ବାଲି ଉଠାଣକୁ ବିରୋଧ : ଗିରଫକୁ ନେଇ ହିଞ୍ଜିଳି ଥାନା ଘେରାଉ, ପୁଲିସର ହାଲକା ଲାଠି ଚାଳନା ।

ବାଲି ଉଠାଣକୁ ବିରୋଧ : ଗିରଫକୁ ନେଇ ହିଞ୍ଜିଳି ଥାନା ଘେରାଉ, ପୁଲିସର ହାଲକା ଲାଠି ଚାଳନା ।, Violence in Ganjam due sand chora chala ganjam baton charge, Nitidina, Ganjam, Odisha, News, Sand Case

ଗଞ୍ଜାମ, ହିଞ୍ଜିଳିକାଟୁ;ଗତ ଶୁକ୍ରବାର ମଧ୍ୟରାତ୍ରରେ ଅନ୍ତରଗାଁ ଗ୍ରାମପଞ୍ଚାୟତର କୋଳିଦାସପୁର ଗ୍ରାମରେ ଶୁକ୍ରବାର ରାତିରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆକ୍ରମଣ କାରୀଙ୍କୁ ପ୍ରତିରୋଧ କରି ବାଲି ଗାଡି ଗୁଡିକରେ ନିଆଁ ଲଗାଇଦେଇଛନ୍ତ ।ଦୁଇଟି ଟ୍ରକ,ଗୋଟିଏ ଟ୍ରାକ୍ଟର,ଗୋଟିଏ ସ୍କୁଟି,ଗୋଟିଏ ୟାମାହା ବାଇକ୍ ପୋଡି ଦିଆଯାଇଥିବା ବେଳେ ଗୋଟିଏ ଜେସିବିକୁ ଭାଙ୍ଗି ଦିଆଯାଇଛି ।

ହିଞ୍ଜିଳି ପୁଲିସ କେସ ନମ୍ବର ୨୮୯/୨୦୨୦ ଏକ ମକଦ୍ଦମା ରୁଜୁ କରି ପୋଲିସ ରବିବାର ସକାଳେ କିଛି ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ ହିଞ୍ଜିଳି ଥାନାକୁ ଘେରାଉ କରିଥିଲେ । ପୁଲିସ ପ୍ରଶାସନ ଗ୍ରାମବାସୀ ମଧ୍ୟରେ ଆଲୋଚନା ପାଇଁ କଥାବାର୍ତ୍ତା ବେଳେ ଗିରଫ ବ୍ୟକ୍ତିମାନଙ୍କୁ ତୁରନ୍ତ ଛାଡିବା ପାଇଁ ପ୍ରତିବାଦ ହେବାରୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ।ଘଟଣାକୁ ପ୍ରଶମିତ କରିବା ପାଇଁ ପୁଲିସ ପକ୍ଷରୁ ୧୧.୩୦ରେ ଲାଠି ଚାଳନା ହୋଇଛି ।

ଏହି ଘଟଣାକୁ ଭିତ୍ତିକରି ହିଞ୍ଜିଳିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଘଟଣାକୁ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ,ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ,ହିଞ୍ଜିଳି ଥାନ ଅଧିକାରୀ ଅଭିମନ୍ୟୁ ଦାସ ସମେତ ବହୁ ପୁଲିସ ଫୋର୍ସକୁ ମୁତୟନ କରି ଅଣଆୟତ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *