ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫିଲ୍ମ “ସେରନି” ର ସୁଟିଙ୍ଗକୁ ଅଟକାଯାଇଛି । ସୁଟିଙ୍ଗ ଅଟକାଇବା ଅଭିଯୋଗ ମଧ୍ୟପ୍ରଦେଶର ବଣ ମନ୍ତ୍ରୀ ବିଜୟ ସାହାଙ୍କ ଉପରେ ଲଗାଯାଇଛି । କୁହାଯାଉଛିକି ବିଦ୍ୟା ବାଲନ ମନ୍ତ୍ରୀଙ୍କ ସହିତ ଡିନର କରିବାକୁ ଅସ୍ବୀକାର କରିବା ଦ୍ଵାରା ପ୍ରଡକ୍ସନ ଟିମକୁ ଜଙ୍ଗଲକୁ ଯିବାକୁ ରୋକା ଯାଇଛି ।

ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ମଧ୍ୟପ୍ରଦଶରେ ନିଜର ନୂଆ ଫିଲ୍ମ “ସେରନି”ର ସୁଟିଙ୍ଗ କରୁଛନ୍ତି। ସେ ସେଠାର ଜଙ୍ଗଲରେ ଅନେକ ସପ୍ତାହ ହେବ ଫିଲ୍ମର ସିନ ସୁଟିଙ୍ଗ କରୁଛନ୍ତି କିନ୍ତୁ ଅଚାନକ ତାଙ୍କ ସୁଟିଙ୍ଗକୁ ଅଟକାଯାଇଛି। ସୁଟିଙ୍ଗ ଅଟକାଇବାର କାରଣ ମଧ୍ୟପ୍ରଦେଶର ବଣ ମନ୍ତ୍ରୀ ବିଜୟ ସାହା ବୋଲି କୁହାଯାଉଛି।କୁହାଯାଇଛିକି ବିଜୟ ସାହା ବିଦ୍ୟା ବାଲନଙ୍କୁ ନିଜ ସହ ଡିନର କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ ବିଦ୍ୟା ବାଲନ ଅସ୍ୱୀକାର କରିଦେଇଥିଲେ।
ଏହା ପରେ ଫିଲ୍ମର ସୁଟିଙ୍ଗକୁ ଅଟକାଇଦିଆଯାଇଛି। ରିପୋର୍ଟ ଅନୁସାରେ ଫିଲ୍ମର ପ୍ରଡକ୍ସନ ଗାଡିକୁ ଜଙ୍ଗଲରେ ସୁଟିଙ୍ଗ କରିବାକୁ ଯିବାକୁ ମନାକରାଯାଇଛି। ଵାଲାଘାଟ ଜିଲ୍ଲା ବଣ ଅଧିକାରୀ ଫିଲ୍ମର ପ୍ରଡକ୍ସନ ଟିମର ଗାଡିକୁ ଜଙ୍ଗଲକୁ ଯିବାକୁ ଅଟକାଇଲେ ଓ କହିଲେ କେବଳ ଦୁଇଟି ଗାଡି ଜଙ୍ଗଲକୁ ଯାଇପାରିବ।
ବିଜୟ ସାହା ଅସ୍ବୀକାର କରିଛନ୍ତି ଲଞ୍ଚ-ଡ଼ିନରର ଅଭିଯୋଗକୁ:
କିନ୍ତୁ ରାଜ୍ୟର ବଣ ମନ୍ତ୍ରୀ ବିଜୟ ସାହା ଏହି ଅଭିଯୋଗକୁ ଖାରଜ କରିଛନ୍ତି ଓ କହିଛନ୍ତି ସେ ନିଜେ ଏହି ଡ଼ିନର ଓ ଲଞ୍ଚ ନିମନ୍ତ୍ରଣକୁ ଅସ୍ବୀକାର କରିଛନ୍ତି। ବିଜୟ ସାହା କହିଲେ,”ଯେଉଁ ଲୋକ ସୁଟିଙ୍ଗ ପାଇଁ ପରିମିଶନ ମାଗିଥିଲେ ,ମୁଁ ସେଇ ଲୋକଙ୍କ ପାଇଁ ବାଲାଘାଟରେ ଉପସ୍ଥିତ ଥିଲି ଓ ସେମାନେ ମତେ ଲଞ୍ଚ ଓ ଡ଼ିନର ପାଇଁ କହିଥିଲେ । ମୁଁ ତାଙ୍କୁ କହିଥିଲି କି ଏହା ଏବେ ସମ୍ଭବ ନୁହେଁ।

ପ୍ରଥମେ ବିଜୟ ରାଜଙ୍କ ପାଇଁ ଅଟକିଲା ସୁଟିଙ୍ଗ:
ବିଜୟ ସାହା କହିଛନ୍ତି,”ମୁଁ ତାଙ୍କୁ ସେବେ ଭେଟିବି ଯେବେ ମୁଁ ମହାରାଷ୍ଟ୍ର ଯିବି। ଲଞ୍ଚ ଓ ଡିନରକୁ ମନାକରିଦିଆଯାଇଥିଲା କିନ୍ତୁ ସୁଟିଙ୍ଗକୁ ନୁହେଁ”। ଏହା ପୂର୍ବରୁ ଫିଲ୍ମର ସୁଟିଙ୍ଗ ସେବେ ଅଟକିଥିଲା ଯେବେ ଅଭିନେତା ବିଜୟ ରାଜଙ୍କ ଉପରେ ସୁଟିଙ୍ଗ ସମୟରେ ସେଟ ଉପରେ ଜଣେ ମହିଳାଙ୍କ ଉପରେ ଶୋଷଣର ଅଭିଯୋଗ ହୋଇଥିଲା। ମହିଳା ତାଙ୍କ ଉପରେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଥିଲା ଓ ଏବେ ସେ ବେଲ ପାଇଁ ବାହାରେ ଅଛନ୍ତି। ବିଜୟ ସେବେଠୁ ମୁମ୍ବାଇରେ ଅଛନ୍ତି ଓ ସେ ସୁଟିଙ୍ଗକୁ ଯାଇନାହାଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।