ଭାଇରାଲ ଭିଡ଼ିଓ:ଏହି ଘଟଣା ଶନିବାରକୁ ଚୀନର ଜୋଙ୍ଗସାନ ପାଖରେ ଚୋଙ୍ଗକିଙ୍ଗର ଅଟେ। ସେଠାରେ ଏକ ପର୍ଯ୍ୟଟନ ସ୍ଥଳୀ ଅଛି। ସେଠାକୁ ଅନେକ ଲୋକ ବୁଲିବାକୁ ଯାଇଥାନ୍ତି ।

ସୋସିଆଲ ମିଡିଆରେ ପ୍ରତିଦିନ ସେୟାର ହେଉଥିବା ଭିଡ଼ିଓ ମଧ୍ୟରୁ କିଛି ଭିଡ଼ିଓରେ ସାହାସିକତାର ଉଦାହରଣ ମଧ୍ୟ ଦେଇଥାଏ। ଏଥିରେ ଦେଖିବାକୁ ମିଳିଥାଏ କି କିପରି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ବ୍ୟକ୍ତିର ଜୀବନ ବଞ୍ଚାଉଛି। ଅନ୍ୟର ଜୀବନ ବଞ୍ଚାଇବାପାଇଁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଥାଏ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ଚୀନରେ ନିଯୁକ୍ତ ଏକ ବ୍ରିଟିସ ରାଜଦୂତ ଜଣେ ଚୀନ ଛାତ୍ରୀଙ୍କ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ନଦୀରେ ବୁଡିଯାଉଥିଲେ ସେ ନଦୀକୁ ଡେଇଁ ତାର ଜୀବନ ବଞ୍ଚାଇଦେଲେ। ଏହି ଭିଡ଼ିଓକୁ ଚୀନ ଆପ ବିବୋ ଓ ଚୀନ ମିଡ଼ିଆରେ ବହୁତ ପସନ୍ଦ କରାଯାଉଛି।
ଏହି ଘଟଣା ଶନିବାରକୁ ଚୀନର ଜୋଙ୍ଗସାନ ପାଖରେ ଚୋଙ୍ଗକିଙ୍ଗର ଅଟେ। ସେଠାରେ ଏକ ପର୍ଯ୍ୟଟନ ସ୍ଥଳୀ ଅଛି।ସେଠାକୁ ଅନେକ ଲୋକ ବୁଲିବାକୁ ଯାଇଥାନ୍ତି। ସେହିପରି ସପ୍ତାହ ଶେଷରେ ମଧ୍ୟ ଅନେକ ଲୋକ ସେଠାକୁ ଆସିଥିଲେ। ଚୋଙ୍ଗକିଙ୍ଗରେ ବ୍ରିଟିସ ମିଶନର ସୋମବାରକୁ ସୂଚନା ଦେଇଥିଲେ କି ଶନିବାରକୁ ରାଜଦୂତ ଜନରଲ ଷ୍ଟିକନଭି ସେଠାକୁ ଯାଇଥିଲେ। ସେହି ସମୟରେ ସେଠାରେ ଲୋକ ପାଟି କରିବାକୁ ଲାଗିଲେ।
We are all immensely proud of our Chongqing Consul General, Stephen Ellison, who dived into a river on Saturday to rescue a drowning student and swim her to safety. pic.twitter.com/OOgXqsK5oe
— UK in China ?? (@ukinchina) November 16, 2020
କାହାକୁ ତୁରନ୍ତ କିଛି ବୁଝାପଡୁନଥିଲା। ସେହି ସମୟରେ ଜଣେ ପର୍ଯ୍ୟଟକ ସେଠାରେ ଭିଡ଼ିଓ କରୁଥିଲା। କିଛି ସମୟ ପରେ ଲୋକଙ୍କୁ ନଦୀରେ ଏକ ଯୁବତୀକୁ ବୁଡିଯାଇଥିବାର ଦେଖାଗଲା। ସେ ନଦୀର ଅନ୍ୟପଟେ ପାଣି ପାଖକୁ ଯାଇଥିଲା କିନ୍ତୁ ପାଦ ଖସିଯିବା ଦ୍ଵାରା ସେ ନଦୀରେ ବୁଡିବାକୁ ଲାଗିଲା ତାକୁ ପହଁରିବା ଜଣାନଥିଲା ଯେଉଁଠି ପାଇଁ ସେ ବୁଡିବାକୁ ଲାଗିଲା।

ସେହି ସମୟରେ ସେଠାରେ ଉପସ୍ଥିତ ୬୧ ବର୍ଷୀୟ ଷ୍ଟିକନ ଏଲିସନ ନିଜ ଜୀବନ କଥା ନଭାବି ନିଜ ଜୋତା କାଢି ପାଣିକୁ ଡେଇଁପଡିଲେ। ସେ ଯୁବତୀ ଜଣଙ୍କ ଧରି ପହଁରି ନଦୀର କୂଳକୁ ଆଣିଲେ। ସେହି ସମୟରେ ଅନେକ ଲୋକ ନଦୀ କୂଳରେ ତାଙ୍କୁ ସାହାଯ୍ୟ କଲେ। ଠିକ ସମୟରେ ଛାତ୍ରୀ ଜଣଙ୍କ ସାହଯ୍ୟ ପାଇବାରୁ ସେ ବଞ୍ଚିଯାଇଥିଲେ। ଏବେ ବ୍ରିଟିସ ମିଶନ ଓ ଅନ୍ୟ ଲୋକ ଏଲିସଙ୍କ ସାହସକୁ ନେଇ ଗର୍ବ ଅନୁଭବ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।