ଆଇପିଏଲ ୨୦୦୮ ରେ ଆରମ୍ଭ ହୋଇଥିଲା ଓ ନିଲାମୀରେ ସବୁଠାରୁ ବଡ଼ ନାମ ଥିଲା ମହେନ୍ଦ୍ର ସିଂ ଧୋନି। ଧୋନି ଆଇପିଏଲ ଆରମ୍ଭର ଏକ ବର୍ଷ ପୂର୍ବରୁ ମାନେ ୨୦୦୭ ରେ ଆଇସିସି ଟି ୨୦ ୱାଲର୍ଡ଼ କପ ଭାରତକୁ ଜିତାଇଥିଲେ।ଏହାପରେ ୨୦୦୮ ଆଇପିଏଲ ନିଲାମୀରେ ସାମିଲ ହେଲେ ଓ ମାହାଙ୍ଗାରେ ବିକା ହେଲେ। ଧୋନୀଙ୍କୁ ସିଏସକେ ୧.୫ ମିଲିୟନ ଡଲାର (୯.୫ କୋଟି)ରେ କିଣିଲା। ଧୋନୀଙ୍କୁ କିଣିବା ପାଇଁ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଟକର ଚାଲିଲା ହେଲେ ମୁମ୍ବାଇ ପାଖରେ ଏତେ ଟଙ୍କା ନ ଥିଲା।

ମୁମ୍ବାଇ ଓ ଚେନ୍ନାଇ ବ୍ୟତୀତ ଅନ୍ୟ ଟିମ ମଧ୍ୟ ଧୋନୀଙ୍କୁ କିଣିବାକୁ ଚାହିଁଥିଲେ। ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଆଇପିଏଲ ଆକ୍ସନର ରହିଥିବା ରିଚାର୍ଡ ମ୍ୟାଡେଲ ନିକଟରେ କହିଛନ୍ତି କି ଆରସିବି ମଧ୍ୟ ଧୋନୀଙ୍କୁ କିଣିବାକୁ ଚାହୁଁ ଥିଲା।ହେଲେ ସେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନଥିଲେ ଓ ସେ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କୁ ଛାଡ଼ିଲେ।
Richard Madley (@iplauctioneer) reveals that Royal Challengers Bangalore missed out on an opportunity to sign MS Dhoni in the first-ever IPL auction and ended up underbidding for him.
Watch the full interview with Madley here – https://t.co/IIEzl1Xfqg pic.twitter.com/ujPKkHNSaT
— The Sports Doyen (@thesportsdoyen) January 22, 2021
ମୈଡ଼ଲେ କହିଲେ,”ଆରସିବି ନିଲାମୀର ଆରମ୍ଭ କରିଥିଲେ,କିନ୍ତୁ ୨୦୦୮ରେ ସେମାନେ ଧୋନୀଙ୍କର ବୋଲି କମ ରାଶିର ଲଗାଇଥିଲେ। ମତେ ଲାଗୁଛି କି ତାଙ୍କୁ ଏହି କଥାର ଅନୁତାପ ରହିବ। ତେଣୁ ସେମାନେ ଧୋନୀଙ୍କର ସେବା ହରାଇଦେଲେ।”ଗତ ବର୍ଷ ଆରସିବିର ପୂର୍ବ ମୁଖ୍ୟ ପରିଚାଳକ ଚାରୁ ଶର୍ମା ମଧ୍ୟ ଏହି କଥାର ଖୁଲାସା କରିଥିଲେ ଆରସିବି ଧୋନୀଙ୍କୁ କିଣିବା ପାଇଁ ପଛକୁ କାହିଁକି ହଟିଯାଇଥିଲେ।
ଚାରୁ ଶର୍ମା କହିଲେ,”ଟିକେ ଭାବନ୍ତୁ ଯଦି ଧୋନୀ ଅସଫଳ ହୋଇଯାଇଥାନ୍ତେ। ଯେଉଁ ଭଳି ନିଲାମୀ କରାଯାଉଥିଲା,ଆମକୁ ମନେ ରଖିବା ଦରକାର କି ଏହା ଜଣଙ୍କର ଶୋ ହୋଇନଥାଏ,କ୍ରିକେଟ ଦଳୀୟ ଖେଳ ଅଟେ।ଭାବନ୍ତୁ ଧୋନୀ ଶୂନ୍ୟରେ ଆଉଟ ହୋଇଯାଇଥାନ୍ତେ।କଳ୍ପନା କରନ୍ତୁ ଧୋନୀ ବିଫଳ ହୋଇଯାଇଥାନ୍ତେ। ତେବେ ଚେନ୍ନାଇର ପ୍ରଶଂସକ ନିଶ୍ଚିନ୍ତ କହିଥାନ୍ତେ କି କଣ ଧୋନୀଙ୍କୁ ଏତେରେ କିଣି ଯିବାର ଥିଲା।”

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଦିଗଜ ଖେଳାଳୀଙ୍କ ରୂପରେ ରାହୁଲଙ୍କୁ ବାଛିଥିଲା। ଏହା ଧୋନୀଙ୍କୁ ନ ବାଛିବାର ଏକ ବଡ କାରଣ ଥିଲା। ୮ଜଣ ଫ୍ରାନଚାଇଜଙ୍କୁ ନିଲାମୀ ପୂର୍ବରୁ ଏକ ଦିଗଜ ଖେଳାଳିଙ୍କୁ ବାଛିବାର ଥିଲା।ନିୟମ ଅନୁସାରେ,ଦିଗଜ ଖେଳାଳିଙ୍କ ପାଇଁ ୧୦ ଶତକଡା ଅଧିକ ଦେୟ ହେବାର ଥିଲା। ସମ୍ଭବତଃ ଏହା କାରଣ ଥିଲା କି ମୁମ୍ବାଇ ଇଣ୍ଡିଆନସ୍ ଧୋନୀଙ୍କୁ ନିଜ ଦଳରେ ସାମିଲ କରିପାରିଲେ ନାହିଁ।
ଚେନ୍ନାଇ ସୁପର କିଙ୍ଗସର ଇତିହାସରେ ଧୋନୀ ସବୁଠାରୁ ବଡ଼ ଖେଳାଳି ପ୍ରମାଣିତ ହେଲେ। ରିଟେନ କରାଯାଉଥିବା ଖେଳାଳୀଙ୍କ ତାଲିକାରେ ଧୋନୀ ସବୁବେଳେ ଉପରେ ରହନ୍ତି। ଧୋନୀ ସବୁବେଳେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଅଟନ୍ତି। ଅଧିନାୟକ ରୂପରେ ଧୋନୀ ଚେନ୍ନାଇ ପାଇଁ ୧୯୭ଟି ମ୍ୟାଚ ଖେଳିଛନ୍ତି ଏବଂ ୧୧୯ ବିଜୟ ହାସଲ କରିଛନ୍ତି। ଚେନ୍ନାଇ ତିନି ଥର ଟାଇଟେଲ ଜିତିଛି ଏବଂ ୧୧ରୁ ୧୦ ଥର ଦଳ ୨ୟ ସୋପାନରେ ପହଞ୍ଚିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।