ଫିଲେଣ୍ଡର ଏହି ବର୍ଷ ଆରମ୍ଭରେ କ୍ରିକେଟକୁ ବିଦାୟ ଦେଇଥିଲେ। ଭାଇର ହତ୍ୟା କଥା ସେ ସୋସିଆଲ ମିଡ଼ିଆ ଜରିଆରେ ଜଣେଇଛନ୍ତି।
ଦକ୍ଷିଣ ଆଫ୍ରିକାରେ ପୂର୍ଵ ଦ୍ରୁତ ବୋଲର ୱାର୍ଣ୍ଣନ ଫିଲେଣ୍ଡର ବହୁତ ଦୁଃଖରେ ଜୀବନ କାଟୁଛନ୍ତି। କେପଟାଉନରେ ତାଙ୍କ ଘର ସାମନାରେ ତାଙ୍କ ସାନ ଭାଇକି ଗୁଳି କରି ହତ୍ୟା କରାଯାଇଛି। ମିଡ଼ିଆ ରିପୋର୍ଟ ମୁତାବକ,ଟାୟରେନ ଫିଲେଣ୍ଡର ଗତ ବୁଧବାର ଦିନ ରେବେସ୍ନଡିମରେ ନିଜ ପଡୋଶୀଙ୍କ ସେଠାରେ ପାଣି ଦେଉଥିଲେ। ସେତିକି ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ କହିଛି କି ସେ ହତ୍ୟାର ଯାଞ୍ଚ କରୁଛି ହେଲେ ଏବେ ହତ୍ୟାକାରୀ ଫେରାର ଅଛନ୍ତି।

ଏହି ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଫିଲେଣ୍ଡର ଲୋକମାନଙ୍କ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି -“ମୋ ପରିବାର ଆଜି ରେବେସ୍ନଡିମରେ ହତ୍ୟାର ସାମନା କରିଛି। ମୁଁ କେବଳ ଏତିକି କହିବାକୁ ଚାହୁଁଛି କି ଏହି କଷ୍ଟ ସମୟରେ ପରିବାରର ନିଯତା ପାଇଁ ସଂମ୍ମାନ ଦିଆଯାଉ।”
ଫିଲେଣ୍ଡର କହିଲେ, ” ହତ୍ୟା ର ଏହି ମାମଲାରେ ଯାଞ୍ଚ ପୋଲିସ କରୁଅଛି ଏବଂ ମୁଁ ସମ୍ମାନପୁର୍ବକ ମିଡିଆକୁ ଏହା କହିବାକୁ ଚାହୁଁଛି କି ସେ ପୋଲିସ ଙ୍କୁ ଯାଞ୍ଚ କରିବା ପାଇଁ ଜରୁରୀ ସମୟ ଦିଅନ୍ତୁ। ଏହି ସମୟରେ ମାମଲା କୁ ନେଇ କିଛି ତଥ୍ୟ ମିଳିନାହିଁ ଏବଂ ଗୁଜବ ଆମର ପରିବାର ପାଇଁ ଏହି ସମୟ ଏକ ବୋଝ ଭଳି ହେଇଯିବ। ଟାୟରୋନ ଆମର ହୃଦୟରେ ସଦା ସର୍ବଦା ରହିବେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।”
କହିଦେଉଛୁ କି ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ର ସବୁଠୁ ଦ୍ରୁତ ବୋଲର ଙ୍କ ମଧ୍ୟରୁ ଜଣେ ଥିଲେ। ସେ ଟେଷ୍ଟ ମ୍ୟାଚରେ ଜଣେ ଦ୍ରୁତ ବୋଲର ଅଟନ୍ତି। ଏହି ବର୍ଷର ଆରମ୍ଭରେ ଫିଲେଣ୍ଡର ଇଂଲଣ୍ଡ ବିରୁଦ୍ଧରେ ତାଙ୍କର କ୍ରିକେଟ କ୍ୟାରିୟର ର ଶେଷ ଟେଷ୍ଟ ସିରିଜ ଖେଳିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।