ବିକି କୌସଲ ଓ କ୍ୟାଟ୍ରିନା କେଫଙ୍କ ବାହାଘରରେ ଆସିବାକୁ ଥିବା ଅତିଥିଙ୍କୁ ଆଗରୁ କରିବାକୁ ହେବ ଏହି ଏଗ୍ରିମେଣ୍ଟ ସାଇନ! ଜାଣନ୍ତୁ ପୁରା ଖବର

ଆପଣମାନେ ଅନେକ ସମୟ ଧରି ବିକି କୌସଲ ଓ କ୍ୟାଟ୍ରିନାଙ୍କ ସମ୍ପର୍କ ବିଷୟରେ ଶୁଣିଆସୁଥିଲେ।ଏବେ ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ ଦୁହେଁ ଏହି ଡିସେମ୍ବର ୯ ରେ ବିବାହ କରିବାକୁ ଯାଉଛନ୍ତି। ଏବେ ଦୁହିଁଙ୍କ ବିବାହ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ଦୁହିଁଙ୍କ ବିବାହରେ ଏକ ଏସଓପି ଜାରି କରାଯାଇଥିବା ଜଣାପଡିଛି।

Google

ମିଳିଥିବା ସୂଚନା ଅନୁସାରେ ଦୁହିଁଙ୍କ ବିବାହ ପାଇଁ କିପରି ଅତିଥି ଆସିବେ ଓ କେଉଁଠି କଣ ରହିବେ କାର୍ଯ୍ୟକ୍ରମ ହେବ ଏହାର ସମ୍ପର୍କ ପ୍ଲାନିଙ୍ଗ ସରିଯାଇଛି। ତେବେ ଯେଉଁ ସବୁ ଗେଷ୍ଟ ତାଙ୍କ ବିବାହକୁ ଆସିବେ ତାଙ୍କ ପାଇଁ ଏକ ଏଗ୍ରିମେଣ୍ଟ ହୋଇଛି ଯାହାଙ୍କୁ ଗେଷ୍ଟ ମାନେ ସାଇନ କରିବାକୁ ହେବ। ସବୁଠୁ ମୁଖ୍ୟ କଥା ହେଉଛି ଯେଉଁ ସବୁ ଗେଷ୍ଟ ଆସିବେ ସେମାନଙ୍କୁ ମୋବାଇଲ ଆଣିବା ପାଇଁ ନିଷେଧ କରାଯାଇଛି ଓ ଦୁହିଁଙ୍କ ବିବାହର କୌଣସି ଫଟୋ କୌଣସି ଲୋକ ଯେପରି ସୋସିଆଲ ମିଡ଼ିଆରେ ସେୟାର କରିପାରିବେ ନାହିଁ। ଉପସ୍ଥିତ ଅତିଥି କୌଣସି ପ୍ରକାର ତଥ୍ୟ ସେୟାର କରିପାରିବେ ନାହିଁ ଓ ୱେଡିଙ୍ଗ ପ୍ଲାନିଙ୍ଗ ପରେ ଯାଇ ଫଟୋ ଓ ଭିଡ଼ିଓ ସେୟାର ହେବ। ଏହା ପୂର୍ବରୁ କୌଣସି ଫଟୋ କିମ୍ବା ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର ହେବ ନାହିଁ।

ତେବେ ଏବେ ଏକ ନୂଆ ସମସ୍ୟା ଦେଖାଯାଇଛି ସେମାନଙ୍କ ବିବାହ ପାଇଁ ଯାହା ହେଉଛି କରୋନାର ନୂଆ ଭ୍ୟାରିଏଣ୍ଟ। ଏବେ ଏହି ଭାଇରସ କାରଣରୁ ବିବାହରେ ଆସିବାକୁ ଥିବା ଅତିଥିଙ୍କ ସଂଖ୍ୟା ନେଇ ସମସ୍ୟା ଦେଖାଯାଇଛି। ଏଥିପାଇଁ ଯେପରି କୌଣସି ଅସୁବିଧା ହେବ ନାହଁ ସେଥିପାଇଁ ପୁରା କଡା ସୁରକ୍ଷା ଗ୍ରହଣ କରାଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *