ଦେଖିବା। ସେ ଲଗାତର ତିନି ନମ୍ବରରେ ବ୍ୟାଟିଙ୍ଗ କରନ୍ତି। ପୂର୍ଵ ବର୍ଷ ସେ ଖେଳିନଥିବାରୁ ଚେନ୍ନାଇର ବ୍ୟାଟିଙ୍ଗ ଖରାପ ହେବାର ଏହା ଏକ ବଡ଼ କାରଣ। ଏହା ପରେ ଅମ୍ବାତି ରାଇଡୁଙ୍କ ଠୁ ଭଲ ପ୍ରଦର୍ଶନର ଆଶା ରହିବ। ଧୋନି ୫ ନମ୍ବରରେ ଓହ୍ଲାଇବେ। ପୂଜାରାଙ୍କୁ ଅପେକ୍ଷା କରିବାକୁ ପଡିପାରେ। ପୂଜାରା ୨୦୧୪ ରୁ କୌଣସି ଆଇପିଏଲ ମ୍ୟାଚରେ ଅଂଶ ଗ୍ରହଣ କରିନାହାଁନ୍ତି।
ସାମ କରନ, ରବିନ୍ଦ୍ର ଜାଡେଜା, କୃଷ୍ଣପା ଗୌତମ, ମୋଇନ ଅଲ୍ଲୀ: ଡିଜେ ବ୍ରାଭୋ କିମ୍ବା ସୈମ କରନ, ମୋଇନ ଅଲ୍ଲୀ କିମ୍ବା ମିଚେଲ ସେଣ୍ଟନର ଚେନ୍ନାଇ ପାଖରେ ବହୁତ ଅଲରାଉଣ୍ଡର ରହିଛନ୍ତି। କରନ ପୂର୍ଵ ବର୍ଷ ବହୁତ ରନ କରିଥିଲେ। ସେ ପ୍ଲେଇଙ୍ଗ ଇଲେଭେନରେ ବ୍ରାଭୋଙ୍କୁ ରିପ୍ଲେସ କରିପାରନ୍ତି।ଜାଡେଜା ପ୍ଲେଇଙ୍ଗ ଇଲେଭେନରେ ପକା ଖେଳିବେ। କୃଷ୍ଣପା ଗୌତମଙ୍କୁ ୯.୨୫ କୋଟିରେ ଚେନ୍ନାଇ କିଣିଛି ମାନେ ସେ ମଧ୍ୟ ଖେଳିବାର ପୁରା ସମ୍ଭାବନା ଅଛି। ଘରୋଇ କ୍ରିକେଟରେ ସେ ବେଷ୍ଟ ଅଲରାଉଣ୍ଡର ସାବ୍ୟସ୍ତ ହୋଇଛନ୍ତି। ମୋଇନ ଅଲ୍ଲୀଙ୍କୁ ସେଣ୍ଟନରଙ୍କ ଜାଗାରେ ଖେଳାଯାଇପାରେ।
ଲୁଙ୍ଗି ଏନଗିଡ଼ି, ଦୀପକ ଚାହର: ଚେନ୍ନାଇ ସୁପର କିଙ୍ଗସ ଦୁଇଟି ପେସରଙ୍କ ସହ ଓହ୍ଲାଇପାରେ। ଦୀପକ ଚାହାର ଖେଳିବା ନିଶ୍ଚିନ୍ତ।ଲୁଙ୍ଗି ଏନଗିଡ଼ି ତାଙ୍କ ସହ ଖେଳିପାରନ୍ତି। ସେ ପୂର୍ବ ବର୍ଷ କେବଳ ୪ ଟି ମ୍ୟାଚ ଖେଳିବାର ନଜର ଆସିଥିଲେ। ସେ ୯ ୱିକେଟ ନେଇ ଭଲ ଖେଳ ଦେଖେଇଥିଲେ।

ଏପରି ହୋଇପାରେ ଚେନ୍ନାଇର ମଝବୁତ ଚୂଡାନ୍ତ ଏକାଦଶ:
ରବିନ ଉଥାପା, ଫାଫ ଡୁପ୍ଲେସି, ସୁରେଶ ରାଇନା, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନି, ସାମ କରନ, ରବିନ୍ଦ୍ର ଜାଡେଜା, କୃଷ୍ଣପା ଗୌତମ ,ମୋଇନ ଅଲ୍ଲୀ, ଲୁଙ୍ଗି ଏନଗିଡ଼ି ଓ ଦୀପକ ଚାହାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।