କଣ ଗଙ୍ଗାଜଳରୁ ମିଳିପାରିବ କୋରୋନାର ଉପଚାର ! ଜାଣନ୍ତୁ BHU ଡାକ୍ତରଙ୍କ ରିସର୍ଚ୍ଚର ବଡ ତଥ୍ୟ ।

Varanasi BHU doctors Big disclosure in research now corona will be treated with Ganges water!, କଣ ଗଙ୍ଗାଜଳରୁ ମିଳିପାରିବ କୋରୋନାର ଉପଚାର ! ଜାଣନ୍ତୁ BHU ଡାକ୍ତରଙ୍କ ରିସର୍ଚ୍ଚର ବଡ ତଥ୍ୟ, Ganga water, Corona Medicine, BHU, Coronavirus, Covid-19, Nitidina

ଏବେ ଗଙ୍ଗାଜଳ କୋରୋନାକୁ ହରେଇବ । ବାରଣାସୀରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ କରିବାପରେ ଏହି କଥା ସାମ୍ନାକୁ ଆସିଛି । ଏବେ ଗଙ୍ଗା ଜଳର ଏକ ସ୍ପ୍ରେ ମଧ୍ୟ ତିଆରି କରାଯାଇଛି । ଗଙ୍ଗାର ଜଳରେ ବ୍ୟାକ୍ଟେରିଆକୁ ଖାଇବା ପାଇଁ ‘ବ୍ୟାକ୍ଟେରିଓଫେଜ’ ନାମକ ଭାଇରସରୁ ଡକ୍ଟର ଏକ ସ୍ପ୍ରେ ତିଆରି କରିଛନ୍ତି ।

ଦାବି ରହିଛି କି ଏଥିରୁ କୋରୋନାର ଉପଚାର ହୋଇପାରିବ । ଏହାକୁ ନେଇ ହାଇପୋଥେସିସ ରିସର୍ଚ୍ଚ କରାଯାଇଛି, ଯାହା ‘ଇଣ୍ଟରନେସନାଲ ଜର୍ଣ୍ଣାଲ ଅଫ ମାଇକ୍ରୋବାଇଓଲୋଜି’ ସେପ୍ଟେମ୍ବର ମାସରେ ସ୍ୱୀକାର କରିଛନ୍ତି । ଏବେ ଚିକିତ୍ସା ବିଜ୍ଞାନ ସଂସ୍ଥାନର ଏଥିକଲ କମିଟି ଅଫ ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସକୁ ପ୍ରସ୍ତାବ ଦିଆଯାଇଛି । ସେଠାରୁ ସ୍ୱୀକୃତି ମିଳିବା ପରେ ଆଗକୁ କାମ ଚାଲୁରହିବ ।

Coronavirus Treatment Gangajal
Google

BHU ର ଚିକିତ୍ସା ବିଜ୍ଞାନ ସଂସ୍ଥାନ ଓ ସାର ସୁନ୍ଦରଲାଲ ଡାକ୍ତରଖାନା, ନିଉରୋଲୋଜି ବିଭାଗ BHU ପ୍ରଫେସର ବିଏନ ମିଶ୍ର ଗୋଟିଏ ଟିମ ପ୍ରସ୍ତୁତ କରିଛନ୍ତି । ପ୍ରଫେସର ମିଶ୍ର କହିଛନ୍ତି କି ଦେଶ ବିଦେଶରେ ପ୍ରଥମରୁ ଖବରକାଗଜ ଓ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁସାରେ ହିଁ ହାଇପୋଥେସିସ ରିସର୍ଚ୍ଚ କରାଗଲା । କୁହାଯାଉଛି କି ଗୋମୁଖ, ବୁଲନ୍ଦ ସହର, କାନପୁର, ପ୍ରୟାଗରାଜ, ବାରଣାସୀ ସହିତ ୧୭ ସ୍ଥାନରୁ ବ୍ୟାକ୍ଟେରିଓଫେଜକୁ ସଂଗ୍ରହ କରାଯାଇଛି । ଏଥିରେ ମିଳିଛି କି ଯେଉଁଠି ଗଙ୍ଗା ପୁରା ସ୍ୱଚ୍ଛ ଅଛି ସେଠି ଅନ୍ୟ ବ୍ୟାକ୍ଟେରିଆକୁ ମରିବାର କ୍ଷମତା ରହିଛି । ୨ ସେପ୍ଟେମ୍ବରକୁ ଏହାକୁ ସ୍ବୀକାର କରାଯାଇଛି ।

ଆଶା ରହିଛି ଖୁବ ଶୀଘ୍ର ହିଁ ଏହା ଉପଲବ୍ଧ ହେବ । ଏହା ମଧ୍ୟରେ ଆଇଏମଏସ (IMS)କୁ ସ୍ପ୍ରେର ଉପଚାର ତଥ୍ୟ ପଠାଯାଇଛି । ସେଠାରୁ ସ୍ୱୀକୃତି ମିଳିବା ପରେ ୧୯୮ ଜଣ କୋରନା ରୋଗୀଙ୍କ ଉପରେ କ୍ଲିନିକାଲ ଟେଷ୍ଟ କରିବାର ଯୋଜନା ରହିଛି । ପ୍ରଫେସର ମିଶ୍ର କହିଛନ୍ତି ଯେ ଯଦି ସଫଳତା ମିଳୁଛି ତେବେ କେବଳ ୧୦ ଟଙ୍କାରେ ଏହା ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ।

ଆଉ ମଧ୍ୟ ସେ କହିଛନ୍ତି କି ଗଙ୍ଗାରେ ସବୁଦିନ ସ୍ନାନ କରୁଥିବା ଲୋକ ଓ ଏହି ଜଳକୁ ବ୍ୟବହାର କରୁଥିବା ଲୋକଙ୍କ ଉପରେ ମଧ୍ୟ ସର୍ଭେ କରାଯାଇଛି । ଏଥିରୁ ମିଳିଛି କି କାହାକୁ ବି କୋରୋନା ହୋଇନାହିଁ । ହଁ ଅନ୍ୟ ୨୦ ଲୋକଙ୍କୁ ହୋଇଛି ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ନାହାନ୍ତି ।

BHU claims: Ganga water bacteriophage will eliminate corona virus - News  Crab | DailyHunt
Google

ସାରା ବିଶ୍ୱରେ କୋରନା ଏବେ ତାର ପ୍ରକୋପ ଦେଖେଇବାରେ ଲାଗିଛି । ବହୁତ ଦିନ ହୋଇଗଲାଣି ହେଲେ ଏହାକୁ ରୋକିବା ପାଇଁ ଔଷଧ ବହାରିନି । ସାରା ବିଶ୍ୱରେ ଭିନ୍ନ ଭିନ୍ନ ଦେଶରୁ କେତେ କେତେ ଲୋକ ମୃତ୍ୟୁବରଣ କଲେଣି , କିଏ ନିଜର ଜୀବିକା ହରେଇଛ ତ କିଏ ଗଣ୍ଡେ ଖାଇବା ପାଇଁ ହଇରାଣ ହେଉଛି । ଶେଷରେ ଏହାର ଅନ୍ତ କେବେ ହେବ । ସୂତ୍ରରୁ ଜଣା ଯାଇଛି ଯେ ନିୟମିତ ଭାବେ ବୈଜ୍ଞାନିକ ମାନେ ଏହାର ଔଷଧ ଅନେଶ୍ୱଣ କରିବାରେ ଲାଗିଛନ୍ତି, ଆଶା କରାଯାଉଛି ଶୀଘ୍ର ଏହାର ସମାଧାନର ବାଟ ବାହାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *