ଆଇପିଏଲ ୨୦୨୧ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପକୁ ନେଇ ଆସିଲା ବଡ଼ ଅପଡେଟ। ଏହି ଦିନ ଖେଳାଯିବ ଫାଇନାଲ।

ଲର୍ଡ଼ସର ଐତିହାସିକ ଗ୍ରାଉଣ୍ଡରେ ୧୮ ଜୁନକୁ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ, ଭାରତ, ନ୍ୟୁଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭାଗିଦାର।

Google

ଇଣ୍ଡିଆନ ପ୍ରିମୀୟର ଲିଗର ଆଗାମୀ ଆୟୋଜନ ଉପରେ ନଜର ରଖି ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲକୁ ୮ ଦିନ ଆଗକୁ ଘୁଞ୍ଚାଯାଇଛି। ଫାଇନାଲ ଏବେ ୧୮ ଜୁନକୁ ଲଣ୍ଡନରେ ଖେଳିଯିବ। ଏହି ଚାମ୍ପିୟାନସିପକୁ ପୂର୍ବରୁ ୧୦ ଜୁନରେ ଲଣ୍ଡନର ଐତିହାସିକ ଗ୍ରାଉଣ୍ଡ ଲର୍ଡ଼ସରେ ଖେଳାଯିବାର ଥିଲା। ଆଇପିଏଲର ଫାଇନାଲ ମଧ୍ୟ ଏହି ତାରିଖର ଆଖପାଖର ସମ୍ଭାବନା ଥିବାରୁ ଖେଳାଳିଙ୍କୁ ଏହି ସମୟରେ ଅଲଗା କରିବା କଷ୍ଟକର ହୋଇଯିବ।

Google

ବିସିସିଆଇର ଏକ ସୂତ୍ର ପିଟିଆଇ ଭାଷାକୁ କହିଛନ୍ତି ,”ଡବ୍ଲୁଟିସି ଫାଇନାଲ ଏବେ ୧୮ ରୁ ୨୨ ଜୁନ ଖେଳାଯିବ ଓ ୨୩ ଜୁନ ରିଜର୍ଭ ରହିବ। ଏହି ତାରିଖକୁ ଅଳ୍ପ ଆଗକୁ କରାଯାଇଛି। ଯାହା ଦ୍ୱାରା ଆଇପିଏଲ ଫାଇନାଲ ସରିଯିବା ପରେ ଖେଳାଳୀ ମାନଙ୍କୁ ପୃଥକ କରିବାରେ ଯେପରି କିଛି ବି ପ୍ରକାରର ଅଶୁବିଧା ନ ହେବ”।

ଆଇପିଏଲର କାଯ୍ୟକ୍ରମ ସୁଚି ଏବେ ଫାଇନାଲ ହୋଇନାହିଁ କିନ୍ତୁ ଏହା ମଇର ଶେଷରେ ସରିବା ନେଇ ଆଶା ଅଛି। ଫାଇନାଲରେ ଜାଗା ନିଶ୍ଚିତ କରିବା ପାଇଁ ଭାରତ(୪୩୦ ଅଙ୍କ, ୭୧.୭%), ନ୍ୟୁଜଲ୍ୟାଣ୍ଡ(୪୨୦ଅଙ୍କ, ୭୦%), ଅଷ୍ଟ୍ରେଲିଆ(୩୩୨ଅଙ୍କ, ୬୯.୨%) ମଧ୍ୟରେ କଡା ଲଢେଇ ଚାଲିଛି।

Google

ଭାରତୀୟ ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଏହି ତାଲିକାରେ ଶୀର୍ଷରେ ନିଜ ଅଧିକାର ଜାହିର କରିଛି। ସେହିପରି ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କାକୁ ୨-୦ରେ ହରାଇ ଏହାକୁ ଆହୁରି ରୋମାଞ୍ଚକର କରିଦେଇଛି। ଇଂଲଣ୍ଡ ଏବେ ଅଷ୍ଟ୍ରେଲିଆ ଠୁ ୦.୫% ପଛରେ ଗତି କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *