INS ବିକ୍ରାନ୍ତକୁ ନେଇ ଋଷ ଦେଲା ଭାରତର ସମର୍ଥନ! ଚିନ୍ତାରେ ଚୀନ? ଜାଣନ୍ତୁ ସମ୍ପୂର୍ଣ୍ଣ

ଭାରତୀୟ ନୌସେନାରେ INS ବିକ୍ରାନ୍ତ ସାମିଲ ହୋଇ ଯାଇଛି। INS ବିକ୍ରାନ୍ତ ଆସିବା ଭାରତୀୟ ମହାସାଗରରେ ଭାରତୀୟ ନୌସେନାର ପ୍ରଭାବ ବହୁତ ବଢି ଯାଇଛି। INS ବିକ୍ରାନ୍ତ ଆସିବାପରେ ଭାରତ ମଧ୍ୟ ଆମେରିକା, ଋଷିଆ,ଚାଇନା,ଫ୍ରାନ୍ସ, ଇଂଲଣ୍ଡ ପରି ଦେଶ ମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛି ଯେଉଁ ମାନଙ୍କ ପାଖରେ ନିଜ ଜ୍ଞାନ କୌଶଳରେ ତିଆରି କରାଯାଇଥିବା ଯୁଦ୍ଧ ଜାହାଜ ଅଛି।

Google

ଭାରତୀୟ ନୌସେନା ପାଖରେ ଏବେ ୨ଟି ଏୟାରକ୍ରାଫ୍ଟ କ୍ୟାରିୟର ସାମିଲ ହୋଇ ଯାଇଛି। ଭାରତୀୟ ନୌସେନା ପାଖରେ ଏବେ INS ବିକ୍ରମାଦିତ୍ୟ ଆଉ INS ବିକ୍ରାନ୍ତ ସାମିଲ ହୋଇ ଯାଇଛନ୍ତି।

ଆପଣଙ୍କ ସୂଚନା ପାଇଁ ଜଣେଇ ଦିଆ ଯାଉଛି କି ଆମେରିକା ପାଖରେ ସବୁଠାରୁ ଅଧିକ ଏୟାରକ୍ରାଫ୍ଟ କ୍ୟାରିୟର ଅଛି। ଆମେରିକା ପାଖରେ ଏବେ ୧୧ ଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି। ଆଉ ଆମେରିକା ଅଧିକ ଆଉ ୩ ଟି ଏୟାରକ୍ରାଫ୍ଟ କ୍ୟାରିୟର ତିଆରି କରୁଛି।

Google

ଋଷିଆ ପାଖରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଅଛି ଆଉ ଇଂଲଣ୍ଡ ପାଖରେ ୨ ଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି।ଚୀନ ପାଖରେ ମଧ୍ୟ ୨ ଟି ଏୟାରକାଫ୍ଟ କ୍ୟାରିୟର ଅଛି ଆଉ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ କାମ ଚାଲିଛି। INS ବିକ୍ରାନ୍ତ ଭାରତୀୟ ନୌସେନାରେ ସାମିଲ ହେବା ପରେ ଅନ୍ୟ ଦେଶମାନେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଋଷିଆ,ଇଂଲଣ୍ଡ, ଆଉ ଇଜରାଇଲ ଏପରି ଦେଶ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପ୍ରଥମେ ଆମେ ଆପଣଙ୍କୁ କହୁଛୁ କି ଋଷିଆ କଣ ପ୍ରତିକ୍ରିୟା ରଖିଛି।ଋଷିଆ ରାଜଦୂତ ଡେନିସ ଏଲିପୋପ ବିକ୍ରାନ୍ତର ଉତ୍ସବରେ ଭାଗ ନେଇଥିଲେ।ସେ କହିଥିଲେ କି ଏହା ଭାରତର ପ୍ରଥମ ବିମାନ ବାହକ ଅଟେ।

ଏହା ଭାରତ ଆଉ ତାର ଲୋକମାନଙ୍କ ପାଇଁ ଏକ ଗୌରବର ସମୟ।ଋଷିଆ ଏଥିରେ ସାମିଲ ହୋଇ ନିଜକୁ ଗର୍ବ ଅନୁଭବ କରୁଛି।ସେ କହିଛନ୍ତି କି ଭାରତ ଏକ ବୈଷୟିକ ଶକ୍ତି ହେବାପାଇଁ ଆଗକୁ ବଢୁଛି।ସେ କହିଛନ୍ତି କି ପୃଥିବୀକୁ ଏକ ଶକ୍ତିଶାଳୀ ଭାରତର ଦରକାର ଅଛି।

ଏବେ ବିକ୍ରାନ୍ତ ପାଇଁ ଚୀନ ରୁ ଆସିଥିବା ପ୍ରତିକ୍ରିୟା ବିଷୟରେ ଜଣାଇବାକୁ ଚାହୁଁଛୁ। ଚୀନର ଏକ ଖବରକାଗଜ ଗ୍ଲୋବାଲ ଟାଇମରେ ଛପା ଯାଇଥିବା ଲେଖାରୁ ଜଣା ପଡୁଛି କି ସେ ଭାରତକୁ ଚେତାବନୀ ଦେବାକୁ ଚାହୁଁଛନ୍ତି। ଚୀନ କହିଛି କି ଭାରତ ପଶ୍ଚିମ ଦେଶ ମାନଙ୍କ ଘେରରୁ ଶିଘ୍ର ବାହାରକୁ ଆସିବା ଦରକାର।

Google

ଆପଣ ଜାଣି ରଖିବା ଦରକାର କି INS ବିକ୍ରାନ୍ତ ଭାରତୀୟ ନୌସେନାରେ ସାମିଲ ହେବା ପରେ ଏହା ଚୀନକୁ ସବୁଠାରୁ ଅଧିକା ଯନ୍ତ୍ରଣା ଦେଇଛି। କାରଣ ଭାରତୀୟ ମହାସାଗରରେ ଭାରତ ହିଁ ଚୀନକୁ ସବୁଠାରୁ ବଡ ମୁକାବିଲା ଦେଇ ପାରିବ।ଆମେରିକା କହିଛି କି ଆମେ ଭାରତୀୟ ମହାସାଗରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭାରତର ସମର୍ଥନ କରୁଛୁ।

ତେବେ ଏହା ଆମ ଦେଶ ପାଇଁ ଗୌରବର କଥା। ଏହି ଏୟାରକ୍ରାଫ୍ଟ ଆମ ଦେଶକୁ ବହୁତ ସାହାଯ୍ୟ କରିବ। ଚୀନର ଡର ମଧ୍ୟ ରହିବ।

Leave a Reply

Your email address will not be published. Required fields are marked *