ଇଂଲଣ୍ଡର ବିରୁଦ୍ଧରେ ଟେଷ୍ଟ ସିରିଜରେ ବିଜୟ ହେବା ପରେ ଭାରତୀୟ ଦଳ ପାଇଁ ଟି୨୦ ସିରିଜର ଆରମ୍ଭ ଭଲ ରହିଲା ନାହିଁ। ଆୟୋଜକ ଭାରତକୁ ପ୍ରଥମ ଟି୨୦ ମ୍ୟାଚରେ ଇଂଲଣ୍ଡ ଠାରୁ ପରାଜୟର ସାମ୍ନା କରିବାକୁ ପଡିଲା। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଖରାପ ଭାବରେ ଅସଫଳ ରହିଲେ। ଅଧିନାୟକ ବିରାଟ କୋହଲି ତ ଖାତା ମଧ୍ୟ ଖୋଲି ପାରିଲେ ନାହିଁ। କୋହଲିଙ୍କୁ ଏହି ଅସଫଳତା କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ବି ହେବାକୁ ପଡିଲା। ଉତ୍ତରାଖଣ୍ଡ ପୋଲିସ ମଧ୍ୟ କୋହଲିଙ୍କର ଏହି ଅସଫଳତା ତରଫକୁ ଧ୍ୟାନ ଦେଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଗଲା।ଇଂଲଣ୍ଡର ଅଧିନାୟକ ଇଅନ ମର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାର ଫଇସଲା ନେଇଥିଲେ। ବୋଲରମାନେ ନିଜ ଅଧିନାୟକଙ୍କର ନିଷ୍ପତିକୁ ସଠିକ ପ୍ରମାଣିତ କରି ଭାରତୀୟ ଦଳକୁ ୧୨୪/୭ର ସ୍କୋରରେ ଅଟକାଇଦେଲେ। ଭାରତୀୟ ଦଳର ଟପ-୩ ବ୍ୟାଟ୍ସମ୍ୟାନ ମାତ୍ର ୫ ରନ କରିପାରିଲେ। କୋହଲି ଶୂନ୍ୟରେ ଫେରିଲେ। ଓପନର ଧୱନ ୪ ଓ କେଏଲ ରାହୁଲ ୧ ରନ କଲେ। ଇଂଲଣ୍ଡ ୧୨୫ ରନର ଲକ୍ଷ୍ୟକୁ ୧୫.୩ ଓଭରରେ ୨ ୱିକେଟ ହରାଇ ହାସିଲ କରିନେଲେ।
ଭାରତୀୟ ଦଳର ପରାଜୟରେ ଭାରତୀୟ କ୍ରିକେଟ ପ୍ରେମୀଙ୍କର ନିରାଶ ହେବା ସ୍ବଭାବିକ ଥିଲା। କିନ୍ତୁ ଉତ୍ତରାଖଣ୍ଡ ପୋଲିସ ଏହି ଅସଫଳତାରେ ହିଁ ସନ୍ଦେଶ ଦେବାର ପ୍ରୟାସ କଲା। ସେ ଟୁଇଟ କଲା,’ ହେଲମେଟ ଲଗାଇବା ହିଁ ଯଥେଷ୍ଟ ନୁହେଁ! ପୂରା ହୋସରେ ଗାଡି ଚଲାଇବା ଜରୁରୀ ଅଟେ,ନ ହେଲେ କୋହଲିଙ୍କ ଭଳି ଆପଣ ମଧ୍ୟ ଜିରୋରେ ଆଉଟ ହୋଇପାରନ୍ତି।’

ଉତ୍ତରାଖଣ୍ଡ ପୋଲିସର ଟୁଇଟର ଏପରି ଜବାବ ଆସିଲା: ଉତ୍ତରାଖଣ୍ଡ ପୋଲିସର ଟୁଇଟରେ ଶହ ଶହ କମେଣ୍ଟ ଆସିଛି। ଜଣେ ୟୁଜର ଲେଖିଲା କଣ ଦିନ ଆସିଗଲା। ସେହିପରି, ଆଉ ଏକ ୟୁଜର ଉତ୍ତରାଖଣ୍ଡ ପୋଲିସର ଟୁଇଟର ଆଲୋଚନା କଲେ। ସେ ଲେଖିଲା,’କେବଳ ବେରିଫାଇଡ଼ ହ୍ୟାଣ୍ଡେଲ ହେବା ଯଥେଷ୍ଟ ନୁହେଁ। ଏହି ସବୁ କଥାର ଜବାବ ଦିଆଯିବ।’
କହିଦେଉଛୁ କି କୋହଲି ଲଗାତାର ଆଉ ଏକ ପାଳିରେ ଖାତା ଖୋଲି ପାରି ନାହାନ୍ତି। ସେ ଚତୁର୍ଥ ଟେଷ୍ଟ ମ୍ୟାଚର ଶେଷ ପାଳିରେ ବି ଶୂନ୍ୟରେ ଆଉଟ ହୋଇଥିଲେ। କୋହଲି ନିଜର କ୍ୟାରିୟରରେ ଅଧିନାୟକ ଭାବରେ ୧୪ ଥର ଶୂନ୍ୟରେ ଆଉଟ ହୋଇଯାଇଛନ୍ତି। ତାଙ୍କ ପୂର୍ବରୁ ସବୁଠାରୁ ଅଧିକ ଥର ଶୂନ୍ୟରେ ଆଉଟ ହେବାର ଭାରତୀୟ ରେକର୍ଡ ସୌରଭ ଗାଙ୍ଗୁଲି(୧୩)ଙ୍କର ନାମରେ ନାମିତ ରହିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।