କେବେ ଚପଲ ମଧ୍ୟ କିଣିବା ପାଇଁ ପଇସା ନଥିଲା, ହେଲେ ଆଜି ୩,୮୬୧ କୋଟି ସମ୍ପତ୍ତିର ମାଲିକ ।

Velumani from Tamil Nadu once don't have money to buy slippers now own property worth 3,861 crores

ମଣିଷ ଯେତେବେଳେ ନିଜର ପରିଶ୍ରମ ବଳରେ ସଫଳତାର ସିଢ଼ି ଚଢ଼ିଥାଏ ତେବେ ସେହି ସଫଳତା କେବେ ତା ମୁଣ୍ଡ ଉପରକୁ ଆସେ ନାହିଁ ଏବଂ ସବୁବେଳେ ସାଧାରଣ ହିଁ ରହିଥାଏ । ଆପଣ ଏପରି କେବେ ଶୁଣିନଥିବେ କି ଜଣେ ବ୍ୟବସାୟୀ ଯିଏ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି,କିନ୍ତୁ ତା ପାଖରେ ନିଜର ଗୋଟିଏ ବି କାର ନାହିଁ। ଆଜି ଆମେ ଏପରି ଲୋକ ବିଷୟରେ କହିବାକୁ ଯାଉଛୁ,ଯିଏ ତାମିଲନାଡୁରେ ରାହୁଥିବା ବେଳୁମଣି ଅଟନ୍ତି,ଯିଏ ଆଜି ୩୮୬୧ କୋଟି ସମ୍ପତ୍ତିର ମାଲିକ ଅଟନ୍ତି,କିନ୍ତୁ ଆଜି ବି ସେ ଏକ ସାଧାରଣ ଜୀବନ ଅତିବାହିତ କରୁଅଛନ୍ତି। ତାଙ୍କ ପାଖରେ କୌଣସି କାର ବି ନାହିଁ ଏବଂ ସେ ଏକ ଛୋଟ ଘରେ ହି ରହୁଛନ୍ତି। ସେ ଆଜି ବି ଖାସ ହୋଇନାହାନ୍ତି ଏବଂ ଆଜି ବି ସେ ସାଧାରଣ ଅଟନ୍ତି।

Google
କେତେକ କମ୍ପାନୀଗୁଡିକ ଚାକିରି ଦେବା ପାଇଁ ମନା କରିଦେଲେ:-

ଆପଣଙ୍କୁ କହିଦେଉଛୁ କି ବେଲୁମଣିଙ୍କ ବିଷୟରେ କୁହାଯାଏ କି କେତେକ କମ୍ପାନୀଗୁଡିକ ତାଙ୍କୁ ଚାକିରି ଦେବା ପାଇଁ ମନା କରିଦେଇଥିଲେ,କାହିଁକି ନା ସେ ଫ୍ରେସର ଥିଲେ। ଏହା ପରେ ବେଲୁମଣି ନିଜର ପରିଶ୍ରମର ବଳରେ କୋଟି କୋଟି ଟଙ୍କାର କମ୍ପାନୀ ଛିଡା କରାଇଲେ। ବେଲୁମଣି ଏକ ଭୂମିହୀନ କୃଷକ ଘରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ କେତେକ ଅସୁବିଧାକୁ ସହୁଥିବା ବେଳେ ସେ ଏହି ଅସୁବିଧାକୁ ନିଜର ଲକ୍ଷ୍ୟରେ ଆସିବାକୁ ଦେଲେନାହିଁ। ସବୁଠାରୁ ବଡ କଥା ଏହା ଅଟେ କି ସେ ଏକ ଫ୍ରେସରର ଅସୁବିଧାକୁ ବୁଝିଥାନ୍ତି,ଏଥିପାଇଁ ନିଜ କମ୍ପାନୀର ସବୁ ପୋଷ୍ଟରେ ଫ୍ରେସରଙ୍କୁ ନିଶ୍ଚୟ ନିଯୁକ୍ତି କରିଥାନ୍ତି।

ଏକ ହଳ ଚପଲ କିଣିବା ପାଇଁ ମଧ୍ୟ ନ ଥିଲା ପଇସା:-

ବେଲୁମଣିଙ୍କର ଜନ୍ମ ତାମିଲନାଡୁର ପୁଦୁର ଗାଁରେ ଏକ ଏପରି କୃଷକ ଘରେ ହୋଇଥିଲା ଯାହା ପାଖରେ ନିଜ ଜମି ନ ଥିଲା ତାଙ୍କର ପ୍ରାରମ୍ଭିକ ପଢା ବି ଗାଁର ଏକ ସରକାରୀ ସ୍କୁଲରେ ହୋଇଥିଲା। ସେହି ସମୟରେ ତାଙ୍କ ପାଖରେ ଏତେ ବି ପଇସା ନଥିଲା କି ସେ ତାଙ୍କ ପାଇଁ ଏକ ହଳ ଚପଲ କିଣିପାରିବେ। ବେଲୁମଣି ଗୋଟିଏ ମିଡ଼ିଆ ଚ୍ୟାନେଲରେ ଦେଇଥିବା ଏକ ଇଣ୍ଟରଭିୟୁରେ କହିଥିଲେ କି ସେ ୧୦ ପାହାଚ ଥିବା ଏକ ପିରାମିଡର ସବୁଠାରୁ ତଳେ ଥିବା ପାହାଚରେ ଜନ୍ମ ହେଇଥିଲେ କିନ୍ତୁ ଆଜି ସେ ସେହି ପିରାମିଡର ଅଗ୍ରରେ ଅଛନ୍ତି,କିନ୍ତୁ ଏହା ସବୁ କରିବା ସହଜ ନଥିଲା।ବର୍ଷ ୧୯୯୬ରେ ବେଲୁମଣି ଡାଇଗନୋଷ୍ଟିକ ଲ୍ୟାବ ଚେନ ଥାଇରୋକେୟାର ଟେକ୍ନୋଲୋଜିର ଆରମ୍ଭ କଲେ,ଯାହାପରେ ସେ କେବେ ପଛକୁ ବୁଲି ଅନେଇ ନାହାନ୍ତି।

Google
ବେଲୁମଣିଙ୍କ ପାଖରେ କମ୍ପାନୀରେ ୬୪ ଶତକଡା ଶେୟାର ଅଟେ:-

ଇ ଥାଇରୋକେୟାରର ମାର୍କେଟ ୩୮୬୧ କୋଟି ଟଙ୍କାର ମାର୍କେଟ ଶେୟାର ଅଛି। ବେଲୁମଣିଙ୍କ ପାଖରେ କମ୍ପାନୀରେ ୬୪ ଶତକଡା ଶେୟାର ଅଛି ଯାହା ତାଙ୍କୁ ପାଖାପାଖି ୩୨.୨କୋଟି ଡ଼ଲାରର ମାଲିକ କରୁଅଛି। ଆଜି ବେଲୁମଣି ଅପାର ସମ୍ପତ୍ତିର ମାଲିକ ଅଟନ୍ତି କିନ୍ତୁ ତଥାପି ସେ ଏକ ସାଧାରଣ ଲୋକଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି ଏବଂ ଏହି କଥା ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *